ଯାଜପୁର: ପ୍ରାଚୀନ ଓଡ଼ିଶାର ପ୍ରସିଦ୍ଧ ସୋମବଂଶୀ ଶାସକ ମହାରାଜା ଯଯାତି କେଶରୀଙ୍କ ନାମରେ ନାମିତ ହେବ ଯାଜପୁର ମେଡିକାଲ କଲେଜ ଓ ହସ୍ପିଟାଲ । ଏହି ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି । ମେଡିକାଲ କଲେଜକୁ ଯଯାତି କେଶରୀଙ୍କ ନାମରେ ନାମିତ କରିବାକୁ ଯାଜପୁର ଅଞ୍ଚଳବାସୀ ୫-ଟି ସଚିବଙ୍କୁ ଗସ୍ତ ସମୟରେ ଅନୁରୋଧ କରିଥିଲେ । ଓଡ଼ିଶାବାସୀଙ୍କ ହୃଦୟରେ ମହରାଜା ଯଯାତି କେଶରୀ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛନ୍ତି । ଲିଙ୍ଗରାଜ ମନ୍ଦିର ସହିତ ବହୁ ଗୁରୁତ୍ୱପୂର୍ଣ୍ଣ ମନ୍ଦିର ସେ ନିର୍ମାଣ କରିଛନ୍ତି । ଅଭିନବ ଯାଜନଗର ତଥା ଆଧୁନିକ ଯାଜପୁର ସେତେବେଳେ ସୋମବଂଶର ରାଜଧାନୀ ଥିଲା । ମହରାଜା ଯଯାତି କେଶରୀ ହେଉଛନ୍ତି ସେହ ସୋମବଂଶୀ ରାଜା ଯିଏ ମହାପ୍ରଭୁ ଜଗନ୍ନାଥଙ୍କୁ ଗୋପନ ସ୍ଥାନରୁ ପୁନରୁଦ୍ଧାର କରି ଆଣି ଶ୍ରୀ ଜଗନ୍ନାଥ ମନ୍ଦିରରେ ସ୍ଥାପନା କରିଥିଲେ । ୨୦୨୪ ଶିକ୍ଷାବର୍ଷରୁ ମେଡିକାଲ କଲେଜ କାର୍ଯ୍ୟକ୍ରମ ହେବାକ ଯାଉଛି । ୫୨୬ କୋଟି ୨୧ ଲକ୍ଷ ଟଙ୍କା ବ୍ୟୟରେ ୪୬ ଏକର ଯାଗାରେ ଯାଜପୁରରେ ମେଡିକାଲ କଲେଜ ଖୋଲିବାକୁ ଯାଉଛି । ଆସନ୍ତା ଶିକ୍ଷା ବର୍ଷରୁ ୧୦୦ଟି ଏମବିବିଏସ ସିଟରେ ନାମ ଲେଖା ହେବ । ଯାଜପୁରରେ ମେଡିକାଲ କଲେଜ କାର୍ଯ୍ୟକ୍ଷମ ହେଲେ ରାଜ୍ୟରେ ସରକାର ମେଡିକାଲ କଲେଜ ଓ ହସ୍ପିଟାଲ ସଂଖ୍ୟାରେ ୧୨ରେ ପହଞ୍ଚିବ । ପ୍ରତିବର୍ଷ ୧୬୫୦ ଏମବିବିଏସ ଛାତ୍ର ବାହାରିବେ । ଅକ୍ଟୋବର ୧୫ ସୁଦ୍ଧା ଏକାଡେିମିକ ବ୍ଲକର କାମ ଏବଂ ନଭେମ୍ବର ଶେଷ ସୁଦ୍ଧା ସମ୍ପୂର୍ଣ୍ଣ ମେଡିକାଲ କଲେଜର ନିର୍ମାଣ କାମ ସାରିବାକୁ ୫-ଟି ସଚିବ ନିର୍ଦ୍ଦେଶ ଦେଇଥଲେ ।