THE BYAPINI

ଅଗଷ୍ଟ ୧୬ରୁ ଆରମ୍ଭ ହେବ ନବମ ଶ୍ରେଣୀ କ୍ଲାସ

Get real time updates directly on you device, subscribe now.

ରାଜ୍ୟରେ କୋଭିଡ କଟକଣା ସରକାର ଧିରେ ଧିରେ କୋହଳ କରୁଥିବା ଅନଲକ ମୁହାଁ ହୋଇଛି ଓଡିଶା । ଦଶମ ଓ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରଙ୍କ ପାଇଁ ସ୍କୁଲ ଖୋଲିଥିବା ବେଳେ ଆସନ୍ତା ୧୬ରୁ ରାଜ୍ୟରେ ଆରମ୍ଭ ହେବ ନବମ ଶ୍ରେଣୀ ପାଠପଢା ।ନବମ ଶ୍ରେଣୀ ପାଇଁ ସ୍କୁଲ ଖୋଲିବାକୁ ଅନୁମତି ଦେଇଛନ୍ତି ରାଜ୍ୟ ସରକାର । ଓଡ଼ିଶା ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକଙ୍କୁ ଏ ନେଇ ଚିଠି ଲେଖିଛନ୍ତି ସଚିବ ସତ୍ୟବ୍ରତ ସାହୁ । ବିଏସଇ, ସିବିଏସଇ ଓ ଆଇସିଏସଇ ଏବଂ ରାଜ୍ୟ ସରକାରଙ୍କ ଅନୁମୋଦିତ ଅନ୍ୟାନ୍ୟ ବୋର୍ଡ ଅନ୍ତର୍ଗତ ସମସ୍ତ ସ୍କୁଲରେ ଆରମ୍ଭ ହେବ ନବମ ଶ୍ରେଣୀର ପାଠପଢ଼ା ।

୯ଟାରୁ ଦିନ ୧୨ଟା ୩୦ ପର୍ୟ୍ୟନ୍ତ ଚାଲିବ କ୍ଲାସ। କୋଭିଡ୍‌ କଟକଣା ମଧ୍ୟରେ କ୍ଲାସ କରିବାକୁ ଗଣଶିକ୍ଷା ସଚିବଙ୍କ ଚିଠି ଲେଖିଛନ୍ତି। ରବିବାର ଓ ସାଧାରଣ ଛୁଟି ଦିବସରେ ହେବନି କ୍ଲାସ। ଅଭିଭାବକ ଚାହିଁଲେ ପିଲାମାନେ ଅନ୍‌ଲାଇନ୍‌ କ୍ଲାସ୍‌ କରିପାରିବେ। ନବମ କ୍ଲାସ ଆରମ୍ଭ ସହ ଛାତ୍ରାବାସ ମଧ୍ୟ ଖୋଲିବ। ସଂପୂର୍ଣ୍ଣ କୋଭିଡ ଗାଇଡ୍‌ଲାଇନ ମଧ୍ୟରେ କ୍ଲାସ ଚାଲିବ ବୋଲି ଚିଠିରେ ଉଲ୍ଲେଖ ରହିଛି। ମହାମାରୀ କରୋନା ପାଇଁ ସମଗ୍ର ରାଜ୍ୟରେ ସବୁ ଶିକ୍ଷାନୁଷ୍ଠାନ ବନ୍ଦ ରହିଥିଲା। ଦୀର୍ଘ ଦେଢ଼ ବର୍ଷ ପରେ ଧୀରେ ଧୀରେ ଗୋଟିଏ ଲେଖାଏଁ ଶିକ୍ଷାନୁଷ୍ଠାନ ଖୋଲୁଛନ୍ତି ସରକାର।

Get real time updates directly on you device, subscribe now.

Leave A Reply

Your email address will not be published.