କଲମ୍ବୋ: ଭାରତ ୮ମ ଥର ପାଇଁ ଏସିଆ କପ୍ ବିଜୟୀ ହୋଇଛି ଭାରତ । ୫୦ ରନ୍ରେ ଶ୍ରୀଲଙ୍କା ଟିମ୍ଙ୍କୁ ଅଲ୍ଆଉଟ୍ କରି ଏସିଆ କପ୍ ୨୦୨୩ ହାସଲ କରିଛି ଟିମ୍ ଇଣ୍ଡିଆ । ୧୯ ଦିନର ଏହି ଟୁର୍ନାମେଣ୍ଟରେ ୧୩ଟି ମ୍ୟାଚ୍ ଖେଳାଯାଇଥିଲା । ଫାଇନାଲରେ ଶ୍ରୀଲଙ୍କାକୁ ଶୋଚନୀୟ ଭାବେ ୧୦ ୱିକେଟରେ ପରାସ୍ତ କରି ୮ମ ଥର ପାଇଁ ଟାଇଟଲ ହାତେଇଛି ଟିମ୍ ଇଣ୍ଡିଆ । କମ୍ ରନ୍ର ଟାର୍ଗେଟକୁ ପିଛା କରି କୌଣସି ୱିକେଟ ନହରାଇ ମ୍ୟାଚ ଜିତିଛି ଭାରତୀୟ ଦଳ । ମାତ୍ର ୫୦ ରନ୍ରେ ଶ୍ରୀଲଙ୍କା ଅଲ୍ଆଉଟ୍ ହେବା ପରେ ଭାରତ ପାଇଁ ୫୧ ରନ୍ର ବିଜୟ ଲକ୍ଷ୍ୟ ରହିଥିଲା, ଯାହାକୁ ମାତ୍ର ୬.୧ ଓଭରରେ ହାସଲ କରିନେଇଥିଲା ଭାରତ । ଭାରତ ପକ୍ଷରୁ ଶୁବମନ ଗିଲ ୨୭ ରନ ଓ ଈଶାନ କିଷନ ୨୩ ରନ କରିଥିଲେ । ତେବେ ମହମ୍ମଦ ସିରାଜଙ୍କ ଘାତକ ବୋଲିଂରେ ଧରାଶାୟୀ ହୋଇଥିଲା ଶ୍ରୀଲଙ୍କା ଦଳ । ୨୧ ରନ ଦେଇ ୬ଟି ୱିକେଟ ନେଇ ଆଜି ମ୍ୟାଚ୍ର ହିରୋ ସାଜିଥିଲେ ସିରାଜ । ସିରାଜ, ହାର୍ଦ୍ଦିକ ପାଣ୍ଡ୍ୟା ଓ ଜସପ୍ରୀତ ବୁମରାଙ୍କ ଘାତକ ବୋଲିଂକୁ ସାମ୍ନା କରି ନ ପାରି ଶ୍ରୀଲଙ୍କା ମାତ୍ର ୧୫.୨ ଓଭର୍ରେ ସମସ୍ତ ୱିକେଟ ହରାଇ ୫୦ ରନ କରିବାକୁ ସକ୍ଷମ ହୋଇଥିଲା । ଏହାର ଜବାବରେ ଭାରତ ବିନା କୌଣସି ୱିକେଟ ହରାଇ ଧାର୍ଯ୍ୟ ଟାର୍ଗେଟକୁ ୩୭ ବଲ୍ରେ ହାସଲ କରି ନେଇଛି ।