THE BYAPINI

‘ହତ୍ୟା ପାଇଁ ହୋଇଥିଲା ୩୦ ଲକ୍ଷର ଡିଲ୍’

Get real time updates directly on you device, subscribe now.

ବରିଷ୍ଠ ସେବାୟତ କୃଷ୍ଣଚନ୍ଦ୍ର ପଢିଆରୀ ହତ୍ୟା ମାମଲାରେ ପର୍ଦ୍ଦାଫାଶ୍ । ପୁରୀ ଏସପି ଏକ ସାମ୍ବାଦିକ ସମ୍ମିଳନୀ କରି ଏସପି କନୱର ବିଶାଲ ସିଂ କହିଛନ୍ତି ହତ୍ୟା ମାମଲାରେ ମୋଟ୍ ୯ ଜଣଙ୍କ ସଂପୃକ୍ତି ଜଣାପଡିଛି । ଏମାନଙ୍କ ଭିତରୁ ୬ ଜଣଙ୍କୁ ଗିରଫ କରାଯାଇଛି । ମୁଖ୍ୟତଃ ଗୁନ ସିଂହାରୀ ହତ୍ୟାକାଣ୍ଡର ପ୍ରତିଶୋଧ ନେବାକୁ କୃଷ୍ଣଚନ୍ଦ୍ରଙ୍କୁ ହତ୍ୟା କରାଯାଇଥିବା ପ୍ରାଥମିକ ତଦନ୍ତର ଜଣାପଡିଛି । ତେବେ କାଳିଆ ସିଂହାରୀ ଓ ଦୋଳଗୋବିନ୍ଦ ସିଂହାରୀ ପୁରା ହତ୍ୟାକାଣ୍ଡର ମୁଖ୍ୟ ଷଡଯନ୍ତ୍ରକାରୀ । ଯୋଜନାବଦ୍ଧ ଭାବେ କୃଷ୍ଣ ପ୍ରତିହାରୀଙ୍କୁ କରାଯାଇଛି ହତ୍ୟା କରାଯାଇଥିବା ଏସପି କହିଛନ୍ତି ।
ହତ୍ୟାକାଣ୍ଡ ସ୍ଥଳରେ ଉପସ୍ଥିତ ଥିବା ବାବା ମହାପାତ୍ରକୁ ଗିରଫ କରାଯାଇଛି । ହତ୍ୟାକାଣ୍ଡ ପାଇଁ ପିସ୍ତଲ ଯୋଗାଇଥିବା ମୁନା ପାତ୍ର ଗିରଫ । ହତ୍ୟାକାରୀଙ୍କୁ ଲୁଚାଇବାକୁ ସହାୟତା କରିଥିବା ସନ୍ଦୀପ ଜେନାକୁ ଗିରଫ କରାଯାଇଛି । କୃଷ୍ଣ ପ୍ରତିହାରୀଙ୍କୁ ହତ୍ୟା ପାଇଁ ପୁରୀର ଏକ ଲଜ୍ରେ ଯୋଜନା କରାଯାଇଥିଲା । ୨ ଜଣ ଷଡଯନ୍ତ୍ରକାରୀ ଲଜରେ ଯୋଜନା କରିଥିଲେ ।୧୬ ତାରିଖ ପୂର୍ବରୁ ମଧ୍ୟ ଥରେ ହତ୍ୟା ପାଇଁ ଉଦ୍ୟମ କରି ବିଫଳ ହୋଇଥିଲେ । ପୁରା ଷଡଯନ୍ତ୍ରରେ ୩୦ ଲକ୍ଷର ଡିଲ ହୋଇଥିବା ପ୍ରାରମ୍ଭିକ ତଦନ୍ତରୁ ଜଣାପଡିଛି । ଏପରିକି ତାଙ୍କୁ ଅଗ୍ରୀମ ଆକାରରେ ଦିଆଯାଇଥିବା ୨ ଲକ୍ଷ ଟଙ୍କାରୁ ଦେଢଲକ୍ଷ ଟଙ୍କା ପୋଲିସ ଜବତ କରିଥିବା ସୂଚନା ଦେଇଛି ।
ଏହି ମାମଲାରେ ଏଫଆଇଆରରେ ଉଲ୍ଲେଖ ଥିବା ଅନ୍ୟ ୩ ଜଣଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ଏସପି କହିଛନ୍ତି । ଏପରିକି ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣି ହତ୍ୟାକାଣ୍ଡର ସିନ ରି-କ୍ରିଏଟ କରାଯିବ ବୋଲି କହିଛନ୍ତି ଏସପି । ଗୁନ ସିଂହାରୀ ହତ୍ୟାକାଣ୍ଡର ପ୍ରତିଶୋଧ ପାଇଁ ଏହି ହତ୍ୟା ଯେଜନା କରାଯାଇଥିଲା ।

Get real time updates directly on you device, subscribe now.

Leave A Reply

Your email address will not be published.