THE BYAPINI

ଅଲଗା ରହୁଥିଲେ ବି ଛାଡ଼ପତ୍ର ନେଇନାହାନ୍ତି ଧନୁଷ-ଐଶ୍ବର୍ଯ୍ୟା

Get real time updates directly on you device, subscribe now.

ନୂଆଦିଲ୍ଲୀ : ତାମିଲ୍ ସୁପରଷ୍ଟାର ଧନୁଷ ଓ ପତ୍ନୀ ଐଶ୍ବର୍ଯ୍ୟା ରଜନୀକାନ୍ତ ଦୀର୍ଘ ୧୮ ବର୍ଷ ବୈବାହିକ ଜୀବନ ବିତାଇବା ପରେ ଉଭୟ ପରସ୍ପରଠାରୁ ଅଲଗା ରହିବା ପାଇଁ ନିଷ୍ପତ୍ତି ନେଇଥିଲେ। ତେବେ ଅଲଗା ରହୁଥିଲେ ବି ଉଭୟ ଏପର୍ଯ୍ୟନ୍ତ ଛାଡ଼ପତ୍ର ନେଇ ନାହାନ୍ତି।

କୁହାଯାଉଥିଲା ଯେ, ଦୁହେଁ ଏବେ ନିଜ ନିଜର କାମକୁ ନେଇ ବ୍ୟସ୍ତ ଥିବା ସହ ଛାଡ଼ପତ୍ର ଆବେଦନ ପାଇଁ ଦୁହିଁଙ୍କ ପାଖରେ ସମୟ ନାହିଁ। ହେଲେ ଏବେ ଦୁହେଁ ଛାଡ଼ପତ୍ର ପାଇଁ ଆବେଦନ ନକରିବା ପଛର କାରଣ ସାମ୍ନାକୁ ଆସିଛି। ଚର୍ଚ୍ଚା ହେଉଛି ଯେ, ଯେତେବେଳେ ଦୁହିଁଙ୍କ ମଧ୍ୟରୁ କେହି ଜଣେ ବିବାହ କରିବାକୁ ସ୍ଥିର କରିବେ ସେତେବେଳେ ସେମାନେ ଛାଡ଼ପତ୍ର ପାଇଁ ଆବେଦନ କରିବେ।

ଏବେ ଦୁହେଁ ଅଲଗା ରହୁଥି‌ଲେ ବି ନିଜ ପିଲମାନଙ୍କ ପାଇଁ ସମୟ ବାହାର କରି ଦୁହେଁ ସାଙ୍ଗ ହୋଇ ସମୟ କଟାଉଥିବା ଦେଖାଯାଇଛି। ପୂର୍ବରୁ ବିବାହ ବିଚ୍ଛେଦର କାରଣ ସାମ୍ନାକୁ ଆସିଥିଲା। ଦୁହିଁଙ୍କର ଜଣେ ଭଲ ବନ୍ଧୁ କହିଥିଲେ ଯେ, ଧନୁଷ ସର୍ବପ୍ରଥମେ ନିଜ କାମକୁ ରଖନ୍ତି। ସେ କାମ କରିବାକୁ କେତେ ଭଲପାଆନ୍ତି ତାହା ତାଙ୍କ ସହ ଜଡ଼ିତ ଲୋକ ଭଲ ଭାବରେ ଜାଣିଛନ୍ତି। ସବୁଠାରୁ ବଡ଼ କଥା ହେଲା ଧନୁଷ କାହା ସହ ନିଜ ମନ କଥା ସେୟାର କରନ୍ତି ନାହିଁ। ନିଜ ପରିବାର କିମ୍ବା ନିଜର ଭଲ ବନ୍ଧୁ ସହ ମଧ୍ୟ ନୁହେଁ। କେତେବେଳେ ସେ କ’ଣ ଭାବୁଛନ୍ତିି ବା ତାଙ୍କ ମନରେ କ’ଣ ଚାଲିଛି, ତାହା କେହି କହିପାରିବେ ନାହିଁ। ଯେତେବେଳେ ବି ପତ୍ନୀ ଐଶ୍ବର୍ଯ୍ୟାଙ୍କ ସହ ତାଙ୍କର ଝଗଡ଼ା ହୁଏ ସେ ଆଲୋଚନା ନକରି ନୂଆ ଫିଲ୍ମ ହାତକୁ ନିଅନ୍ତି। ଝଗଡ଼ା ବଢ଼ିବା ଡରରେ ସେ ସବୁବେଳେ ନିଜକୁ କାମରେ ବ୍ୟସ୍ତ ରଖନ୍ତି। ହେଲେ ଦୁହିଁଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରୁ ଶେଷରେ ଦୁହେଁ ଅଲଗା ହେବା ପାଇଁ ନିଷ୍ପତ୍ତି ନେଇଛନ୍ତି। ହେଲେ ଆଗକୁ ଦୁହେଁ ସାଥୀରେ ନିଜର ଦୁଇ ପୁଅ ଯାତ୍ରା ଏବଂ ଲିଙ୍ଗାଙ୍କ ଲାଳନପାଳନ କରିିବେ।

Get real time updates directly on you device, subscribe now.

Leave A Reply

Your email address will not be published.