THE BYAPINI

‘ଆୟୁଷ୍ମାନ ଭବ’ ଅଭିଯାନର ଶୁଭାରମ୍ଭ କଲେ ରାଷ୍ଟ୍ରପତି

Get real time updates directly on you device, subscribe now.

ଭୁବନେଶ୍ୱର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଭର୍‌ଚୁଆଲ୍‌ ମୋଡ୍‌ରେ ସାରା ଦେଶରେ ସମସ୍ତଙ୍କ ପାଇଁ ସ୍ୱାସ୍ଥ୍ୟସେବା ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ‘ଆୟୁଷ୍ମାନ ଭବ’ ଅଭିଯାନର ଶୁଭାରମ୍ଭ କରିଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଗାନ୍ଧିନଗରସ୍ଥିତ ରାଜଭବନଠାରୁ ଏହାର ଉନ୍ମୋଚନ କରାଯାଇଛି । ଏହି ଅବସରରେ ରାଷ୍ଟ୍ରପତି କହିଛନ୍ତି ଯେ କୌଣସି ଗ୍ରାମ କିମ୍ବା ଅଞ୍ଚଳକୁ ସ୍ୱାସ୍ଥ୍ୟ ସେବାରୁ ବାଦ ଦିଆଯିବା ଉଚିତ ନୁହେଁ । ସେ କହିଛନ୍ତି, ଆମ ଦେଶର ପରମ୍ପରାରେ ସମସ୍ତ ଲୋକ ରୋଗମୁକ୍ତ ଏବଂ ସୁସ୍ଥ ରହିବା ପାଇଁ ପ୍ରାର୍ଥନା କରାଯାଏ । ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ କହିଛନ୍ତି ଯେ ସମସ୍ତ ଲୋକ ସୁସ୍ଥ ରହିଲେ ଏକ ସୁସ୍ଥ ଭାରତ ବିଷୟରେ ଆମର ଦୃଷ୍ଟିକୋଣ ସଫଳ ହେବ ।
ଏ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭ୍ୟ କହିଛନ୍ତି, ‘ଆୟୁଷ୍ମାନ ଭବ’ ହେଉଛି ଏକ ବ୍ୟାପକ ଜାତୀୟ ସ୍ତରର ସ୍ୱାସ୍ଥ୍ୟସେବା ଅଭିଯାନ । ଯାହାର ଲକ୍ଷ୍ୟ ସର୍ବଶେଷ ସ୍ତରରେ ଥିବା ଲୋକଙ୍କ ପାଖରେ ସ୍ୱାସ୍ଥ୍ୟସେବା ପହଁଞ୍ଚାଇବା । ଦେଶର ପ୍ରତ୍ୟେକ ସହର ଓ ଗାଁରେ ସ୍ୱାସ୍ଥ୍ୟସେବା ହଞ୍ଚାଇବା ଏହି ଅଭିଯାନର ଆଉ ଏକ ଉଦ୍ଦେଶ୍ୟ । ମନ୍ତ୍ରୀ ଡକ୍ଟର ମାଣ୍ଡଭ୍ୟ କହିଛନ୍ତି, ତିନୋଟି ଉପାଦାନକୁ ଆଧାର କରି ଏହି ଅଭିଯାନ ଆରମ୍ଭ କରାଯାଇଛି । ‘ଆୟୁଷ୍ମାନ–ଆପ୍‌ କେ ଦ୍ୱାର ୩.୦’ ପ୍ରତ୍ୟେକ ସ୍ୱାସ୍ଥ୍ୟ ଓ ଅରୋଗ୍ୟ କେନ୍ଦ୍ର ଏବଂ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଆୟୁଷ୍ମାନ ଖାଦ୍ୟ ହଞ୍ଚାଇବା ଏବଂ ପ୍ରତ୍ୟେକ ଗ୍ରାମ ଓ ପଞ୍ଚାୟତରେ ଆୟୁଷ୍ମାନ ସଭାର ଆୟୋଜନ କରିବା । ସେ କହିଛନ୍ତି, ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଆୟୁଷ୍ମାନ ଭାରତ କାର୍ଯ୍ୟକ୍ରମର ସଫଳତାକୁ ଆଧାର କରି ଏହି ଅଭିଯାନ ଆରମ୍ଭ କରାଯାଇଛି ।
ଚଳିତ ମାସ ୧୭ ତାରିଖରୁ ଅକ୍ଟୋବର ୨ ତାରିଖ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଜନ୍ମଦିନ ଠାରୁ ଆରମ୍ଭ କରି ଗାନ୍ଧୀ ଜୟନ୍ତୀ ପର୍ଯ୍ୟନ୍ତ ସେବା ପକ୍ଷ ପାଳନ ଅବସରରେ ଏହି ଅଭିଯାନ ଚାଲିବ । ଯାହାକି ସମଗ୍ର ଦେଶରେ ସବୁ ବର୍ଗର ସମାଜ ପାଖରେ ପହଞ୍ଚିବାର ଆଭିମୁଖ୍ୟ ନେଇ ଏହି ଅଭିଯାନର ଶୁଭାରମ୍ଭ ହୋଇଛି । ସରକାରୀ କ୍ଷେତ୍ର ଏବଂ ନାଗରିକ ସଂଗଠନ ମା୍ମମରେ ସମସ୍ତଙ୍କ ପାଖରେ ସ୍ୱାସ୍ଥ୍ୟସେବା ପହଁଞ୍ଚାଇବା ଏଥିରେ ଲକ୍ଷ୍ୟ ରଖାଯାଇଛି ।

Get real time updates directly on you device, subscribe now.

Leave A Reply

Your email address will not be published.