THE BYAPINI

ତାମିଲନାଡୁର ରାଜଭବନକୁ ବୋମା ମାଡ଼

Get real time updates directly on you device, subscribe now.

ତାମିଲନାଡୁ: ତାମିଲନାଡୁର ରାଜଭବନର ମୁଖ୍ୟ ଫାଟକ ଉପରକୁ ହୋଇଛି ବୋମା ମାଡ଼। ରାଜ୍ୟର ରାଜ୍ୟପାଳ ଆରଏନ ରବି ଏଠାରେ ରହୁଥିବା ବେଳେ ତାଙ୍କ ସରକାରୀ ବାସଭବନ ଉପରକୁ ଏପରି ପେଟ୍ରୋଲ ବୋମା ମାଡ଼ ହୋଇଛି। ନିଶାସକ୍ତ ଅବସ୍ଥାରେ ଜଣେ ବ୍ୟକ୍ତି ବୋମା ମାଡ଼ କରିଥିବା ବେଳେ ତାକୁ ପୁଲିସ ଗିରଫ କରିଛି। ଗତକାଲି ଅପରାହ୍ନ ୩ଟା ସମୟରେ ଏପରି ଘଟଣା ଘଟିଛି। କରୁକା ବିନୋତ ନାମକ ଜଣେ ବ୍ୟକ୍ତି ରାଜଭବନର ମୁଖ୍ୟ ଗେଟ୍‌ ଉପରକୁ ଦୁଇଟି ବୋମା ମାଡ଼ କରିଛି। ମୁଖ୍ୟ ଗେଟ୍‌ ପାଖରେ ମୁତୟନ ହୋଇଥିବା ପୁଲିସ୍‌ ତାକୁ ଗିରଫ କରିବା ଫଳରେ ସେ ଆଉ ଦୁଇଟି ପେଟ୍ରୋଲ ଭର୍ତ୍ତି ବୋତଲକୁ ରାଜଭବନକୁ ମାଡ଼ କରି ପାରିନଥିଲା । ଅଭିଯୁକ୍ତ ବିନୋତ ନାଁରେ ୪ରୁ ୫ଟି ମାମଲା ରହିଛି। ୨୦୨୨ରେ ବିନୋତ ଚେନ୍ନାଇରେ ବିଜେପି ଅଫିସ ଉପରକୁ ମଧ୍ୟ ଏପରି ପେଟ୍ରୋଲ ବୋମା ମାଡ଼ କରି ଗିରଫ ହୋଇଥିଲା। ତେବେ ଗିରଫର ୩ ଦିନ ପରେ ସେ ଖଲାସ ହୋଇଥିଲା। ଘଟଣା ସର୍ମ୍ପକରେ ସୂଚନା ଦେଇ ଚେନ୍ନାଇ ପୁଲିସ୍‌ର ଆଡିସନାଲ କମିଶନର ପ୍ରେମ ଆନନ୍ଦ ସିହ୍ନା କହିଛନ୍ତି, ଅପରାହ୍ନ ପ୍ରାୟ ୩ଟା ବେଳେ ରାଜଭବନ ରହିଥିବା ସର୍ଦ୍ଦାର ପଟେଲ ରୋଡର ବିପରୀତ ଦିଗରୁ ଜଣେ ବ୍ୟକ୍ତି କିଛି ବୋତଲରେ ପେଟ୍ରୋଲ ଧରି ଆସିଥିଲା। ସେ ରାଜଭବନକୁ ବୋତଲରେ ନିଆଁ ଲଗାଇ ଫିଙ୍ଗିଥିଲା। କିନ୍ତୁ ଏହା ବିସ୍ଫୋରଣ ହୋଇ ନଥିଲା। ତୁରନ୍ତ ସେଠାରେ ଥିବା ପୁଲିସ କର୍ମଚାରୀମାନେ ଅଭିଯୁକ୍ତକୁ କାବୁ କରି ନେଇଥିଲେ। ଏଥିସହ ତାପାଖରେ ଥିବା ଆଉ ଦୁଇଟି ପେଟ୍ରୋଲ ଭର୍ତ୍ତି ବୋତଲକୁ ଜବତ କରିଥିଲେ।

Get real time updates directly on you device, subscribe now.

Leave A Reply

Your email address will not be published.