THE BYAPINI

କେନ୍ଦୁଝରରୁ କୋଲକାତା ଯୋଗାଯୋଗ ବିଚ୍ଛିନ୍ନ

Get real time updates directly on you device, subscribe now.

ବାତ୍ୟା ‘ୟସ୍’ ପ୍ରଭାବରେ କେନ୍ଦୁଝର ଜିଲ୍ଲାରେ ବର୍ଷା ୩ ଦିନ ହେବେ ଲାଗି ରହିଛି । ଫଳରେ ୪୯ ନମ୍ବର ଜାତୀୟ ରାଜପଥ ତୁରୁମୁଙ୍ଗା ବୈତରଣୀ ପୋଲ ଉପରେ ୬ ଫୁଟର ବନ୍ୟା ଜଳ ପ୍ରବାହିତ ହେଉଛି । ପୋଲ ଉପରେ ବନ୍ୟାଜଳ ପ୍ରବାହିତ ହେଉଥିବାରୁ ଉଭୟ ପାର୍ଶ୍ବରେ ଶହ ଶହ ଗାଡି ମଟର ଅଟକି ରହିଛି । ଗତକାଲି ରାତି ୩ଟାରୁ ବୈତରଣୀ ପୋଲ ଉପରେ ବନ୍ୟା ଜଳ ପ୍ରବାହିତ ହେଉଛି । ଫଳରେ କେନ୍ଦୁଝରଠାରୁ ଯଶୀପୁର, ବାରିପଦା, କଲିକତାକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି ।

ବାତ୍ୟା ୟସ୍’ ପ୍ରଭାବରେ ପ୍ରବଳ ବର୍ଷା ଜାରି ରହିବାରୁ ନଦୀ ଗୁଡ଼ିକରେ ଜଳସ୍ତର ବଢିବାରେ ଲାଗିଛି । ଗତ ତିନି ଦିନ ହେଲା ରାଜ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି । ତଳିଆ ଅଂଚଳ ଗୁଡ଼ିକରେ ପାଣି ଜମି ରହିଛି । କେଉଁଠି ଯୋଗାଯୋଗ ବିଛିନ୍ନ ହେଉଛି ତ କେଉଁଠି ଯାତାୟତ ଠପ୍ ହୋଇଯାଇଛି । ସେପଟେ ପାଟଣା-ଢେଙ୍କିକୋଟ ରାସ୍ତାର ସ୍ବାମ ନାଳର ପୋଲ ଉପରେ ବନ୍ୟାଜଳ ପ୍ରବାହିତ ହେଉଥିବାରୁ ପାଟଣା-ଢେଙ୍କିକୋଟକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି ।
ବାତ୍ୟା ୟସ୍’ ପ୍ରଭାବରେ ସର୍ବାଧିକ ପ୍ରଭାବିତ ହୋଇଛି ବାଲେଶ୍ୱର,ଭଦ୍ରକ ଓ କେନ୍ଦ୍ରାପଡା । ସମୁଦ୍ର ପାଣି ଗାଁରେ ମାଡିଯାଇଛି । ଲୋକେ ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି ।ସେପଟେ ୟାସ ପ୍ରଭାବରେ ଗତ ୨ ଦିନ ଧରି ଶିମିଳିପାଳ ଅଭୟାରଣ୍ୟରେ ପ୍ରବଳ ବର୍ଷା ହୋଇଥିଲା । ଯାହା ସର୍ବାଧିକ ୨୦୦ ମିଲିମିଟର ବର୍ଷା ରେକର୍ଡ କରାଯାଇଥିଲା । ଯାହା ଫଳରେ ଗତକାଲି ଦୁଇ ପ୍ରହରରୁ ଶିମିଳିପାଳରୁ ପ୍ରବାହିତ ହେଉଥିବା ବୁଢ଼ାବଳଙ୍ଗ ନଦୀରେ ଜଳସ୍ତର ବୃଦ୍ଧି ପାଇଥିଲା । ଜଳସ୍ତର ବଢ଼ିବା ପରେ ବନ୍ୟା ପରିସ୍ଥିତି ଉପୁଜିବା ନେଇ ଆଶଙ୍କା କରାଯାଉଥିଲା । ଗତକାଲି ରାତି ୧୨ଟା ପରେ ଶିମିଳିପାଳରେ ବର୍ଷା କମିବା ଫଳରେ ବୁଢ଼ାବଳଙ୍ଗରେ ଜଳସ୍ତର ହ୍ରାସ ପାଇଛି । ଏବଂ ବର୍ତମାନ ଜଳସ୍ତର ସ୍ଥିର ରହିଛି ।

Get real time updates directly on you device, subscribe now.

Leave A Reply

Your email address will not be published.