ଖୋର୍ଦ୍ଧାରେ ମାଡୁଛି ସଂକ୍ରମଣ
କରୋନା ସଂକ୍ରମଣ ଏବେ ଉଦବେଗଜନକ ସ୍ଥିତିରେ ପହଚିଂଛି । ଲଗାତର ୪ ଦିନ ହେବ ରାଜ୍ୟରେ ୬ ହଜାର ଉପରେ ସଂକ୍ରମଣ ରହୁଥିବା ବେଳେ ପୂର୍ବ ତିନି ଦିନ ଅପେକ୍ଷା ଏହି ସଂଖ୍ୟା କମ୍ ରହିଛି । ଗତ ୨୪ ଘଣ୍ଟାରେ ୬,୧୧୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ୬ ଜିଲ୍ଲାରୁ ୭ ଜଣ କରୋନା ଆକ୍ରାନ୍ତ ବୁଜିଛନ୍ତି ।
ଗତ ୨୪ ଘଂଟା ଭିତରେ ୪୩ହଜାର ୭୬୫ ଟେଷ୍ଟିଂ ହୋଇଥିବା ବେଳେ ଏଥିରୁ ୬ହଜାର ୧୧୬ଜଣ ପଜିଟିଭ ଚିହ୍ନଟ ହୋଇଛି । ଏମାନଙ୍କ ମଧ୍ୟରୁ ୩ହଜାର ୫୪୬ ଜଣ ସଂଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୨ହଜାର ୫୭୦ ଜଣ ସ୍ଥାନିୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ତେବେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୮୭୫ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ସୁନ୍ଦରଗଡ଼ରୁ ୭୮୫, ନୂଆପଡ଼ାରୁ ୪୩୦, କଟକରୁ ୩୪୩, ପୁରୀରୁ ୧୮୦, ଯାଜପୁରରୁ ୩୨୪, କଳାହାଣ୍ଡି ୩୨୧ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛି । ନବରଙ୍ଗପୁର ୩୧୮, ସମ୍ବଲପୁର ୨୮୦, ବରଗଡ଼ରୁ ୨୬୨, ଝାରସୁଗୁଡ଼ାରୁ ୨୫୪ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।ଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪ଲକ୍ଷ ୭ହଜାର, ୪୫୭କୁ ବୃଦ୍ଧି ପାଇଛି । ଏମାନଙ୍କ ମଧ୍ୟରୁ ୩ଲକ୍ଷ ୫୯ହଜାର ୪୬୭ଜଣ ସୁସ୍ଥ ହେଲେଣି । ଏବେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୪୫ହଜାର ୯୪୯ ରହିଛି ।
ସେହିପରି ୬ ଜିଲ୍ଲାରୁ ୭ ଜଣ କରୋନା ଆକ୍ରାନ୍ତ ଆଖି ବୁଜିଛନ୍ତି । ଗଞ୍ଜାମରୁ ଜଣେ, କଳାହାଣ୍ଡିରୁ ଜଣେ, ଖୋର୍ଦ୍ଧାରୁ ଜଣେ, ପୁରୀରୁ ଜଣେ, ରାୟଗଡ଼ାରୁ ୨ ଜଣ, ସୁନ୍ଦରଗଡ଼ରୁ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ଏଥିସହ ରାଜ୍ୟରେ ମୋଟ କରୋନା ମୃତ୍ୟୁସଂଖ୍ୟା ୧୯୮୮କୁ ବୃଦ୍ଧି ପାଇଛି ।