THE BYAPINI

ସ୍କ୍ରବ୍ ଟାଇଫସ୍, ସୁନ୍ଦରଗଡ଼ରୁ ପୁଣି ୯ ଆକ୍ରାନ୍ତ ଚିହ୍ନଟ

Get real time updates directly on you device, subscribe now.

ସୁନ୍ଦରଗଡ଼ : ଚିନ୍ତା ବଢାଉଛି ସ୍କ୍ରବ୍ ଟାଇଫସ୍। ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ସୁନ୍ଦରଗଡ଼ ଜିଲ୍ଲାରେ ପୁଣି ୯ଜଣ ସ୍କ୍ରବ୍ ଟାଇଫସ୍ ପଜିଟିଭ ଚିହ୍ନଟ ହୋଇଛନ୍ତି। ଜିଲ୍ଲାରେ ପଜିଟିଭ ସଂଖ୍ୟା ୩୦୪କୁ ବୃଦ୍ଧି ହୋଇଛି।

ସୂଚନାନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ୩୪ ଟି ରକ୍ତ ନମୁନା ପରୀକ୍ଷା କରାଯାଇଥିଲା। ସେଥି ମଧ୍ୟରୁ ୯ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମେଡିକାଲ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଗାଁ ଗାଁରେ ଲୋକମାନଙ୍କୁ ଡାକବାଜି ଓ ପାଲା ମାଧ୍ୟମରେ ସଚେତନ   କରାଯାଉଛି। ପ୍ରତ୍ୟେକ ଦିନ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଜିଲ୍ଲା ପ୍ରଶାସନ ଓ ମେଡିକାଲ ବିଭାଗର ଚିନ୍ତା ବଢାଇଛି। 

Get real time updates directly on you device, subscribe now.

Leave A Reply

Your email address will not be published.