THE BYAPINI

ଖୋର୍ଦ୍ଧା ବଢାଉଛି ଚିନ୍ତା!

Get real time updates directly on you device, subscribe now.

ମାଡି ଚାଲିଛି କରୋନା । ରାଜ୍ୟରେ ୫୦୦ ଅତିକ୍ରମ କରିଛି ସଂକ୍ରମଣ ସଂଖ୍ୟା । ଆଜି ଦେଶରେ ସଂକ୍ରମଣ ସଂଖ୍ୟା ଲକ୍ଷେ ପାର ହୋଇଥିବା ବେଳେ ରାଜ୍ୟରେ ମଧ୍ୟ ୫୦୦ ଅତିକ୍ରମ କରିଛି । ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଛତିଶଗଡ଼ ସୀମାକୁ ଲାଗି କରି ରହିଥିବା ଜିଲ୍ଲା ଗୁଡ଼ିକରେ ସ୍ଥିତି ଉଦ୍‌ବେଗଜନକ ହେଲାଣି। ଏହି ସବୁ ଜିଲ୍ଲାରେ ସଂକ୍ରମଣ ଅଧିକ ହେଉଛି।

ଗତ ୨୪ ଘଂଟାରେ ରାଜ୍ୟରେ ୫୭୩ ନୂଆ ମାମଲା ସାମ୍ନାକୁ ଆସିଛି। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧତ୍କ ୯୬ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ତା ପଛକୁ ସୁନ୍ଦରଗଡରୁ ୮୦ ଜଣ, ନୂଆପଡାରୁ ୬୦ ଜଣ, ଚିହ୍ନଟ ହୋଇଛନ୍ତି । ସେହିପରି ଅନୁଗୁଳ ୩୨, ବାଲେଶ୍ୱର ୧୧, ବରଗଡ ୪୩, ଭଦ୍ରକ ୩, ବଲାଙ୍ଗୀର ୨୦, ବୌଦ୍ଧ ୧, କଟକ ୨୮, ଦେବଗଡ ୧, ଗଜପତି ୩, ଗଞ୍ଜାମ ୮, ଜଗତସିଂହପୁର ୪, ଯାଜପୁର ୧୩, ଝାରସୁଗୁଡା ୩୯, କଳାହାଣ୍ଡି ୨୪, କନ୍ଧମାଳ ୧, କେନ୍ଦ୍ରାପଡା ୧, କେନ୍ଦୁଝର ୮, କୋରାପୁଟ ୩, ମୟୁରଭଞ୍ଜ ୧୩, ନବରଙ୍ଗପୁର ୩, ନୟାଗଡ ୧, ପୁରୀ ୧୬, ରାୟଗଡା ୧୬, ସମ୍ବଲପୁର ୨୧, ସୋନପୁର ୨ ଜଣ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୩୪୩୨୬୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୩୩୫୮ ଜଣ ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୩୩୭୯୩୫ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

Get real time updates directly on you device, subscribe now.

Leave A Reply

Your email address will not be published.