THE BYAPINI

୯ ଦିନ ପାଇଁ ଲକଡାଉନ..ଜାଣନ୍ତୁ କେଉଁଠି?

Get real time updates directly on you device, subscribe now.

କରୋନାର ବଢ଼ୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ଛତିଶଗଡ଼ ଦୁର୍ଗ ଜିଲ୍ଲା ସଂପୂର୍ଣ୍ଣ ଲକଡାଉନ୍ ଘୋଷଣା କରାଯାଇଛି। ଏପ୍ରିଲ୍ ୬ରୁ ୧୪ ଯାଏଁ ଲକଡାଉନ୍‌ ଘୋଷଣା କରିଛନ୍ତି ଜିଲ୍ଲପାଳ।ଏହି ସମୟ ମଧ୍ୟରେ ଜରୁରୀ ସେବା ବ୍ୟତୀତ ଅନ୍ୟ ସବୁ କାଯର୍ୟକ୍ରମକୁ ସଂପୂର୍ଣ୍ଣ ବାରଣ କରାଯାଇଛି। କୌଣସି ଲୋକ ବିନା କାରଣରେ ଘରୁ ବାହାରିବାକୁ ମନା କରାଯାଇଛି । ଯାତାୟାତ ଉପରେ ମଧ୍ୟ କଟକଣା ଜାରି କରାଯାଇଛି । ଦୁର୍ଗ ଅଞ୍ଚଳରେ ସମ୍ପୂର୍ଣ୍ଣ ଲକଡାଉନ୍ ଲାଗୁ ହେଉଥିବା ନେଇ କହିଛନ୍ତି ଦୁର୍ଗ ଜିଲ୍ଲାପାଳ ସର୍ବେଶ୍ୱର ଭୁରେ ।

ସେହିପରି ପୁଣେ ସହରରେ ୧୨ ଘଣ୍ଟିଆ ନାଇଟ୍‌ କର୍ଫ୍ୟୁ ଘୋଷଣା ହୋଇଛି। ଆସନ୍ତାକାଲିଠୁ ଅର୍ଥାତ ଏପ୍ରିଲ ୩ ତାରିଖରୁ ସନ୍ଧ୍ୟା ୬ରୁ ସକାଳ ୬ଟା ଯାଏଁ ନାଇଟ୍‌ କର୍ଫ୍ୟୁ ଲାଗୁ କରାଯାଇଛି। ପୁଣେ ଡିଭିଜନାଲ କମିଶନର ଏନେଇ ସୂଚନା ଦେଇଛନ୍ତି। କରୋନାର ବଢ଼ୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ନିଆଯାଇଛି । ସବୁ ମଲ୍, ହୋଟେଲ ଓ ଧାର୍ମିକସ୍ଥଳ ୭ଦିନ ପାଇଁ ବନ୍ଦ ରହିବ ।  ଗତ ୨୪ ଘଣ୍ଟାରେ ମହାରାଷ୍ଟ୍ରରେ ୪୩ ହଜାରରୁ ଅଧିକ ମାମଲା ସାମନାକୁ ଆସିଛି। 

Get real time updates directly on you device, subscribe now.

Leave A Reply

Your email address will not be published.