ଭୁବନେଶ୍ୱର: ସ୍ମାର୍ଟ ସିଟି ଭୁବନେଶ୍ୱରର ହାଟ ଅଫ ଦି ଟାଉନ୍ କୁହାଯାଉଥିବା ହାଇସିକ୍ୟୁରିଟି ଏରିଆ ମାଷ୍ଟରକ୍ୟାଣ୍ଟିନ୍ ସ୍ଥିତ କଂଗ୍ରେସ ଭବନ ରାସ୍ତାରୁ ଏକ ଅଜଣା ଯୁବକଙ୍କର ମୃତ ଦେହ ମିଳିଛି । ସରକାରୀ କ୍ୱାଟର ଓ କଂଗ୍ରେସ ଭବନ ମଝିରେ ଥିବା ଡ୍ରେନ୍ ଉପରେ ଏହି ମୃତ ଦେହ ପଡିଥିବାବେଳେ ଖବର ପାଇ ଦିନ ପ୍ରାୟ ୧୨ ଟା ବେଳକୁ ପୋଲିସ୍ ଉକ୍ତ ସ୍ଥାନରେ ପହଞ୍ଚି ଘଟଣାର ଅନୁଧ୍ୟାନ କରିଛି । ଅଜଣା ମୃତ ଦେହ ପାଇବା ପରେ ପୋଲିସ ଅପମୃତ୍ୟୁ ମାମଲା ରୁଜୁ କରି ସ୍ଥାନୀୟ ଅଞ୍ଚଳରେ ପଚରା ଉଚୁରା କରିଛି । ତେବେ ଅଜଣା ବ୍ୟକ୍ତି ଜଣଙ୍କ କଳା ରଙ୍ଗର ଟ୍ରାଉଜର ଓ ହଳଦିଆ ରଙ୍ଗର ଟି ସାର୍ଟ ପିନ୍ଧିଥିବାବେଳେ ତାଙ୍କର ବୟସ ୩୫ ବର୍ଷ ହୋଇପାରେ ବୋଲି ସୂଚନା ମିଳିଛି । ମୃତ ଦେହକୁ ତୁରନ୍ତ ଡାକ୍ତରଖାନା ନେଇ ପୋଷ୍ଟମର୍ଟମ କରାଯାଉଛି । ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ବ୍ୟକ୍ତିଙ୍କର ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି ପୋଲିସ ପକ୍ଷରୁ ପ୍ରକାଶ କରାଯାଇଛି ।