THE BYAPINI

ପୁନର୍ବାସ କଲୋନୀରେ ଥଇଥାନ ହେଲେ ସାତଭାୟା ଗ୍ରାମର ୫୭୧ ପରିବାର

Get real time updates directly on you device, subscribe now.

ଭୁବନେଶ୍ୱର: ଅକ୍ଟୋବର ମାସ ଓଡ଼ିଶା ପାଇଁ ଯେତିକି ଖୁସି ସେତିକି ଡର ସାଥିରେ ଧରି ଆସିଛି । ପାର୍ବଣ ପାଇଁ ସାରା ରାଜ୍ୟ ଚଳଚଞ୍ଚଳ ହୋଇ ଉଠିଥିଲେ ମଧ୍ୟ ଅକ୍ଟୋବର ମାସରେ ବାତ୍ୟାର ଭୟ ଓଡ଼ିଶାର ପିଛା ଛାଡୁନି । ମହାବାତ୍ୟାର ତାଣ୍ଡବ ସହି ଥିବା ଓଡ଼ିଶାରେ ସେଥିପାଇଁ ବିପର୍ଯ୍ୟୟ ପ୍ରସ୍ତୁତି କାମରେ କେବେ ମଧ୍ୟ ହେଳା କରିନାହିଁ । ସେହିକ୍ରମରେ ବଙ୍ଗୋପସାଗର କୂଳରେ ଥିବା କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ଅନ୍ତର୍ଗତ ସାତଭାୟା ଗ୍ରାମର ୫୭୧ ପରିବାରକୁ ବଗପାଟିଆଠାରେ ପୁନର୍ବାସ କଲୋନୀରେ ଥଇଥାନ କରାଯାଇଛି । ଜଳବାୟୁ ପରିବର୍ତ୍ତନ, ସାମୁଦ୍ରିକ ଜୁଆର ଓ ଝଡ଼ ପ୍ରଭାବରେ ସମାୟାନୁକ୍ରମେ ଓଡ଼ିଶାର ଅନେକ ସମୁଦ୍ରକୂଳିଆ ଗାଁ ପ୍ରଭାବିତ ହୋଇଛନ୍ତି ସେଥିମଧ୍ୟରୁ ସର୍ବାଧିକ ପ୍ରଭାବିତ ହୋଇଥିବା ଗାଁ ଭିତରେ ରହିଛି ସାତଭାୟା ଗାଁ । ବଗପାଟିଆ ପୁନର୍ବାସ ପ୍ରକଳ୍ପର ବିକାଶ ନିମନ୍ତେ ରାଜ୍ୟ ସରକାର ସମସ୍ତ ଚେଷ୍ଟା ଜାରି ରଖିଛନ୍ତି । ବଗପାଟିଆ ଥଇଥାନ କଲୋନୀରେ ରାଜ୍ୟ ସରକାରଙ୍କ ତରଫରୁ ବିଜୁ ପକ୍କା ଘର ଯୋଜନାରେ ୫୭୧ଟି ଘର ସମେତ ଅଙ୍ଗନବାଡି କେନ୍ଦ୍ର, ପ୍ରାଥମିକ ସ୍କୁଲ, ହାଇସ୍କୁଲ, ରାଜୀବ ଗାନ୍ଧୀ ସେବା କେନ୍ଦ୍ର, ଗୋଟିଏ ପୋଷ୍ଟ ଅଫିସ, ୬୩ କେ.ଭି.ଏ କ୍ଷମତା ବିଶିଷ୍ଟ ୪ ଟି ଟ୍ରାନସଫରମର ସ୍ଥାପନ ଯାଇଛି । ବିଦ୍ୟୁତ ଲାଇନର ଉନ୍ନତି କରଣ ଓ ବାସିନ୍ଦା ପରିବାରକୁ ଗୋପାଳନ, ଛେଳି ପାଳନ, ମାଛ ଚାଷ ଆଦି ଜିବିକା ନିର୍ବାହରେ ସହାୟତା ପ୍ରୋସାହନ ଦିଆଯିବାର ବ୍ୟବସ୍ଥା କରାଯାଉଛି ।

Get real time updates directly on you device, subscribe now.

Leave A Reply

Your email address will not be published.