THE BYAPINI

ବାଇକରେ ୫୦ ଲକ୍ଷ, କାରରେ କେତେ?

Get real time updates directly on you device, subscribe now.

ପିପିଲିରେ ଉଡୁଛି ପୁଳା ପୁଳା ଟଙ୍କା । ଆଉ ଏହି ଟଙ୍କା ସବୁ ଆସୁଛି ଭାୟା ଭୁବନେଶ୍ୱର ହୋଇ । ଏହାର ଝଲକ ସୋମବାର ଦେଖିବାକୁ ମିଳିଛି । ଯେତେବେଳେ ଏକ ବାଇକ ଚାଳକ ଯୁବକଙ୍କ ପାଖରୁ ବ୍ୟାଗ ଭର୍ତ୍ତି ୫୦ ଲକ୍ଷ ଟଙ୍କା ଜବତ କରାଯାଇଛି । କିନ୍ତୁ ଏହି ଟଙ୍କା କାହାର ଓ କାହିଁକି ପିପିଲି ଆସୁଥିଲା ତହାକୁ ନେଇ ରାଜନୀତି ଆରମ୍ଭ ହୋଇଛି । କାରଣ ଆଉ ଦିନ କେଇଟା ପରେ ପିପିଲି ଉପ-ନିର୍ବାଚନ । ତେଣୁ ଏଭଳି ସମୟରେ ବାଇକ ଚାଳକଙ୍କ ପାଖରୁ ୫୦ ଲକ୍ଷ ଟଙ୍କା ଜବତ ହେବା ପିପିଲି ନିର୍ବାଚନକୁ ଉଷ୍ମ କରିଛି । ତେବେ ଟଙ୍କା ନେଇ ଆସୁଥିବା ଯୁବକ କିଏ ତାହା ଉପରୁ ପରଦା ହଟାଇଛି ବିଜେଡି । ପିପିଲିରେ ଟଙ୍କା ବଳରେ ନିର୍ବାଚନକୁ ପ୍ରଭାବିତ କରିବାକୁ ଉଦ୍ୟମ କରୁଥିବା ନେଇ ସିଧାସଳଖ ବିଜେପି ବିରୋଧରେ ଅଭିଯୋଗ ଆଣିଛି ବିଜେଡି । କାରଣ ଟଙ୍କା ନେଇ ଆସୁଥିବା ଦୁଇ ଯୁବକ ବିଜେପି କର୍ମୀ ବୋଲି ବିଜେଡି ଅଭିଯୋଗ

ପିପିଲିରେ ଉଡୁଛି ପୁଳା ପୁଳା ଟଙ୍କା । ଆଉ ଏହି ଟଙ୍କା ସବୁ ଆସୁଛି ଭାୟା ଭୁବନେଶ୍ୱର ହୋଇ । ଏହାର ଝଲକ ସୋମବାର ଦେଖିବାକୁ ମିଳିଛି । ଯେତେବେଳେ ଏକ ବାଇକ ଚାଳକ ଯୁବକଙ୍କ ପାଖରୁ ବ୍ୟାଗ ଭର୍ତ୍ତି ୫୦ ଲକ୍ଷ ଟଙ୍କା ଜବତ କରାଯାଇଛି । କିନ୍ତୁ ଏହି ଟଙ୍କା କାହାର ଓ କାହିଁକି ପିପିଲି ଆସୁଥିଲା ତହାକୁ ନେଇ ରାଜନୀତି ଆରମ୍ଭ ହୋଇଛି । କାରଣ ଆଉ ଦିନ କେଇଟା ପରେ ପିପିଲି ଉପ-ନିର୍ବାଚନ । ତେଣୁ ଏଭଳି ସମୟରେ ବାଇକ ଚାଳକଙ୍କ ପାଖରୁ ୫୦ ଲକ୍ଷ ଟଙ୍କା ଜବତ ହେବା ପିପିଲି ନିର୍ବାଚନକୁ ଉଷ୍ମ କରିଛି । ତେବେ ଟଙ୍କା ନେଇ ଆସୁଥିବା ଯୁବକ କିଏ ତାହା ଉପରୁ ପରଦା ହଟାଇଛି ବିଜେଡି । ପିପିଲିରେ ଟଙ୍କା ବଳରେ ନିର୍ବାଚନକୁ ପ୍ରଭାବିତ କରିବାକୁ ଉଦ୍ୟମ କରୁଥିବା ନେଇ ସିଧାସଳଖ ବିଜେପି ବିରୋଧରେ ଅଭିଯୋଗ ଆଣିଛି ବିଜେଡି । କାରଣ ଟଙ୍କା ନେଇ ଆସୁଥିବା ଦୁଇ ଯୁବକ ବିଜେପି କର୍ମୀ ବୋଲି ବିଜେଡି ଅଭିଯୋଗ କରିଛି ।

ସୋମବାର ପିପିଲି ଟୋଲ ଗେଟରେ ଚେକିଂ ଚାଲିଥିବା ବେଳେ ନୀଳ ରଙ୍ଗର ପଲସର ଅଟକିନଥିଲା । ଆଉ ହାତରେ ବ୍ୟାଗ ରହିଥିବାରୁ ପୋଲିସର ସନ୍ଦେହ ମଧ୍ୟ ବଢିଥିଲା । ତେଣୁ ପଲସର ବାଇକକୁ ପିଛା କରି ତାରାକଜା ଛକ ନିକଟରେ ଧରିଥିଲା ପୋଲିସ । ଆଉ ବ୍ୟାଗ ଭିତରେ ୨୦୦୦ ଟଙ୍କିଆ ଗାନ୍ଧୀ ନୋଟ ବିଡା ଜବତ କରିଥିଲା ପୋଲିସ । ଯାହାର ମୂଲ୍ୟ ଥିଲା ପାଖାପାଖି ୫୦ ଲକ୍ଷ ଟଙ୍କା । ଗଣମାଧ୍ୟମରେ ଖବର ପ୍ରସାରଣ ପରେ ଟଙ୍କା ଧରି ଆସିଥିବା ଯୁବକଙ୍କ ଆଶ୍ରିତ ଲିଙ୍କ୍ ଥିବା ନେଇ ସୋସିଆଲ ମିଡ଼ିଆରେ ଖବର ଘୂରି ବୁଲିଥିଲା । ଏପରିକି ବିଜେପିର ପ୍ରାର୍ଥୀ ହୋଇଥିବା ଆଶ୍ରିତ ପଟ୍ଟନାୟକଙ୍କୁ ବାଇକରେ ବସାଇ ରାଲି କରୁଥିବାର ଫଟୋ ସୋସିଆଲ ମିଡ଼ିଆରେ ଘୂରି ବୁଲିଲା । ବେକରେ ଦଳୀୟ ଉତ୍ତରୀୟ, ପଦ୍ମ ଦଳର ନେତାଙ୍କ ଛବି ଥିବା ଟି-ସାର୍ଟ ସାଙ୍ଗକୁ ପ୍ରାର୍ଥୀ ଆଶ୍ରିତଙ୍କ ସହ ଫଟୋ । ବାସ୍ ଏହି ପ୍ରମାଣକୁ ନେଇ ପଦ୍ମ ଶିବିର ଉପରେ ପ୍ରଚଣ୍ଡ ଆକ୍ରମଣ କରିଛି ବିଜେଡି ।

ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କ ପାଇଁ ଟଙ୍କା ଆସୁଥିବା ନେଇ କହିଛି ବିଜେଡି । ପିପିଲିରେ କେନ୍ଦ୍ର ସରକାରଙ୍କ ବିକାଶର ନାରା ଦେଇ ଭୋଟ ମାଗୁଥିବା ବିଜେପି କିନ୍ତୁ ଗୁପ୍ତରେ ଭୋଟ ବଦଳରେ ନୋଟ କ୍ୟାମ୍ପେନ ଆରମ୍ଭ କରିଥିବା ଚର୍ଚ୍ଚା ହେଉଛି । ଏପରିକି ଭୋଟ ପିଛା ହଜାର ହଜାର ଟଙ୍କା ଉଡାଇବାକୁ ମଧ୍ୟ ଏହି ନିର୍ଦ୍ଦିଷ୍ଟ କ୍ୟାମ୍ପ ପ୍ରସ୍ତୁତ ଥିବା ପିପିଲିରେ ଶୁଣିବାକୁ ମିଳୁଛି । ବିଭିନ୍ନ ରାଲି ଓ ହୋମ ଟୁ ହୋମ କ୍ୟାମ୍ପେନରେ ଏହି ନୋଟ ଦେଇ ଭୋଟ କିଣିବାକୁ ଉଦ୍ୟମ ହେଉଥିବା ଚର୍ଚ୍ଚା ହେଉଛି । ଯେଉଁଥିପାଇଁ ଭୁବନେଶ୍ୱରର ଭାୟା ଦେଇ ଟଙ୍କା ଅର୍ଡର କରାଯାଇଥିବା ଚର୍ଚ୍ଚା ହେଉଛି ।

ତେବେ ଏହି ଟଙ୍କା ଯେପରି ସୁରକ୍ଷିତ ଭାବେ ପିପିଲିରେ ପହଞ୍ଚିବ ସେଥିପାଇଁ ବୋଧହୁଏ ବାଇକକୁ ବଛାଯାଇଥାଇପାରେ । ସାଧାରଣତଃ ଚେକିଂ ବେଳେ ବାଇକ ଚାଳକଙ୍କ ଉପରେ ପୋଲିସ କର୍ମୀଙ୍କର ସେତେଟା ସନ୍ଦେହ ହୋଇନଥାଏ । ତେଣୁ ବାଇକ ଚାଳକଙ୍କ ମାଧ୍ୟମରେ ଏହି ଟଙ୍କା କାରାବାର ହୋଇଥିବା ଚର୍ଚ୍ଚା ହେଉଛି । କିନ୍ତୁ ଏଠି ପ୍ରଶ୍ନ ଉଠୁଛି, ଯଦି ବାଇକ ଚାଳକଙ୍କ ଠାରୁ ୫୦ ଲକ୍ଷ ଟଙ୍କା ଜବତ ହେଉଛି ତେବେ ଚେକିଂ ପୂର୍ବରୁ କାରରେ କେତେ ଟଙ୍କା ପିପିଲିରେ ପହଞ୍ଚିଛି? ତେବେ ଏନେଇ ବିଜେପି କହିଛି, ଏହି ଘଟଣାରେ ଦଳର ସମ୍ପୃକ୍ତି ନାହିଁ । ବିଜେଡି ମିଥ୍ୟା ଅଭିଯୋଗ କରୁଛି ।

Get real time updates directly on you device, subscribe now.

Leave A Reply

Your email address will not be published.