THE BYAPINI

‘ଲ କମିଶନଙ୍କ ପରାମର୍ଶ’ : ସହମତି ସମ୍ପର୍କ ପାଇଁ ସର୍ବନିମ୍ନ ବୟସ ୧୬କୁ ହ୍ରାସ କରାନଯାଉ

Get real time updates directly on you device, subscribe now.

ନୂଆଦିଲ୍ଲୀ: ପୋକ୍ସୋ ଆଇନ ଅଧିନରେ ସହମତିରେ ଶାରୀରିକ ସଂପର୍କ ସ୍ଥାପନ ପାଇଁ ସର୍ବନିମ୍ନ ବୟସକୁ ୧୮ରୁ ୧୬ ବର୍ଷକୁ ନ କମାଇବାକୁ ଲ’ କମିସନ ବା ବିଧି ଆୟୋଗ ସରକାରଙ୍କୁ ପରାମର୍ଶ ଦେଇଛନ୍ତି । ସହମତି ବୟସ ହ୍ରାସ କଲେ ବାଲ୍ୟ ବିବାହ ଓ ଶିଶୁ ଚୋରା ଚାଲାଣ ବିରୋଧରେ ଲଢ଼େଇ ଉପରେ ପ୍ରତ୍ୟକ୍ଷ ଓ ନକାରାତ୍ମକ ପ୍ରଭାବ ପଡ଼ିବ ବୋଲି ଆୟୋଗ ପରାମର୍ଶ ଦେଇଛନ୍ତି।

ପୋକ୍ସୋ ଆଇନ ଅଧୀନରେ ଯୌନ ସମ୍ପର୍କ ପାଇଁ ସମ୍ମତିର ବୟସ ସମ୍ପର୍କରେ ଆଇନ ଆୟୋଗ ଆଇନ ମନ୍ତ୍ରଣାଳୟକୁ ନିଜର ରିପୋର୍ଟ ଦାଖଲ କରିଛନ୍ତି । ଦେଶରେ ଏବେ ସମ୍ମତିର ବୟସ ୧୮ ବର୍ଷ ରହିଛି। ଆୟୋଗ କହିଛନ୍ତି ଯେ ସମ୍ମତି ବୟସ ହ୍ରାସ ବାଲ୍ୟ ବିବାହ ଏବଂ ଶିଶୁ ଚୋରା ଚାଲାଣ ବିରୋଧରେ ଲଢ଼େଇ ଉପରେ ପ୍ରତ୍ୟକ୍ଷ ଏବଂ ନକାରାତ୍ମକ ପ୍ରଭାବ ପକାଇବ।

ତେବେ ଆୟୋଗ କହିଛନ୍ତି ଯେ, ନୀରବ ସହମତିରେ ଶାରୀରିକ ସମ୍ପର୍କ ସ୍ଥାପନ କରିଥିବା ନାବାଳକ-ନବାଳିକାମାନଙ୍କ ପାଇଁ ପକ୍ସୋ ଆଇନରେ ରହିଥିବା କଠୋର ଆଇନରେ ସଂଶୋଧନର ଆବଶ୍ୟକତା ରହିଛି ଓ ନ୍ୟାୟାଳୟ ବି ଏ କ୍ଷେତ୍ରରେ ନ୍ୟାୟିକ ବିବେକର ଅନୁପାଳନ କରିବା ଉଚିତ୍ ।

ଆୟୋଗ ଆହୁରି ମଧ୍ୟ କହିଛନ୍ତି ଯେ, କିଶୋରାବସ୍ଥାରେ ପ୍ରେମ ସଂପର୍କ ଉପରେ କୌଣସି ନିୟନ୍ତ୍ରଣ ନଥାଏ, କିନ୍ତୁ ଏହା ପଛରେ ଅପରାଧିକ ଅଭିପ୍ରାୟ ନ ଥାଏ । ଏଣୁ ଏପରି ମାମଲା ପାଇଁ ପକ୍ସୋ ପରି କଠୋର ଆଇନରେ ସଂଶୋଧନ କରାଯିବା ଉଚିତ୍ ।

Get real time updates directly on you device, subscribe now.

Leave A Reply

Your email address will not be published.