THE BYAPINI

କ୍ରୋଧରେ ଭୁଲ୍‌ ନକରିବା ଉଚିତ ଇସ୍ରାଏଲ:ଜୋ ବାଇଡେନ୍‌

Get real time updates directly on you device, subscribe now.

ଟେଲ୍‌ ଅଭିଭ: ଇସ୍ରାଏଲ-ହମାସ୍ ଯୁଦ୍ଧ ଦିନକୁ ଦିନ ଅଧିକ ଭୟଙ୍କର ହେବାରେ ଲାଗିଛି। ଗତକାଲି ଗାଜାରେ ଏକ ପ୍ରମୁଖ ହସ୍ପିଟାଲ ଉପରେ ହୋଇଥିବା ବିସ୍ଫୋରଣରେ ୫୦୦ ଲୋକଙ୍କ ମୃତ୍ୟୁ ହେବା ଘଟଣା ସାରା ବିଶ୍ବକୁ ସ୍ତବ୍ଧ କରିଦେଇଛି। ଏଭଳି ଏକ ଗୁରୁତ୍ବପୂର୍ଣ୍ଣ ସମୟରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ଇସ୍ରାଏଲ ଗସ୍ତ କରିଛନ୍ତି। ବାଇଡେନ୍‌ ଟେଲ୍‌ ଅଭିଭରେ ପହଞ୍ଚିବାପରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜା‌ମିନ ନେତାନ୍ୟାହୁଙ୍କୁ ଭେଟିଛନ୍ତି ଏବଂ ଯୁଦ୍ଧ ସ୍ଥିତି ନେଇ ନେତାନ୍ୟାହୁଙ୍କ ସହ ଆଲୋଚନା କରିଛନ୍ତି। ଯୁଦ୍ଧ ପ୍ରସଙ୍ଗରେ ନେତାନ୍ୟାହୁଙ୍କୁ ପରାମର୍ଶ ଦେଇ ବାଇଡେନ କହିଛନ୍ତି, ‘୯/୧୧ ପରେ ଆମେରିକା ଭୀଷଣ କ୍ରୋଧରେ ଯେଉଁସବୁ ଭୁଲ୍‌ କରିଥିଲା ତାହାକୁ ଇସ୍ରାଏଲ ଦୋହରାଇବା ଠିକ୍‌ ହେବନାହିଁ। ଇସ୍ରାଏଲ ଉପରେ ୭ ଅକ୍ଟୋବରରେ ହୋଇଥିବା ଆକ୍ରମଣ ୯/୧୧ଠାରୁ ମଧ୍ୟ ବହୁତ ବଡ଼। ଇସ୍ରାଏଲ ଏକ ଛୋଟ ରାଷ୍ଟ୍ର ହୋଇଥିବାରୁ ଗୋଟିଏ ଆକ୍ରମଣରେ ହିଁ ହଜାରେରୁ ଅଧିକ ଲୋକଙ୍କ ମୃତ୍ୟୁ ହେଲା। କିନ୍ତୁ ଇସ୍ରାଏଲକୁ ଧୈର୍ଯ୍ୟର ସବୁକିଛିର ମୁକାବିଲା କରିବାକୁ ହେବ। ଏହା ମନେ ରଖିବାକୁ ହେବ ଯେ ପାଇଲେଷ୍ଟାଇନର ସଂଖ୍ୟାଧିକ ନାଗରିକ ହମାସ୍‌ ନୁହନ୍ତି ଏବଂ ହମାସ୍‌ ପାଲେଷ୍ଟାଇନ ନାଗରିକଙ୍କୁ ପ୍ରତିନିଧିତ୍ବ କରେନାହିଁ।

ବାଇଡେନ କହିଛନ୍ତି, ଉଭୟ ଆମେରିକା ଏବଂ ଇସ୍ରାଏଲ ଦ୍ବାରା ଆତଙ୍କବାଦୀ ସଂଗଠନ ବିବେଚିତ ହମାସ୍‌ ୩୧ ଆମେରିକୀୟଙ୍କ ସମେତ ୧୩୦୦ରୁ ଅଧିକ ଲୋକଙ୍କୁ ହତ୍ୟା କରିଛି। ସେମାନେ ଶିଶୁଙ୍କ ସମେତ ଅନେକ ଲୋକଙ୍କୁ ପଣବନ୍ଦୀ ରଖିଛନ୍ତି। ହମାସ ପାଲେଷ୍ଟିନୀୟ ଲୋକଙ୍କୁ ପ୍ରତିନିଧିତ୍ବ କରୁନାହିଁ ବରଂ ପାଲେଷ୍ଟାଇନ ନାଗରିକଙ୍କ ପାଇଁ ଏ‌ହା କେବଳ ଯନ୍ତ୍ରଣା ଆ‌ଣି ଦେଇଛି। ବାଇଡେନଙ୍କ ସମର୍ଥନ ପାଇଁ ନେତାନ୍ୟାହୁ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି। ନେତାନ୍ୟାହୁ କହିଛନ୍ତି, ସଭ୍ୟ ବିଶ୍ବ ଯେଭଳି ନାଜି ଏବଂ ଇସ୍‌ଲାମିକ ଷ୍ଟେଟ୍‌କୁ ହରାଇବାପାଇଁ ଏକାଠି ହୋଇଛନ୍ତି ଠିକ୍‌ ସେହିପରି ବିଶ୍ବରେ ଶାନ୍ତି ଏବଂ ସୁରକ୍ଷା ପାଇଁ ହମାସକୁ ହରାଇବାପାଇଁ ଏକାଠି ହେବା ଉଚିତ।

Get real time updates directly on you device, subscribe now.

Leave A Reply

Your email address will not be published.