THE BYAPINI

ଶହେ ଟଙ୍କାରେ କୋଭିଡ ଟେଷ୍ଟ

Get real time updates directly on you device, subscribe now.

ରାଜ୍ୟରେ କରୋନା ସଂକ୍ରମଣ ଓ ମୃତ୍ୟୁ ସଂଖ୍ୟା ଧୀରେ ଧୀରେ କମିବାରେ ଲାଗିଛି । କିନ୍ତୁ ଏବେ ବି ଲୋକଙ୍କ ମନରୁ ସଂକ୍ରମଣର ଭୟ ଯାଇନି । ଏବେ ରାଜ୍ୟରେ କରୋନା ନମୂନା ପରୀକ୍ଷା ଶସ୍ତା ହୋଇଛି । ଏଣିକି ୧୦୦ ଟଙ୍କାରେ କରୋନା ପରୀକ୍ଷା କରିହେବ । ଯେଉଁଠି ଘରୋଇ ଲ୍ୟାବ୍‌ରେ କରୋନା ଟେଷ୍ଟ ପାଇଁ ଶହ ଶହ ଟଙ୍କା ଖର୍ଚ୍ଚ କରିବାକୁ ପଡୁଥିଲା ଏବେ ମାତ୍ର ୧୦୦ ଟଙ୍କାରେ ରାପିଡ୍ ଆଣ୍ଟିଜେନ୍ କରାଯାଇ ପାରିବ।

ପୂର୍ବରୁ ସରକାର କୋଭିଡ୍ ଜଞ-ଚଉଜ ଟେଷ୍ଟ ମୂଲ୍ୟ ହ୍ରାସ କରିଥିବା ବେଳେ ଏବେ ରାପିଡ୍ ଆଣ୍ଟିଜେନ୍ ଟେଷ୍ଟ ଦର କମାଇଛନ୍ତି । ଭୁବନେଶ୍ୱର ଆରଏମଆରସିର ତତ୍ୱାବଧାନରେ ଆଇସିଏମଆରର ଗାଇଡଲାଇନ ଅନୁସାରେ ଘରୋଇ ଲାବରୋଟୋରୀରେ ଆଂଟିଜେନ ପରୀକ୍ଷା ହେବ । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏଣିକି ଯେ କୌଣସି ଘରୋଇ ଲାବରେ ଜଞ-ଚଉଜ ଟେଷ୍ଟ ପାଇଁ ୪୦୦ ଟଙ୍କା ଓ ରାପିଡ୍ ଆଣ୍ଟିଜେନ୍ ଟେଷ୍ଟ ପାଇଁ ଶହେ ଟଙ୍କା ଦେବାକୁ ପଡ଼ିବ । ଏନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ରାଜ୍ୟରେ ଅଦ୍ୟାବଧି ମୋଟ୍ ସଂଖ୍ୟା ୩ ଲକ୍ଷ ୨୬ ହଜାର ୫୯୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ୩ ଲକ୍ଷ ୨୧ ହଜାର ୬୪୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୧୮୩୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୩ ଜଣଙ୍କ ମୃତ୍ୟୁ ଅନ୍ୟ ରୋଗ ଯୋଗୁଁ ହୋଇଛି। ଆକ୍ଟିଭ୍ କେସ୍ ସଂଖ୍ୟା ୩ ୦୫୭ ଟି ଆକ୍ଟିଭ୍ କେସ୍ ରହିଛି।

Get real time updates directly on you device, subscribe now.

Leave A Reply

Your email address will not be published.