THE BYAPINI

ଏମାନଙ୍କ ବିତର୍କ ଶୋ’ରେ ଅଂଶଗ୍ରହଣ କରିବେନି କୌଣସି ନେତା ୧୪ ଆଙ୍କରଙ୍କୁ ବୟକଟ୍‌ କଲା ‘ଇଣ୍ଡିଆ’ ମେଣ୍ଟ

Get real time updates directly on you device, subscribe now.

ନୂଆଦିଲ୍ଲୀ: ଗଣମାଧ୍ୟମରେ ମୁଖ୍ୟତଃ ଟେଲିଭିଜନ ଚ୍ୟାନେଲରେ ବିତର୍କ ପାଇଁ ବିରୋଧି ଦଳର ନେତାମାନଙ୍କୁ ଡାକି କଥା କହିବାକୁ ସୁଯୋଗ ଦେଉନଥିବା ଟିଭି ଆଙ୍କର ମାନଙ୍କୁ ଇଣ୍ଡିଆ ମେଣ୍ଟ ପକ୍ଷରୁ ବୟକଟ୍‌ କରାଯାଇଛି । ବିଭିନ୍ନ ଜାତୀୟ ଗଣମାଧ୍ୟମରେ କାର୍ଯ୍ୟ କରୁଥିବା ୧୪ ଜଣ ଆଙ୍କରଙ୍କ ନାମ ଉଲ୍ଲେଖ କରି ବିରୋଧୀ ଇଣ୍ଡିଆ ମେଣ୍ଟ ଏମାନଙ୍କର ଶୋରେ ଅଂଶଗ୍ରହଣ କରିବେ ନାହିଁ ବୋଲ ସ୍ପଷ୍ଟ କରିଛନ୍ତି । ଏହି ଆଙ୍କରମାନେ ନିଜ ବିତର୍କ ଶୋ’ରେ ବିରୋଧୀ ଦଳର ନେତାମାନଙ୍କୁ ଡାକି ସେମାନଙ୍କୁ କହିବାକୁ ସୁଯୋଗ ଦେଉ ନାହାନ୍ତି । ସେମାନେ ସରକାରଙ୍କ ବଦଳରେ ବିରୋଧୀଙ୍କୁ ପ୍ରଶ୍ନ କରୁଛନ୍ତି । ସେହିପରି ଦେଶରେ ସାଂପ୍ରଦିୟକ ଘୃଣା ସୃଷ୍ଟି କରିବା ଭଳି ବୟାନ ଦେଉଥିବା ବିରୋଧୀ ଅଭିଯୋଗ କରିଛନ୍ତି । ଏପରି ନ୍ୟୁଜ ଆଙ୍କରମାନଙ୍କ ଶୋ’କୁ ଇଣ୍ଡିଆ ମେଣ୍ଟର କୌଣସି ପ୍ରତିନିଧି ଯିବେ ନାହିଁ ବୋଲି ନିଷ୍ପତ୍ତି ହୋଇଛି । ବୁଧବାର ଇଣ୍ଡିଆ ମେଣ୍ଟର ସମନ୍ୱୟ କମିଟି ବୈଠକ ବସିଥିଲା । ଏହି ବୈଠକରେ ହିଁ ଇଣ୍ଡିଆ ମେଣ୍ଟର ମିଡିଆ ସବ ଗ୍ରୁପକୁ ଆଙ୍କରମାନଙ୍କ ତାଲିକା ପ୍ରସ୍ତୁତ କରିବାକୁ କୁହାଯାଇଥିଲା । ଇଣ୍ଡିଆ ମେଣ୍ଟର ମିଡିଆ କମିଟି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବା ପରେ ୧୪ ଜଣ ଏମିତି ଆଙ୍କରଙ୍କୁ ଚିହ୍ନଟ କରିଛି, ଯେଉଁମାନଙ୍କ ଶୋ’କୁ ନେତାମାନେ ଆଦୌ ଯିବେ ନାହିଁ । କଂଗ୍ରେସର ବରିଷ୍ଠ ନେତା ପବନ ଖେରା ଉକ୍ତ ତାଲିକା ଜାରି କରିଛନ୍ତି । ଜାରି କରାଯାଇଥିବା ତାଲିକାରେ ଥିବା ଆଙ୍କର ୧- ଆଦିତି ତ୍ୟାଗୀ(ଭାରତ ଏକ୍ସପ୍ରେସ),୨- ଅମନ ଚୋପ୍ରା(ନ୍ୟୁଜ ୧୮), ୩- ଅମିଶ ଦେବଗନ(ନ୍ୟୁଜ ୧୮), ୪- ଆନନ୍ଦ ନରସିମା(ନ୍ୟୁଜ ୧୮), ୫- ଅର୍ଣ୍ଣବ ଗୋସ୍ୱାମୀ(ରିପବ୍ଲିକ), ୬- ଅଶୋକ ଶ୍ରୀବାସ୍ତବ(ଡିଡି ନ୍ୟୁଜ), ୭- ଚିତ୍ରା ତ୍ରିପାଠୀ(ଆଜତକ), ୮- ଗୌରବ ସାୱନ୍ତ( ଇଣ୍ଡିଆ ଟୁଡେ), ୯- ନାବିକା କୁମାର(ଟାଇମ୍ସ ନାଓ), ୧୦- ପ୍ରାଚୀ ପାରାଶର(ଇଣ୍ଡିଆ ଟିଭି), ୧୧- ରୁବିକା ଲିୟାକତ(ଭାରତ ୨୪), ୧୨- ଶିବ ଅରୁର(ଇଣ୍ଡିଆ ଟୁଡେ), ୧୩- ସୁଧୀର ଚୌଧୁରୀ(ଆଜତକ) ଓ ୧୪- ସୁଶାନ୍ତ ସିହ୍ନା(ଟାଇମ୍ସ ନାଓ ନବଭାରତ)ଭଳି ଆଙ୍କରମାନଙ୍କୁ ବୟକଟ କରାଯିବ ବୋଲି ମେଣ୍ଟ ପକ୍ଷରୁ ଘୋଷଣା କରାଯାଇଛି ।

Get real time updates directly on you device, subscribe now.

Leave A Reply

Your email address will not be published.