THE BYAPINI

ମୁଖ୍ୟମନ୍ତ୍ରୀଙ୍କ କାର୍ୟ୍ୟକ୍ରମକୁ ମୋକିମଙ୍କ ବର୍ଜନ ନିଷ୍ପତ୍ତି

Get real time updates directly on you device, subscribe now.

କଟକ: ଆଜି ଲୋକାର୍ପିତ ହେବ ରାଜ୍ୟର ପ୍ରଥମ ଅତ୍ୟାଧୁନିକ ନେତାଜୀ ବସ ଟର୍ମିନାଲ। ଖାନନଗରଠାରେ ନବନିର୍ମିତ ଅତ୍ୟାଧୁନିକ କଟକ ନେତାଜୀ ବସ୍‌‌ ଟର୍ମିନାଲ (ସିଏନବିଟି)କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ଲୋକାର୍ପଣ କରିବେ। ଅପରାହ୍ନ ୪ଟା ୩୦ରେ ମୁଖ୍ୟମନ୍ତ୍ରୀ କଟକରେ ପହଞ୍ଚି ଏକ ନିରାଡ଼ମ୍ବର ଉତ୍ସବରେ ବସ୍‌‌ ଟର୍ମିନାଲକୁ ଲୋକାର୍ପଣ କରିବା ସହ ଅନ୍ୟ ୧୩ ପ୍ରକଳ୍ପର ଉଦ୍‌‌ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ତେବେ ଆଜି କଟକରେ ମୁଖ୍ୟମନ୍ତ୍ରୀଙ୍କ କାର୍ୟ୍ୟକ୍ରମକୁ ବାରବାଟୀ କଟକ ବିଧାୟକ ମହମ୍ମଦ ମୋକିମ ବର୍ଜନ କରିବାକୁ ନିଷ୍ପତ୍ତି ନେଇଛନ୍ତି ।

ସେ କହିଛନ୍ତି ଯେ ନେତାଜୀ ଟର୍ମିନାଲ କାମ ସରିନାହିଁ । ତରବରିଆଭାବେ ଉଦଘାଟନ ହେଉଛି ।  ବସ ଟର୍ମିନାଲରେ ଓଡ଼ିଶା ତଥା କଟକବାସୀଙ୍କୁ ଅଣଦେଖା ହେଉଛି । ଓଡ଼ିଆ ଠିକାଦାର ଓ ଓଡ଼ିଆ ବ୍ୟବସାୟୀଙ୍କୁ ଅଣଦେଖା କରାଯାଇଛି ।  କଟକିଆଙ୍କ ସ୍ୱାର୍ଥ ପାଇଁ ନିମନ୍ତ୍ରଣ ସତ୍ତ୍ୱେ ମୁଖ୍ୟମନ୍ତ୍ରୀଙ୍କ କାର୍ୟ୍ୟକ୍ରମକୁ ସେ ବର୍ଜନ କରୁଥିବା ମହମ୍ମଦ ମୋକିମ କହିଛନ୍ତି । 

Get real time updates directly on you device, subscribe now.

Leave A Reply

Your email address will not be published.