ନୂଆଦିଲ୍ଲୀ: ଆଜି ଦିଲ୍ଲୀ ସ୍ଥିତ ଆନ୍ଦବିହାର ରେଲ୍ୱେ ଷ୍ଟେସନ୍ ଠାରେ କୁଲିମାନଙ୍କ ଗହଣରେ କୁଲି ପୋଷାକ ପିନ୍ଧି ବୋଝ ଉଠାଉଥିବା ରାହୁଲ ଗାନ୍ଧୀଙ୍କ ଫଟୋକୁ ଏକ୍ସ ହ୍ୟାଣ୍ଡେଲରେ ସେଆର କରିଛି ଭାରତୀୟ ଜାତୀୟ କଂଗ୍ରେସ୍ । ଦିଲ୍ଲୀର ଆନନ୍ଦ ବିହାର ରେଲୱେ ଷ୍ଟେସନରେ ପହଞ୍ଚି କୁଲିଙ୍କ ସହ ଆଲୋଚନା କରିଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ । ଆଜି ସକାଳେ ରାହୁଲ ହଠାତ୍ ଆନନ୍ଦ ବିହାର ରେଳ ଷ୍ଟେସନରେ ପହଞ୍ଚିଥିଲେ । ସେଠାରେ ସେ କାମ କରୁଥିବା କୁଲିଙ୍କର ଏକ ଗୋଷ୍ଠୀ ସହ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ । ନିଜେ କୁଲିଙ୍କ ପାରମ୍ପରିକ ପୋଷାକ ମଧ୍ୟ ପନ୍ଧିଥିଲେ । ମୁଣ୍ଡରେ ଲଗେଜ ମଧ୍ୟ ବୋହିଥିଲେ । ଏହା ସହିତ ରାହୁଲ କୁଲିମାନେ ରହୁଥିବା ବସ୍ତି ଓ କଲୋନୀ ମଧ୍ୟ ପରିଦର୍ଶନ କରିଥିଲେ । କୁଲିମାନେ ରାହୁଲଙ୍କୁ ସେମାନଙ୍କ ସମସ୍ୟା ସମ୍ପର୍କରେ ମଧ୍ୟ କହିଥିଲେ । ଏ ସମ୍ପର୍କରେ କଂଗ୍ରେସ ଅଫିସିଆଲ ଏକ୍ସ (ଟ୍ୱିଟର) ଆକାଉଣ୍ଟରେ ଭିିଡିଓ ମଧ୍ୟ ପୋଷ୍ଟ କରାଯାଇଛି । ଦଳ କହିଛି,‘‘ ଜନନାୟକ ରାହୁଲ ଗାନ୍ଧୀ ଆଜି ଦିଲ୍ଲୀର ଆନନ୍ଦ ବିହାର ରେଳ ଷ୍ଟେସନରେ ନିଜର କୁଲି ମିତ୍ରଙ୍କ ସହ ବାର୍ତ୍ତାଳାପ କରିଛନ୍ତି । ପୂର୍ବରୁ କୁଲି ବନ୍ଧୁମାନେ ରାହୁଲଙ୍କୁ ଭେଟିବା ନେଇ ସେମାନଙ୍କର ଇଚ୍ଛା ପ୍ରକାଶ କରିଥିଲେ । ରାହୁଲ ଆଜି ସେମାନଙ୍କ ଗହଣରେ ପହଞ୍ଚିଥି ଞ୍ଚିଲେ । ’’ ଏହି ଫଟୋଟି ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଛି ।