THE BYAPINI

ପାଲେଷ୍ଟାଇନ୍‌କୁ ଅଢ଼େଇ କୋଟି ଟଙ୍କା ସହାୟତା କଲେ ମଲାଲା

Get real time updates directly on you device, subscribe now.

ଲଣ୍ଡନ: ଲଣ୍ଡନରେ ବାସ କରୁଥିବା ପାକିସ୍ତାନର ନୋବେଲ ପୁରସ୍କାର ବିଜୟୀ ସାମାଜିକ କର୍ମୀ ମଲାଲା ୟୁସୁଫଜାଇ ପାଲେଷ୍ଟାଇନ୍‌ ପାଇଁ ଅଢ଼େଇ କୋଟି ଟଙ୍କାର ସହାୟତା ଘୋଷଣା କରିଛନ୍ତି। ଗାଜା ଉପରେ ଆକ୍ରମଣ; ବିଶେଷ କରି ଡାକ୍ତରଖାନାରେ ବିସ୍ଫୋରଣ ଦୃଶ୍ୟ ଦେଖି ସେ ଭୟଭୀତ ବୋଲି ମଲାଲା କହିଛନ୍ତି। ସାମରିକ କାର୍ଯ୍ୟାନୁଷ୍ଠାନ କୌଣସି ସମସ୍ୟାର ସମାଧାନ କରିପାରିବ ନାହିଁ। ଶାନ୍ତି ପାଇଁ ବିକଳ ଚିତ୍କାର କରୁଥିବା ପାଲେଷ୍ଟାଇନ୍‌, ଇସ୍ରାଏଲବାସୀଙ୍କ ସମେତ ବିଶ୍ବର ପ୍ରତ୍ୟେକ ଜନତାଙ୍କ ସ୍ବର ସହ ସେ ସ୍ବର ମିଳାଉଥିବା କହିଛନ୍ତି। ଗାଜାର ଅଧା ଜନସଂଖ୍ୟା ୧୮ବର୍ଷରୁ କମ୍‌। ସେମାନଙ୍କ ଜୀବନ ଜୀବିକା ଏବେ ଦୁର୍ବିସହ ବୋଲି ମଲାଲା କହିବା ସହ ଦୁର୍ଗତଙ୍କୁ ମାନବୀୟ ସହାୟତା ପ୍ରଦାନ ପାଇଁ ଇସ୍ରାଏଲ ସରକାରଙ୍କୁ ନିବେଦନ କରିଛନ୍ତି। ଏଥିସହ ଯୁଦ୍ଧ ବିରତି ଘୋଷଣା କରି ଶାନ୍ତି ପ୍ରତିଷ୍ଠା ପାଇଁ ଦାବି କରିଛନ୍ତି।

Get real time updates directly on you device, subscribe now.

Leave A Reply

Your email address will not be published.