THE BYAPINI

୧୩ ହଜାରରେ କିଣିଲେ, ୩୬ କୋଟିରେ ବିକିଲେ ମାସ୍କ: ଜାଲିଆତି ମାମଲା ରୁଜୁ

Get real time updates directly on you device, subscribe now.

ଏକ ପାରମ୍ପରିକ ଗିବନ୍‌ ମାସ୍କ ଏବେ ଚାରିଆଡେ ଚର୍ଚ୍ଚାର ବିଷୟ ପାଲଟିଛି । ୧୩ ହଜାର ଟଙ୍କାରେ କିଣା ହୋଇଥିବା ମାସ୍କ ୩୬ କୋଟି ଟଙ୍କାରେ ବିକ୍ରି ହେବା ପରେ ମାସ୍କର ପ୍ରଥମ ମାଲିକ ମାସ୍କ ଟିକୁ ୩୬ କୋଟିରେ ବିକ୍ରି କରିଥିବା ବ୍ୟକ୍ତିଙ୍କ ନାମରେ କୋର୍ଟରେ ମାମଲା ରୁଜୁ କରିଛନ୍ତି । ଗିବନ ମାସ୍କ ବା ଆଫ୍ରିକାନ ଫେସ୍‌ମାସ୍କ, ଆଫ୍ରିକୀୟ ଦେଶରେ ଏହି ମାସ୍କର ବେଶ୍‌ ଚାହିଦା ରହିଛି । ବିଶେଷ କରି ବିବାହ ଓ ଅନ୍ତେଷ୍ଟିରେ ଏହି ମାସ୍କକୁ ସେଠାକାର ଲୋକେ ବ୍ୟବହାର କରନ୍ତି । ନିକଟରେ ଏଭଳି ଏକ ମାସ୍କକୁ ଫ୍ରାନ୍ସର ନିମ୍ସରେ ରହୁଥିବା ବୟସ୍କ ଦମ୍ପତ୍ତି ଜଣେ ଆର୍ଟ ଡିଲର୍‌ଙ୍କୁ ବିକ୍ରି କରିଥିଲେ । ଏହି ବୟସ୍କ ଦମ୍ପତ୍ତି ୨୦୨୧ରେ ନିଜ ଘର ଖାଲି କରିଥିଲେ । ଏହି ସମୟ ତାଙ୍କ ଘରେ ଥିବା ଏନ୍‌ଗିଲ ତଥା ଏହି ଆଫ୍ରିକାନ୍‌ ଗିବନ୍‌ ମାସ୍କକୁ ବିକ୍ରି କରିବା ପାଇଁ ସେମାନେ ନିଷ୍ପତ୍ତି ନେଇଥିଲେ । ଦମ୍ପତ୍ତି ଏହି ମାସ୍କକୁ ମିଷ୍ଟର ଜେଡ୍‌ ନାମକ ଜଣେ ପ୍ରଖ୍ୟାତ ଆର୍ଟ ଡିଲର୍‌ଙ୍କୁ ୧୩ ହଜାର ୨୦୮ ଟଙ୍କାରେ ବିକ୍ରି କରିଥିଲେ । ତେବେ ଡିଲର ଜଣକ ଏହି ମାସ୍କକୁ କିଣିବା ପରେ ୩୬ କୋଟି (୩୬ କୋଟି ୮୬ ଲକ୍ଷ ୧୭ ହଜାର ୩୨୦ ଟଙ୍କା)ରେ ନିଲାମ କରିଦେଇଥିଲେ । ତେବେ ମାସ୍କର ଦାମ୍‌ ଏତେ ଟଙ୍କା ହେବା ଜାଣିବା ପରେ ଉକ୍ତ ବୟସ୍କ ଦମ୍ପତ୍ତି ମିଷ୍ଟର୍‌ ଜେଡ୍‌ଙ୍କ ନାଁରେ ମାମଲା ରୁଜୁ କରିଛନ୍ତି । ନିମ୍ସର କୋର୍ଟରେ ଏହି ମାମଲାର ବିଚାର ଚାଲିଛି । ଏହି ମାସ୍କଟି ଉନବିଂଶ ଶତାବ୍ଦୀର ଓ ଏହାର ଦୁର୍ଲଭ ବୋଲି ପ୍ରମାଣିତ ହୋଇଛି । ମାମଲା ଶେଷ ହେବା ପର୍ଯ୍ୟନ୍ତ ମାସ୍କ ବିକ୍ରି ଉପରେ କୋର୍ଟ ନିଷେଧାଦେଶ ଜାରି କରିଛନ୍ତି ।

Get real time updates directly on you device, subscribe now.

Leave A Reply

Your email address will not be published.