THE BYAPINI

ସୋଆ କୃଷି ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଗ୍ରାଜୁଏସନ୍‌ କାର୍ଯ୍ୟକ୍ରମ

Get real time updates directly on you device, subscribe now.

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଏଗ୍ରିକଲ୍‌ଚରାଲ୍‌ ସାଇନ୍‌ସେସ୍‌ (ଆଇଏଏସ୍‌)ରୁ ଶିକ୍ଷା ସମାପ୍ତ କରିଥିବା ଛାତ୍ରଛାତ୍ରୀଙ୍କୁ ବିଶ୍ୱବିଦ୍ୟାଳୟ ଦ୍ୱାରା ଶୁକ୍ରବାର ଡିଗ୍ରୀ ପ୍ରଦାନ କରାଯାଇଛି । ଆଇଏଏସ୍‌ର ୨୦୨୦, ୨୦୨୧ ଓ ୨୦୨୨ ବ୍ୟାଚର ବିଏସ୍‌ସି ଏଗ୍ରିକଲ୍‌ଚର (ଅନର୍ସ) ଓ ୨୦୨୧ ଏବଂ ୨୦୨୨ ବ୍ୟାଚର ଏମ୍‌.ଏସ୍‌ସି ଏଗ୍ରିକଲ୍‌ଚର ଛାତ୍ରଛାତ୍ରୀ ଏହି ସ୍ୱତନ୍ତ୍ର ଗ୍ରାଜୁଏସନ୍‌ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦଙ୍କ ଠାରୁ ଡିଗ୍ରୀ ଗ୍ରହଣ କରିଥିଲେ ।
ଏହି ଉତ୍ସବରେ କୁଳପତି ପ୍ରଫେସର ନନ୍ଦ ଛାତ୍ରଛାତ୍ରୀମାନଙ୍କୁ ଶପଥ ପାଠ କରାଇବା ସହ ଶୁଭେଚ୍‌ଛା ଜଣାଇଥିଲେ । କୋଭିଡ ମହାମାରୀ ସମୟରେ ଏହି ଛାତ୍ରଛାତ୍ରୀମାନେ ଖୁବ୍‌ ସମସ୍ୟାର ସମ୍ମୁଖୀନ ହୋଇଥିଲେ ମଧ୍ୟ ନିଜର ଶିକ୍ଷା ଉତ୍ତମ ଭାବେ ସମାପ୍ତ କରିଥିବାରୁ ସେମାନଙ୍କୁ ଧନ୍ୟବାଦ ଜଣାଇଥିଲେ । ଦେଶର ଶ୍ରେଷ୍ଠ ୧୫ ତମ ବିଶ୍ୱବିଦ୍ୟାଳୟରୁ ଶିକ୍ଷା ସମାପ୍ତ କରିଥିବାରୁ ସୋଆର ମାନ ଉଚ୍ଚ଼କୁ ନେବା ପାଇଁ ସେ ଛାତ୍ରଛାତ୍ରୀମାନଙ୍କୁ ଆହ୍ୱାନ ଦେଇଥିଲେ ।
ଏହି ଅବସରରେ ଆଇଏଏସ୍‌ର ଡିନ୍‌ ପ୍ରଫେସର ସନ୍ତୋଷ କୁମାର ରାଉତ କୃଷି ମହାବିଦ୍ୟାଳୟର ରିପୋର୍ଟ ପ୍ରଦାନ କରିଥିବା ବେଳେ ଏଂଟୋମୋଲୋଜି ବିଭାଗର ମୁଖ୍ୟ ପ୍ରଫେସର ବି.କେ ମିଶ୍ର ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ସୋଆର ଉପକୁଳପତି ପ୍ରଫେସର ଶିତିକଣ୍ଠ ମିଶ୍ର, କଂଟ୍ରୋଲର ଅଫ୍‌ ଏଗଜାମିନେସନ୍‌ ପ୍ରଫେସର ମଞ୍ଜୁଳା ଦାସ, ଛାତ୍ରମଙ୍ଗଳ ଡିନ୍‌ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ, ଆଇଏଏସ୍‌ର ଉପଦେଷ୍ଟା ପ୍ରଫେସର ବିଜୟ କୁମାର ସାହୁଙ୍କ ସମେତ ଏକାଡେମିକ କାଉନ୍‌ସିଲ୍‌ର ସଦସ୍ୟ ଓ ଫ୍ୟାକଲ୍ଟି ମେମ୍ବର୍ସମାନେ ଉପସ୍ଥିତ ଥିଲେ ।

Get real time updates directly on you device, subscribe now.

Leave A Reply

Your email address will not be published.