THE BYAPINI

ସାମାଜିକ ଗଣମାଧ୍ୟମରେ କଂଗ୍ରେସ ଓ ବିଜେପିର ପୋଷ୍ଟର୍‌ ବିବାଦ

Get real time updates directly on you device, subscribe now.

ନୂଆଦିଲ୍ଲୀ: ରାହୁଲ୍‌ ଗାନ୍ଧୀଙ୍କୁ ‘ନୂଆ ଯୁଗର ରାବଣ’ ଭାବେ ଚିତ୍ରିତ କରି ‘ବିଜେପି’ ‘ଏକ୍ସ୍‌’ରେ ପୋଷ୍ଟର୍‌ ପୋଷ୍ଟ୍‌ କରିବା ପରେ କଂଗ୍ରେସ ପାର୍ଟି ଓ ‘ବିଜେପି’ ମଧ୍ୟରେ ବିବାଦ ଆରମ୍ଭ ହୋଇଛି ।

‘ବିଜେପି’ ରାହୁଲ୍‌ ଗାନ୍ଧୀଙ୍କୁ ରାବଣ ବୋଲି ଦର୍ଶାଇଥିବାରୁ କଂଗ୍ରେସ ତୀବ୍ର ପ୍ରତିକ୍ରିୟା ବ୍ୟକ୍ତ କରି କହିଛି, ଏହା ଅଗ୍ରହଣୀୟ, ଲଜ୍ଜାଜନକ ଓ ବିପଜ୍ଜନକ।

‘ବିଜେପି’ ପୋଷ୍ଟ୍‌ କରିଥିବା ପୋଷ୍ଟର୍‌ରେ ଦାଢ଼ି ଛାଡ଼ିଥିବା ରାହୁଲ୍‌ଙ୍କର ୭ଟି ମୁଣ୍ଡ ରହିଛି। ସେଥିରେ ଲେଖା ଯାଇଛ: ଭାରତ ବିପଦରେ ପଡ଼ିଛି- କଂଗ୍ରେସ ପାର୍ଟିର ପ୍ରଯୋଜନା। ନିର୍ଦେଶକ ଜର୍ଜ ସରୋସ୍‌।

ଏହି ପୋଷ୍ଟର୍‌କୁ ‘ଏକ୍ସ’ରେ ପୋଷ୍ଟ୍‌ କରି ‘ବିଜେପି’ ଲେଖିଛି: ଆସିଗଲେ ନୂଆ ଯୁଗର ରାବଣ। ସେ ଦୁଷ୍ଟ। ଧର୍ମଦ୍ରୋହୀ। ରାମଦ୍ରୋହୀ। ତାଙ୍କର ଲକ୍ଷ୍ୟ ଭାରତର ଧ୍ବଂସ ସାଧନ ।ଏହାକୁ ତୀବ୍ର ବିରୋଧ କରି ‘କମ୍ୟୁନିକେସନ୍‌’ ଦାୟିତ୍ବରେ ଥିବା କଂଗ୍ରେସର ସାଧାରଣ ସମ୍ପାଦକ ଜୟରାମ ରମେଶ ‘ଏକ୍ସ’ରେ ଲେଖିଛନ୍ତି: ‘ବିଜେପି’ର ଅଫିସିଆଲ୍‌ ହ୍ୟାଣ୍ଡେଲ୍‌ରେ ରାହୁଲ୍‌ ଗାନ୍ଧୀଙ୍କୁ ରାବଣ ଭାବେ ବୀଭତ୍ସ କରି ଚିତ୍ରିତ କରାଯିବାର ପ୍ରକୃତ ଉଦ୍ଦେଶ୍ୟ କ’ଣ?

ଏଥିରୁ ସ୍ପଷ୍ଟ ଜଣାପଡୁଛି ଭାରତ ବିଭାଜନ ଚାହୁଁଥିବା ଶକ୍ତି ଯାହାଙ୍କ ବାପା ଓ ଜେଜୀଙ୍କୁ ହତ୍ୟା କରିଥିଲେ ତାଙ୍କ ପ୍ରତି (ରାହୁଲ୍‌) ଅକାରଣ ହିଂସା ଉଦ୍ରେକ କରାଇବା ସେହିପରି, ପ୍ରିୟଙ୍କା ଗାନ୍ଧୀ ଭଦ୍ରା, କେ. ସି. ବେଣୁ ଗୋପାଳ ମଧ୍ୟ ଏହି ପୋଷ୍ଟର୍‌ ପାଇଁ ‘ବିଜେପି’କୁ ନିନ୍ଦା କରିଛନ୍ତି।

ସୂଚନାଯୋଗ୍ୟ, ଏହାର ଦିନକ ପୂର୍ବରୁ କଂଗ୍ରେସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଫଟୋ ଥିବା ଦୁଇଟି ପୋଷ୍ଟର୍‌ ‘ଏକ୍ସ୍‌’ କରିଥିଲା। ସେଥିରୁ ଗୋଟିକରେ ଲେଖାଯାଇଥିଲା, ‘ସବୁଠୁ ବଡ଼ ମିଛୁଆ’। ଆଉ ଗୋଟିଏରେ ଲେଖାଯାଇଥିଲା ‘ଜୁମ୍‌ଲା ବୟ’।

Get real time updates directly on you device, subscribe now.

Leave A Reply

Your email address will not be published.