THE BYAPINI

ବ୍ରିଜ୍‌ଭୂଷଣ ବିରୋଧରେ ଯଥେଷ୍ଟ ପ୍ରମାଣ ମିଳିଛି: କୋର୍ଟରେ ମନ୍ତବ୍ୟ ଦେଲା ଦିଲ୍ଲୀ ପୁଲିସ୍‌

Get real time updates directly on you device, subscribe now.

ଦିଲ୍ଲୀ: ପୂର୍ବତନ ରେସଲିଂ ଫେଡେରେସନ୍‌ ଅଫ୍‌ ଇଣ୍ଡିଆ (ଡବ୍ଲୁଏଫ୍‌ଆଇ) ମୁଖ୍ୟ ତଥା ବିଜେପି ସାଂସଦ ବ୍ରିଜ ଭୂଷଣ ଶରଣ ସିଂହଙ୍କ ବିରୁଦ୍ଧରେ ଦିଲ୍ଲୀ ପୁଲିସ ନିକଟରେ ଯଥେଷ୍ଟ ପ୍ରମାଣ ଅଛି ବୋଲି ରାଉସ୍‌ ଆଭେନ୍ୟୁ କୋର୍ଟରେ ଦିଲ୍ଲୀ ପୋଲିସ ପକ୍ଷରୁ ପ୍ରକାଶ କରାଯାଇଛି । ପୋଲିସ କହିଛି ସେ ମହିଳା କୁସ୍ତିଯୋଦ୍ଧାଙ୍କୁ ସବୁବେଳେ ଯୌନ ନିର୍ଯାତନା ଦେବାକୁ ସୁଯୋଗ ଖୋଜୁଥିଲେ,ଯେତେବେଳେ ସୁଯୋଗ ପାଉଥିଲେ ସେମାନଙ୍କୁ ନିର୍ଯାତିତ କରୁଥିଲେ ବୋଲି ହୋଇଥିବା ଅଭିଯୋଗକୁ ସତ ସାବ୍ୟସ୍ତ କରିବା ପାଇଁ ପର୍ଯ୍ୟାପ୍ତ ପ୍ରମାଣ ମିଳିଛି ।
୬ ଜଣ ମହିଳା କୁସ୍ତିଯୋଦ୍ଧା ବ୍ରିଜ ଭୂଷଣଙ୍କ ବିପକ୍ଷରେ କରିଥିବା ଯୌନ ଉତ୍ପୀଡନ ମାମଲାରେ ଚାର୍ଜସିଟ୍‌ ଦାଖଲ ହେବା ପରେ ଦିଲ୍ଲୀର ରାଉସ୍‌ ଆଭେନ୍ୟୁ କୋର୍ଟରେ ଏ ଉପରେ ଶୁଣାଣି ହୋଇଥିଲା । ଦିଲ୍ଲୀ ପୁଲିସକୁ ପ୍ରତିନିଧିତ୍ୱ କରୁଥିବା ଅତିରିକ୍ତ ସରକାରୀ ଓକିଲ ଅତୁଲ ଶ୍ରୀବାସ୍ତବ କୋର୍ଟଙ୍କୁ କହିଛନ୍ତି ଯେ, “ଡବ୍ଲୁଏଫ୍‌ଆଇ ମୁଖ୍ୟ ବ୍ରିଜ୍‌ ଭୂଷଣ ବିରୋଧରେ ଯଥେଷ୍ଟ ପ୍ରମାଣ ରହିଛି ।’
ଦୀର୍ଘଦିନ ଧରି ମହିଳା କୁସ୍ତିଯୋଦ୍ଧାମାନେ ବ୍ରିଜ ଭୂଷଣ ବିରୋଧରେ ଅଭିଯୋଗ କରି ଧାରଣାରେ ବସିଥିଲେ । ସେମାନଙ୍କୁ ନ୍ୟାୟ ନ ମିଳିବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରଖିବେ ବୋଲି କହିଥିଲେ । ଏହାପରେ ଜାତୀୟ ବକ୍ସିଂ କିମ୍ବଦନ୍ତୀ ଏମସି ମେରି କୋମଙ୍କ ନେତୃତ୍ୱରେ କେନ୍ଦ୍ର କ୍ରୀଡା ମନ୍ତ୍ରଣାଳୟ ଏକ ତଦାରଖ କମିଟି ଗଠନ କରି ଶରଣ ସିଂହଙ୍କ ବିରୋଧରେ ହୋଇଥିବା ଅଭିଯୋଗର ଯାଞ୍ଚ କରିଥିଲେ । ଆଜି ମାମଲା ଉପରେ ଶୁଣାଣି କରିବା ସହ ପରବର୍ତ୍ତୀ ଶୁଣାଣି ପାଇଁ ଅକ୍ଟୋବର ୭କୁ ତାରିଖ ଧାର୍ଯ୍ୟ କରିଛନ୍ତି ରାଉସ୍‌ ଆଭେନ୍ୟୁ କୋର୍ଟ ।

Get real time updates directly on you device, subscribe now.

Leave A Reply

Your email address will not be published.