ମୁମ୍ବାଇ: ବକ୍ସ ଅଫିସରେ ରେକର୍ଡ କରୁଛି ବଲିଉଡ୍ କିଙ୍ଗ୍ ଖାନ୍ ଶାହାରୁଖଙ୍କ ଫିଲ୍ମ ଯବାନ । ଘରୋଇ ବକ୍ସ ଅଫିସରେ ଫିଲ୍ମ ୫୦୦ କୋଟିରୁ ଅଧିକ ଆୟ କରି ସାରିଥିବା ବେଳେ ବିଶ୍ୱବ୍ୟାପୀ ୧୦୦୦ କୋଟି ଟଙ୍କା କ୍ଲବରେ ପହଞ୍ଚିବାକୁ ଯାଉଛି । ଏହି ସଫଳତା ସହ ଶାହାରୁଖ ଖାନ ମଧ୍ୟ ନିଜ ନାମରେ ନୂଆ ରେକର୍ଡ ସୃଷ୍ଟି କରିଛନ୍ତି । ଯବାନର ସଫଳତା ପରେ ନୂଆ ରେକର୍ଡ କଲେ ଶାହାରୁଖ ଖାନ୍ । ଗୋଟିଏ ବର୍ଷରେ ୧୦୦୦ କୋଟି ଟଙ୍କା କ୍ଲବରେ ପହଞ୍ଚିବାରେ ଶାହରୁଖ୍ ଖାନ୍ ହେଉଛନ୍ତି ପ୍ରଥମ ବଲିଉଡ୍ ଷ୍ଟାର୍ । ଗୋଟିଏ ବର୍ଷରେ ଭାରତୀୟ ବକ୍ସ ଅଫିସରେ ୧୦୦୦ କୋଟି ଟଙ୍କାର ନେଟ୍ ସଂଗ୍ରହ କରିବାରେ ଶାହାରୁଖ ଖାନ ପ୍ରଥମ ବଲିଉଡ ଷ୍ଟାର୍ ହୋଇପାରିଛନ୍ତି । ଚଳିତ ବର୍ଷ ଶାହାରୁଖଙ୍କ ଦୁଇଟି ବ୍ଲକ୍ ବ୍ଲଷ୍ଟର୍ ସିନେମା ପଠାନ ଏବଂ ଯବାନ ରିଲିଜ୍ ହୋଇଛି । ଉଭୟ ଚଳଚ୍ଚିତ୍ରର ଆୟକୁ ମିଶାଇଲେ ଗୋଟିଏ ବର୍ଷରେ ସେ ୧୦୦୦ କୋଟି ରୋଜଗାର କରିଛନ୍ତି ।