THE BYAPINI

ଏପ୍ରିଲରେ ରେକର୍ଡ ଭାଙ୍ଗୁଛି ସଂକ୍ରମଣ

Get real time updates directly on you device, subscribe now.

ମାସକରେ ରାଜ୍ୟରେ କରୋନା ସଂକ୍ରମଣ ଲମ୍ବା ଡିଆଁ ମାରିଛି । ଏପ୍ରିଲ ମାସରେ ଓଡିଶାରେ ସଂକ୍ରମଣ କ୍ରମାଗତ ବଢିବାରେ ଲାଗିଛି । ସ୍ଥିତି ବିଗିଡିବାରେ ଲାଗିଛି । । ନାଇଟକର୍ଫ୍ୟୁ,କଂଟେନମେଂଟ ଜୋନ, କଟକଣା କଡାକଡି ପରେ ମଧ୍ୟ ସଂକ୍ରମଣ ଏବେ ୯୦୦ ମୁହାଁ । ଗତ ୨୪ ଘଂଟାରେ ଦିନକରେ ୮୭୯ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ତା ପଛକୁ ରହିଛି ସୁନ୍ଦରଗଡ ।

ଗତ ୨୪ ଘଣ୍ଟା ମଧ୍ୟରେ ଖୋର୍ଦ୍ଧା ୧୪୪, ସୁନ୍ଦରଗଡ ୧୩୧, ଅନୁଗୁଳ ୨୦, ବାଲେଶ୍ୱର ୨୨, ବରଗଡ ୫୩, ଭଦ୍ରକ ୧୭, ବଲାଙ୍ଗୀର ୨୬, ବୌଦ୍ଧ ୧୭, କଟକ ୫୦, ଦେବଗଠ ୧, ଗଜପତି ୧୦, ଗଞ୍ଜାମ ୩୧, ଜଗତସିଂହପୁର ୨, ଯାଜପୁର ୨୫, ଝାରସୁଗୁଡା ୨୩, କଳାହାଣ୍ଡି ୪୩, କନ୍ଧମାଳ ୫, କେନ୍ଦ୍ରାପଡା ୯, କେନ୍ଦୁଝର ୨୫, ରାୟଗଡା ୧୩, ସମ୍ବଲପୁର ୪୮, ସୋନପୁର ୨, ସୁନ୍ଦରଗଡରୁ ୧୩୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମୁଖ୍ୟତଃ ଫୋକସରେ ରହିଛି ପଶ୍ଚିମଓଡିଶା । ସୀମାବର୍ତ୍ତୀ ଜିଲ୍ଲାରେ ଲୋକମାନେ ଛତିଶଗଡକୁ ନିୟମିତ ଯିବାଆସିବା କରୁଥିବାରୁ ସଂକ୍ରମଣ ବଢୁଛି।

ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩୪୫୫୨୬ କୁ ବୃଦ୍ଧି ପାଇଥିବା ବେଳେ, ସୁସ୍ଥ ହୋଇଛନ୍ତି ୩୩୮୬୬୨ ଜଣ । ଏଥି ମଧ୍ୟରୁ ୪୮୮୮ ଜଣ ଆକ୍ଟିଭ୍‌ କେସ୍‌ ରହିଥିବା ରହିଛି ।

Get real time updates directly on you device, subscribe now.

Leave A Reply

Your email address will not be published.