THE BYAPINI

ଗୁଗୁଲ୍‌କୁ ୨୫ ବର୍ଷ

Get real time updates directly on you device, subscribe now.

ନୂଆଦିଲ୍ଲୀ: ଇଣ୍ଟରନେଟ୍‌ ଦୁନିଆର ଚର୍ଚ୍ଚିତ କଂପାନି ଗୁଗୁଲ୍‌କୁ ୨୫ ବର୍ଷ ହୋଇଛି। ୧୯୯୮ ସେପ୍ଟେମ୍ବର ୪ରେ ଯଦିଓ କଂପାନିକୁ ସ୍ଥାପନ କରାଯାଇଥିଲା, କିନ୍ତୁ ୨୦୦୫ ସେପ୍ଟେମ୍ବର ୨୭ରୁ ଏହା ବାର୍ଷିକୀ ପାଳନ ଆରମ୍ଭ କରିଥିଲା। ସେହିଦିନ ଆନୁଷ୍ଠାନିକ ଭାବେ ଗୁଗୁଲ୍ ତାହାର ଯାତ୍ରା ଆରମ୍ଭ କରିଥିଲା। ତା’ପୂର୍ବରୁ କଂପାନିର ନାମ ଥିଲା ବ୍ୟାକ୍‌ରବ୍। ଷ୍ଟାନ୍‌ଫୋର୍ଡ ବିଶ୍ବବିଦ୍ୟାଳୟର ଦୁଇ ଛାତ୍ର ସର୍ଗି ବ୍ରିନ୍ ଓ ‌ଲାରି ପେଜ୍ ମିଳିତ ଭାବେ ଗୁଗୁଲ୍‌କୁ ସୃଷ୍ଟି କରିଥିଲେ। ସେତେବେଳେ ସେମାନେ ସ୍ବପ୍ନରେ ବି ଭାବିନଥିବେ ଯେ ସେମାନେ ଯାହା ସୃଷ୍ଟି କରିଛନ୍ତି ତାହା ଡିଜିଟାଲ ଦୁନିଆକୁ ସମ୍ପୂର୍ଣ୍ଣ ବଦଳାଇଦେବ।

ଆମେରିକାର କାଲିଫର୍ଣ୍ଣିଆ ସହରର ମଣ୍ଟେ କାର୍ଲୋର ଏକ ଗ୍ୟାରେଜ୍‌ରୁ କଂପାନି ଆରମ୍ଭ ହୋଇଥିଲା। ସେଠାରେ ଥିଲା ଏକ କମ୍ପ୍ୟୁଟର ଓ ରହିବା ପାଇଁ ଅନ୍ୟାନ୍ୟ ବ୍ୟବସ୍ଥା। ଆଜିର ଦିନରେ ଗୁଗୁଲ୍ ଦୁନିଆର ପ୍ରତିଟି ଲୋକଙ୍କୁ ଛୁଇଁପାରିଛି। ଏହା ବିକାଶ କରିଥିବା ବିଭିନ୍ନ ସୁବିଧାସୁଯୋଗଗୁଡ଼ିକ ବହୁଳ ଭାବେ ବ୍ୟବହାର ହେଉଛି। ଜିମେଲ୍‌, ଗୁଗୁଲ୍‌ ମ୍ୟାପ୍, ୟୁଟ୍ୟୁବ୍‌, ଆଣ୍ଡ୍ରଏଡ୍ ଅପରେଟିଂ ସିଷ୍ଟମ୍ ହେଉଛି ଗୁଗୁଲ୍ ବିକାଶ କରିଥିବା କେତେକ ବୈପ୍ଳବିକ ଉତ୍ପାଦ। ଗୁଗୁଲ୍‌ର ସିଇଓ ଭାବେ ଚେନ୍ନାଇରେ ଜନ୍ମ ଗ୍ରହଣ କରିଥିବା ଓ ଆଇଆଇଟି ଖଡ଼ଗପୁରରେ ପାଠପଢ଼ିଥିବା ସୁନ୍ଦର ପିଚାଇ କାର୍ଯ୍ୟ କରୁଛନ୍ତି। ସେ ଆଜି ଗୁଗୁଲ୍‌କୁ ଜନ୍ମଦିନ ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତି। ଏକ ସ୍ବତନ୍ତ୍ର ଡୁଡୁଲ୍ ଜରିଆରେ କଂପାନି ଏହାର ଜନ୍ମଦିନକୁ ପାଳନ କରୁଛି। 

Get real time updates directly on you device, subscribe now.

Leave A Reply

Your email address will not be published.