THE BYAPINI

ବିଶ୍ବକପ: ଭାରତର ଦମଦାର ବିଜୟ, ୭ ୱିକେଟରେ ହାରିଲା ବାଂଲାଦେଶ

Get real time updates directly on you device, subscribe now.

ପୁନେ: ଆଜି ପୁନେଠାରେ ଖେଳାଯାଇଥିବା ଆଇସିସି ବିଶ୍ବକପର ଗୁରୁତ୍ବପୂର୍ଣ୍ଣ ମ୍ୟାଚରେ ବାଂଲାଦେଶକୁ ହରାଇ ୭ ୱକେଟରେ ବିଜୟୀ ହୋଇଛି ଭାରତ । ବିଶ୍ବକପ କ୍ରିକେଟରେ ଭାରତ କ୍ରମାଗତ ଚତୁର୍ଥ ବିଜୟ ହାସଲ କରିଛି। ଆଇସିସି ବିଶ୍ବକପରେ ଭାରତ-ବାଂଲାଦେଶ ମୁକାବିଲାରେ ଏକପାଖିଆ ଭାରତ ବିଜୟ ଲାଭ କରିଛି। ବାଂଲାଦେଲ ଟସ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇ ପ୍ରଥମେ ବ୍ୟାଟିଂ କରି ସମସ୍ତ ୱିକେଟ ହରାଇ ୨୫୬/୮ ରନ୍‌ ସ୍କୋର କରିବାରେ ସଫଳ ହୋଇଥିଲା ଏବଂ ଭାରତକୁ ୨୫୭ ଟାର୍ଗେଟ ଦେଇଥିଲା। ଏହାର ଜବାବରେ ଭାରତ ମାତ୍ର ୪୧.୩ ଓଭରରେ ୨୬୧ରନ କରି ୭ୱିକେଟରେ ବିଜୟୀ ହୋଇଥିଲା। ଏହି ମ୍ୟାଚରେ ମାତ୍ର ୩ ୱିକେଟ ହରାଇ ବିଜୟ ଲକ୍ଷ୍ୟ ପୂରଣ କରିଛି ଭାରତ। ବିରାଟ କୋହିଲାଙ୍କ ଚମତ୍କାର ଶତକ ବଳରେ ଭାରତ ସହଜ ବିଜୟ ହାସଲ କରିଛି। ଛକା ମାରି ଶତକ ପୂରଣ କରିବା ସହ ବିଜୟ ଆଣିଥିଲେ କୋହିଲି । ଏହା ବିରାଟ କୋହିଲିଙ୍କର ୪୮ତମ ଶତକ। ବିରାଟ କୋହିଲିଙ୍କ ଅପରାଜିତ ୧୦୩ ରନ ସାଙ୍ଗକୁ ରୋହିତ ଶର୍ମା ୪୮, ଶୁବମନ ଗିଲ ୫୩, ଶ୍ରେୟସ ଆୟାର ୧୯ ଏବଂ କେ.ଏଲ ରାହୁଲ ୩୪ ରନ କରି ଭାରତକୁ ବିଜୟୀ କରାଇବାରେ ପ୍ରମୁଖ ଭୂମିକା ନିର୍ବାହ କରିଥିଲେ। ବାଂଲାଦେଶ ପକ୍ଷରୁ ମେହେଦି ହାସନ ୨ଟି ୱିକେଟ ନେଇଥିବାବେଳେ ହାସନ ମହମ୍ମୁଦ ଗୋଟିଏ ୱିକେଟ ନେବାରେ ସଫଳ ହୋଇଥିଲେ।

Get real time updates directly on you device, subscribe now.

Leave A Reply

Your email address will not be published.