THE BYAPINI

ବିପଦ ଆଣିବେ କି ବିଦେଶ ଫେରନ୍ତା!

Get real time updates directly on you device, subscribe now.

ସାରା ବିଶ୍ୱରେ ଏବେ ଓମିକ୍ରନ ଭୟ । ଦେଶକୁ ଦେଶ ମାଡିଚାଲିଛି କରୋନାର ଏହି ନୂଆ ପ୍ରଜାତି । ଓଡିଶାରେ ବର୍ତ୍ତମାନ ସୁଦ୍ଧା ୭ ଜଣ ବିଦେଶ ଫେରନ୍ତା କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେ ମଧ୍ୟରୁ ୪ ଜଣଙ୍କ ଜିନମ ସିକ୍ୱେନସିଂ କରାଯାଇଥିଲା । ସେମାନେ ଓମିକ୍ରନରେ ପୀଡ଼ିତ ନଥିଲେ । ଅନ୍ୟ ତିନି ଜଣଙ୍କ ନମୂନା ସିକ୍ୱେନସିଂ ପାଇଁ ଯାଇଛି। ଏନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର ସୂଚନା ଦେଇଛନ୍ତି । ସେ କହିଛନ୍ତି, ଓମିକ୍ରନ୍ ପ୍ରଜାତି ଅଧିକ ସଂକ୍ରମକ । କିନ୍ତୁ ଆକ୍ରାନ୍ତ ଅଧିକ ଗୁରୁତର ହେଉନାହାନ୍ତି, ଅକ୍ସିଜେନ ବ୍ୟବହାର ଓ ହସ୍ପିଟାଲରେ ଭର୍ତ୍ତି ହେବା ସଂଖ୍ୟା ବଢୁନି। ତେବେ ତାକୁ ଭାବିକି ପ୍ରସ୍ତୁତ ନ ରହିବା ଠିକ୍ ନୁହେଁ। ସମାଜର ବି ଭୂମିକା ଅଛି ।

ସିଡିସି କହିଛନ୍ତି, ବିଭିନ୍ନ ମଡେଲ ଦେଖାଉଥିବା ଭବିଷ୍ୟବାଣୀ ଗୋଟେ ପରିସଂଖ୍ୟନ ଉପରେ ଆଧାରିତ। ଆଇଆଇଟି ମଡେଲ ଅନୁସାରେ ଯଦି ରୋଗ ପ୍ରତିରୋଧକ ଶକ୍ତି ପର୍ୟ୍ୟାପ୍ତ ପରିମାଣର ନଥାଏ ତେବେ ଦିନକୁ ଦେଢ଼ ଲକ୍ଷ ପର୍ୟ୍ୟନ୍ତ ସଂକ୍ରମିତ ବାହାରିପାରନ୍ତି । ଆମକୁ ଦେଖିବାକୁ ପଡ଼ିବ ସଂକ୍ରମଣ କେତେ ବଢୁଛି । ସର୍ଭେଲାନ୍ସ କରିବା ସବୁଠାରୁ ଭଲ ଉପାୟ । ଲକ୍ଷଣ ଥିଲେ ତୁରନ୍ତ ଟେଷ୍ଟ କରାଇବାକୁ କହିଛନ୍ତି ।

Get real time updates directly on you device, subscribe now.

Leave A Reply

Your email address will not be published.