ଦେଶରେ ବିଗୁଡିଛି କରୋନା ସ୍ଥିତି..ଘନଉଛି ବିପଦ
ଦିନକୁ ଦିନ ଭୟଙ୍କର ହେବାରେ ଲାଗିଛି କରୋନା ସଂକ୍ରମଣ । ଦେଶରେ ନିୟନ୍ତ୍ରଣ ବାହାରକୁ ଯାଉଛି କରୋନା । ଦୁଇ ଦିନ ଧରି ୬୦ ହଜାର ତଳେ ସଂକ୍ରମଣ ରହୁଥିବା ବେଳେ, ଗତ ୨୪ ଘଂଟାରେ ଏହା ୭୦ ହଜାର ପାର୍ କରିଛି । ୨୪ ଘଣ୍ଟା ପରେ ସଂକ୍ରମିତଙ୍କ ସଂଖ୍ୟା ୨୦ ହଜାର ପାଖାପାଖି ବୃଦ୍ଧି ପାଇଛି। ସେହିପରି ମୃତ୍ୟୁ ସଂଖ୍ୟା ପାଖାପାଖି ୧୦୦ ବୃଦ୍ଧି ପାଇଛି। ବୁଧବାର ୩୫୪ଙ୍କର ମୃତ୍ୟୁ ଘଟିଥିବାବେଳେ ଆଜି ମୃତ୍ୟୁ ସଂଖ୍ୟା ୪୫୯ ଛୁଇଁଛି। ଆକ୍ରାନ୍ତ ସଂଖ୍ୟାରେ ଯେପରି ହୁ ହୁ ହୋଇ ବଢୁଛି ମୃତ୍ୟୁ ସଂଖ୍ୟା ମଧ୍ୟ ସେହିପରି ବଢିବାରେ ଲାଗିଛି।
କରୋନା ସଂକ୍ରମଣର ଦ୍ୱିତୀୟ ଲହର କ୍ରମାଗତ ଭାବେ ଭୟଙ୍କର ରୂପ ନେଉଛି। ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଗତି ଯେପରି ମାଡି ଚାଲିଛି ତାହା ସମସ୍ତଙ୍କ ନିଦ ହଜାଇ ଦାଇଛି । ଗୁରୁବାର ଦିନ ସଂକ୍ରମଣ ୩୫ ପ୍ରତିଶତ ବୃଦ୍ଧି ସହିତ ଦେଶରେ ଗୋଟିଏ ଦିନରେ ୭୨.୩୩୦ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚଳିତ ବର୍ଷ ଗୋଟିଏ ଦିନରେ ଏହା ସର୍ବାଧିକ ସଂକ୍ରମଣ । ଗତ ୨୪ ଘଣ୍ଟାରେ ଦେଶରେ ୭୨ ହଜାର ୩୩୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଗୋଟିଏ ଦିନେରେ ୪୫୯ ଜଣଙ୍କ ଜୀବନ ନେଇଛି ଏହି ଭାଇରସ। ଏହି ସଂଖ୍ୟାକୁ ମିଶାଇ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧, ୨୨,୨୧, ୬୬୫ କୁ ବୃଦ୍ଧି ପାଇଛି । ଏହାସହ କରୋନା ସଂକ୍ରମଣ ଜନିତ ମୋଟ ମୃତକଙ୍କ ସଂଖ୍ୟା ୧,୬୨,୯୨୭ ରେ ପହଂଚିଛି ।
ସବୁଠାରୁ ଚିନ୍ତାର ବିଷୟ କି କରୋନାର ପ୍ରଥମ ଲହରରେ ସୁସ୍ଥ ହେଉଥିବା ସଂକ୍ରମିତଙ୍କ ହାର ଠାରୁ ଦ୍ୱିତୀୟ ଲହର ବେଳେ ସୁସ୍ଥ ହାର ବେସ୍ କମୁଛି । ଗତ ୨୪ ଘଂଟା ମଧ୍ୟରେ ୪୦,୩୮୨ ଜଣ ସୁସ୍ଥ ହୋଇଛନ୍ତି । ଅନ୍ୟପଟେ କରୋନାକୁ ନେଇ ଚିନ୍ତା ବଢ଼ାଇଛି ମହାରାଷ୍ଟ୍ର। ଗତ ୨୪ ଘଣ୍ଟା ମଧ୍ୟରେ ମହାରାଷ୍ଟ୍ରରେ ୩୯ ହଜାର ୫୪୪ ଜଣ ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ୨୨୭ ଜଣଙ୍କର ଜୀବନ ନେଇଛି ଏହି ଭାଇରସ୍।