THE BYAPINI

ରାଜଧାନୀରେ ବାର୍ଷିକ ପ୍ରାୟ ୨୦ କୋଟିର ହୋଲ୍ଡିଂ ଟ୍ୟାକ୍ସ ହରାଉଛି ବିଏମ୍‌ସି

Get real time updates directly on you device, subscribe now.

ଭୁବନେଶ୍ବର: ରାଜଧାନୀରେ ହୋଲ୍ଡିଂ ସଂଖ୍ୟା ୧ ଲକ୍ଷ ୨୦ ହଜାର। ହେଲେ ମାତ୍ର ୬୦ ହଜାର ଘରୁ ଆଦାୟ ହେଉଛି ହୋଲ୍ଡିଂ ଟ୍ୟାକ୍ସ। ଅର୍ଥାତ୍‌ ଅଧା ଘରୁ ଟିକସ ଆସୁନାହିଁ। ଫଳରେ ବାର୍ଷିକ ବିଏମ୍‌ସି ପ୍ରାୟ ୨୦ କୋଟିର ରାଜସ୍ବ ହରାଉଛି। ତା’ଛଡ଼ା ଏହି ହୋଲ୍ଡିଂ ଟିକସ ଉପରେ ସିଏଜି ମଧ୍ୟ ପ୍ରଶ୍ନ ଉଠାଇଥିଲେ। ଏହା ପରେ ବିଏମ୍‌ସି ତତ୍ପର ହୋଇଛି। ପ୍ରତ୍ୟେକ ୱାର୍ଡ ଅଫିସର ସକାଳ ୭ଟାରୁ ଘର ଘର ବୁଲିବେ। ନୂଆ ହୋଲ୍ଡିଂ ଆକଳନ କରିବା ସହ ପୁନଃ ଆକଳନ ମଧ୍ୟ କରିବେ। ଆସନ୍ତା ୧୫ ଦିନ ପର୍ଯ୍ୟନ୍ତ ଏହି ପ୍ରକ୍ରିୟା ଚାଲିବ ବୋଲି କମିସନର ବିଜୟ ଅମୃତା କୁଲାଙ୍ଗେ ନିର୍ଦ୍ଦେଶ ଦେଇଛନ୍ତି। ଆଜି ବିଏମ୍‌ସି ପକ୍ଷରୁ ବିଧିବଦ୍ଧ ଭାବରେ ବିଜ୍ଞପ୍ତି ପ୍ରକାଶ ପାଇଛି।

ନୋଟିସ୍‌ ଅନୁଯାୟୀ ବହୁ ସଂଖ୍ୟାରେ ଆବାସିକ ଓ ବାଣିଜ୍ୟିକ କୋଠାର ହୋଲ୍ଡିଂ ଟ୍ୟାକ୍ସ ଧାର୍ଯ୍ୟ ହୋଇନାହିଁ। କେତେକ ପ୍ରତିଷ୍ଠାନର ପୁନଃ ଆକଳନର ବି ଆବଶ୍ୟକତା ରହିଛି। ଏଣୁ ୱାର୍ଡ ଅଫିସରମାନେ ଘର ଘର ବୁଲି ଆକଳନ କରି ସମ୍ପୃକ୍ତ ଜୋନ୍‌ ଜେଡ୍‌ଡିସିମାନଙ୍କ ପାଖରେ ତଥ୍ୟ ଦାଖଲ କରି‌ବେ। ସେହି ଦିନ ଅପରାହ୍ନ ୫ଟା ସୁଦ୍ଧା ଜେଡ୍‌ଡିସିମାନେ କମିସନରଙ୍କୁ ରିପୋର୍ଟ ଦାଖଲ କରିବେ। ୱାର୍ଡ ସୁପର ଭାଇଜର ଏହି ତଥ୍ୟକୁ ଏକାଠି କରିବେ ବୋଲି ନିର୍ଦ୍ଦେଶ ରହିଛି। ଏଭଳି ୧୫ ଦିନ ଚାଲିବା ପରେ ସମୀକ୍ଷା କରାଯିବ। ସକାଳ ୭ଟାରୁ ଏମାନେ ଘର ଘର ବୁଲିବେ। ଗୋଟିଏ ଘରକୁ ଆକଳନ କରିବାକୁ ହେଲେ ଅତି କମ୍‌ରେ ଅଧଘଣ୍ଟା ଲାଗିବ। ଏମାନେ କେତେ ସମୟ ବୁଲିବେ ବା କେତେ ଘର ଆକଳନ କରିବେ, ସେ ନେଇ ଏହି ନିର୍ଦ୍ଦେଶନାମାରେ ନଥିବାରୁ କେତେକ ଦ୍ବନ୍ଦ୍ବରେ ପଡ଼ିଛନ୍ତି।

Get real time updates directly on you device, subscribe now.

Leave A Reply

Your email address will not be published.