THE BYAPINI

ଆଜି ଠାରୁ ବିଧାନସଭା ମୌସୁମୀ ଅଧିବେଶନ ଆରମ୍ଭ

Get real time updates directly on you device, subscribe now.

ଭୁବନେଶ୍ୱର : ଆଜିଠାରୁ ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହେଉଛି । ଅକ୍ଟୋବର ୪ ତାରିଖ ଯାଏ ଚାଲିବାକୁ ଥିବା ଏହି ସ୍ୱଳ୍ପକାଳୀନ ଅଧିବେଶନରେ ମୋଟ ୮ଟି କାର୍ଯ୍ୟଦିବସ ରହିଛି । ଅଧିବେଶନ ପ୍ରଥମ ଦିନରେ ପୂର୍ବାହ୍ନ ସାଢେ ୯ଟାରେ ବାଚସ୍ପତି ନିର୍ବାଚନ ଅନୁଷ୍ଠିତ ହେବ । ପ୍ରମିଳା ମଲ୍ଲିକ ବିଧିବଦ୍ଧ ଭାବେ ବାଚସ୍ପତି ଘୋଷିତ ହେବା ପରେ ପୂର୍ବତନ ବାଚସ୍ପତି ତଥା ବିଧାୟକ ସ୍ୱର୍ଗତ ସୂର୍ଯ୍ୟନାରାୟଣ ପାତ୍ର ଓ ଦିବଂଗତ ସଦସ୍ୟଙ୍କ ଉଦ୍ଦେଶ୍ୟରେ ଶୋକପ୍ରସ୍ତାବ ଆଗତ କରାଯିବ । ବିଧାନସଭା ସଚିବାଳୟ ଦ୍ୱାରା ଜାରି ବିଜ୍ଞପ୍ତି ଅନୁଯାୟୀ, ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ମୌସୁମୀ ଅଧିବେଶନର ପ୍ରଥମ ଦିନରେ ଗୃହରେ ୨୦୨୩-୨୪ ବର୍ଷ ପାଇଁ ଅତିରିକ୍ତ ବଜେଟ୍‌ ଉପସ୍ଥାପନ କରିବେ । ସେପ୍‌ଟେମ୍ବର ୨୩ ଏବଂ ୨୪ରେ ଚତୁର୍ଥ ଶନିବାର ଏବଂ ରବିବାର ପାଇଁ କୌଣସି କାର୍ଯ୍ୟ ଦିବସ ରହିବ ନାହିଁ । ପ୍ରଥମ ଅତିରିକ୍ତ ବଜେଟ୍‌ ପାଇଁ ଆଗତ ଖର୍ଚ୍ଚ ଅନୁଦାନ ଦାବି ଉପରେ ସେପ୍‌ଟେମ୍ବର ୨୮ ଏବଂ ୩୦ ରେ ଆଲୋଚନା ହେବ । ଖର୍ଚ୍ଚଦାବି ଆଲୋଚନା ପରେ ଅକ୍ଟୋବର ୩ରେ ଅତିରିକ୍ତ ବଜେଟ୍‌ର ଖର୍ଚ୍ଚ ଅନୁଦାନ ଦାବି ପ୍ରସ୍ତାବ ଉପସ୍ଥାପିତ ହେବ । ଶେଷ ଦିନଟି ଘରୋଇ ସଦସ୍ୟଙ୍କ କାର୍ଯ୍ୟ ପାଇଁ ସଂରକ୍ଷିତ ରଖାଯାଇଛି । ଚଳିତ ଅଧିବେଶନଟି କିଭଳି ଶାନ୍ତିଶୃଙ୍ଖଳାର ସହ ଚାଲିବ ସେନେଇ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହେବ । ଆସନ୍ତାକାଲି ବାଚସ୍ପତି ନିର୍ବାଚନ ସହିତ ତିନି ଦଳର ବିଧାୟକ ଦଳ ବୈଠକ ଅନୁଷ୍ଠିତ ହେବ ବୋଲି ଜଣାପଡିଛି ।

Get real time updates directly on you device, subscribe now.

Leave A Reply

Your email address will not be published.