THE BYAPINI

ପ୍ରଥମ ଦିନରେ କେତେଜଣଙ୍କୁ ଟିକା?

Get real time updates directly on you device, subscribe now.

ଟିକାକରଣର ପ୍ରଥମ ଦିନରେ ଓଡ଼ିଶାରେ ୮୧ ପ୍ରତିଶତ ଟିକାକରଣ ହୋଇଛି । ରାଜ୍ୟରେ ୧୬୧ଟି ଟିକାକରଣ କେନ୍ଦ୍ରରେ ଟିକାକରଣ ଆରମ୍ଭ ହୋଇଥିବା ବେଳେ ମୋଟ ୧୩ ହଜାର ୨୯୨ ଜଣ ସ୍ୱାସ୍ଥ୍ୟକର୍ମୀ ଟିକା ନେଇଛନ୍ତି । ପ୍ରଥମ ପର୍ଯ୍ୟାୟରେ ୧୬ ହଜାର ୩୧୪ ଜଣ ସ୍ୱାସ୍ଥ୍ୟକର୍ମୀ ଟିକା ନେବାକୁ ଲକ୍ଷ୍ୟ ରଖାଯାଇଥିଲା । ୭୯ ପ୍ରତିଶତ ଟୀକାକରଣ ହୋଇଥିବା ସ୍ୱାସ୍ଥ୍ୟବିଭାଗ ପକ୍ଷରୁ ପ୍ରେସନୋଟରେ ସୂଚନା ଦିଆଯାଇଛି ।

ସ୍ୱାସ୍ଥ୍ୟକର୍ମୀ ଓ ଆଗଧାଡ଼ିର ଯୋଦ୍ଧା କୋଭିଡ୍ ଭ୍ୟାକ୍ସିନ୍ ନେଇଛନ୍ତି । ପ୍ରଥମ ଦିନର ଟିକାକରଣ ବେଳେ ଜଣଙ୍କ ଠାରେ ପାର୍ଶ୍ୱ ପ୍ରତିକ୍ରିୟା ଦେଖା ଦେଇଥିବା ମନ୍ତ୍ରୀ କହିଛନ୍ତି । ରାଜ୍ୟରେ ୩ ଲକ୍ଷ ୩୮ ହଜାର ଜଣ ସ୍ୱାସ୍ଥ୍ୟକର୍ମୀଙ୍କୁ କୋଭିଡ୍ ଟିକା ଦିଆଯିବ । ଆସନ୍ତା ୭ରୁ ୧୦ ଦିନ ମଧ୍ୟରେ ଟିକାକରଣ କରାଯିବ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ । ପ୍ରଥମ ଦିନରେ ସୋନପୁରରେ ସବୁଠୁ କମ୍ ୧୦୧ ଜଣଙ୍କୁ ଟିକା ଦିଆଯାଇଥିବା ବେଳେ ଗଞ୍ଜାମରେ ସର୍ବାଧିକ ୯୪୫ ଜଣଙ୍କୁ ଦିଆଯାଇଛି ।

ଟିକାକରଣ ପରେ ଟିକା ନେଇଥିବା ବ୍ୟକ୍ତିଙ୍କ ଠାରୁ ଅନୁଭୁତି ପଚାରି ବୁଝିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭିଡିଓ କନଫରେନସିଂ ଜରିଆରେ ମୁଖ୍ୟମନ୍ତ୍ରୀ ଟିକା ନେଇଥିବା ହିତାଧିକାରୀଙ୍କ ଠାରୁ ଫିଡବ୍ୟାକ୍ ନେଇଛନ୍ତି । ଫିଡବ୍ୟାକ୍ ନେବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, ୨୦୨୧ ରାଜ୍ୟବାସୀଙ୍କ ପାଇଁ ଶୁଭ ଖବର ନେଇ ଆସିଛି ।

Get real time updates directly on you device, subscribe now.

Leave A Reply

Your email address will not be published.