THE BYAPINI

ସମ୍ବଲପୁରରେ ଭାଇ ଜଉଁନ୍ତିଆ ପାଳିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

Get real time updates directly on you device, subscribe now.

ସମ୍ବଲପୁର : କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁରର କୁଷ୍ଟପଡା ଠାରେ ଭାଇ ଭଉଣୀ ସମ୍ପର୍କର ନିଆରା ପର୍ବ “ଭାଇ ଜଉଁନ୍ତିଆ”ରେ ସାମିଲ ହୋଇଛନ୍ତି । ଏହି ଅବସରରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି “ଭାଇ ଜିଉଁନ୍ତିଆ” ହେଉଛି ଆମ ଓଡ଼ିଶାର ଅନନ୍ୟ ପର୍ବ । ଆଜି ସମ୍ବଲପୁରରେ ଭଉଣୀମାନଙ୍କ ସହ ଏହି ପର୍ବରେ ସାମିଲ ହୋଇ ମୁଁ ଅତ୍ୟନ୍ତ ଆନନ୍ଦିତ। ଜଗତଜନନୀ ମା’ ଦୁର୍ଗାଙ୍କ ମହାଷ୍ଟମୀ ପୂଜା ପରେ ଭଉଣୀମାନେ ନିର୍ଜଳା ଉପବାସ ରହି ଭାଇ ମାନଙ୍କ ମଙ୍ଗଳ ତଥା ଦୀର୍ଘାୟୁ କାମନା କରି “ଭାଇ- ଜିଉଁନ୍ତିଆ” ପାଳନ କରନ୍ତି । ଭାଇ ଭଉଣୀ ସମ୍ପର୍କର ଏହା ଏକ ନିଆରା ପରମ୍ପରା । ଆଜି ଏହି ଭାଇ ଜଉଁନ୍ତିଆ ପର୍ବ ଅବସରରେ ମାଆ, ଭଉଣୀ ମାନଙ୍କ ଠାରୁ ମିଳିଥିବା ଭଲ ପାଇବା, ସ୍ନେହ ଓ ଆଶୀର୍ବାଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସମର୍ପିତ।ଏହି ଆଶୀର୍ବାଦ ଦେଶର ମାତୃଶକ୍ତିକୁ ସମର୍ପିତ ।

ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ଦେଶରେ ମହିଳା ଆଧାରିତ ବିକାଶର ନୂଆ ଯୁଗ ଆରମ୍ଭ ହୋଇଛି। ପ୍ରଧାନମନ୍ତ୍ରୀ ମୋଦୀ ଦେଶର ମାତୃଶକ୍ତିଙ୍କୁ ବିଶ୍ଵ ସ୍ତରକୁ ନେବା ପାଇଁ ସଂକଳ୍ପବଦ୍ଧ । ନାରୀ ଶକ୍ତି ବନ୍ଦନ ଅଧିନିୟମ ନାଁରେ ମହିଳା ସଂରକ୍ଷଣ ବିଲ୍ ସଂସଦର ଉଭୟ ଗୃହରେ ପାରିତ ହୋଇ ରାଷ୍ଟ୍ରପତିଙ୍କ ମଞ୍ଜୁରୀ ପାଇବା ପରେ ଆଇନରେ ପରିଣତ ହୋଇଛି।ସବୁ ଏଲପିଜି ଉପଭୋକ୍ତା ଓ ଉଜ୍ଜ୍ୱଳା ଲାଭାର୍ଥୀଙ୍କ ପାଇଁ ରୋଷେଇ ଗ୍ୟାସର ମୂଲ୍ୟ ହ୍ରାସ କରାଯାଇଛି। ୨ କୋଟି ମହିଳାଙ୍କୁ ଲକ୍ଷପତି ଦିଦି କରାଯିବାର ଯୋଜନା ଆରମ୍ଭ ହୋଇଛି। ଏହି ସବୁ ମହିଳା କଲ୍ୟାଣକାରୀ ଯୋଜନା ଗୁଡିକ ଆଜି ମୋଦି ସରକାରଙ୍କ ଯୁଗାନ୍ତକାରୀ ପଦକ୍ଷେପ। ଆଗାମୀ ଦିନରେ ଦେଶରେ ମହିଳା ସଶକ୍ତିକରଣ ଏବଂ ମହିଳା ନେତୃତ୍ୱରେ ନୂଆ ପରାକାଷ୍ଠା ଦେଖାଯିବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି । ଏହା ପୂର୍ବରୁ ଶ୍ରୀ ପ୍ରଧାନ ମହାନବମୀର ଶୁଭ ଅବସରରେ ସମ୍ବଲପୁରର ଇଷ୍ଟଦେବୀ ମା’ସମଲେଶ୍ୱରୀଙ୍କ ଦର୍ଶନ କରି ମା’ଙ୍କ ପାଖରେ ସମସ୍ତଙ୍କର ସୁଖ, ଶାନ୍ତି ଏବଂ ସମୃଦ୍ଧି କାମନା କରିଥିଲେ ।ଏହି କାର୍ଯ୍ୟକ୍ରମରେ ବିଧାୟକ ନାଉରୀ ନାୟକ, ରବି ନାରାୟଣ ନାୟକ, ସିମାଞ୍ଚଲ୍ ଖଟେଇ, ସବିତା ନନ୍ଦ, ଅନିଲ ବେହେରା, ମାନସ ରଞ୍ଜନ ବକ୍ସି, ସମୀର ରଞ୍ଜନ ବାବୁ, ଅନ୍ନପୂର୍ଣ୍ଣା ବାରିକ୍ ପ୍ରମୁଖ ଯୋଗ ଦେଇଥିଲେ।

Get real time updates directly on you device, subscribe now.

Leave A Reply

Your email address will not be published.