THE BYAPINI

ଓଡ଼ିଆ ଚଳଚ୍ଚିତ୍ର ‘ରାମ୍‌’ କୁ ନେଇ ଅଭିନେତା ମନୋଜ ମିଶ୍ର ଓ ଅନୁଭବ ବିବାଦ

Get real time updates directly on you device, subscribe now.

ଭୁବନେଶ୍ବର : ଓଡ଼ିଆ ଚଳଚ୍ଚିତ୍ର  ‘ରାମ୍‌’କୁ ସମ୍ବଲପୁରରେ ଚଲାଇ ଦେଇନଥିବା ଅଭିଯୋଗ ଆଣି ପ୍ରଯୋଜକ ସଂଘ ଅଭିନେତା ମନୋଜ ମିଶ୍ରଙ୍କୁ ୨ ବର୍ଷ ପାଇଁ ବାସନ୍ଦ କରିଛି।  ଏହି ଘଟଣାକୁ ନେଇ ଅଭିନେତା ଅନୁଭବ ମହାନ୍ତି ସାମାଜିକ ଗଣମାଧ୍ୟମରେ ଏକ ଭିଡିଓ ଜାରି କରିଥିଲେ। ଯେଉଁଥିରେ ସେ କହିଥିଲେ, ଗତ କିଛି ମାସ ହେଲା ଆପଣଙ୍କର କିଛି ଭିଡିଓ ଓ ଟିଭି ସାକ୍ଷାତକାରରେ ଯେଉଁ ବଡ଼ଭାଇଙ୍କୁ ଦେଖିଥିଲି ଓ ଜାଣିଥିଲି, ହେଲେ ଆଜି ସେହି ମନୋଜ ଭାଇଙ୍କୁ ଆଉ ଦେଖିବାକୁ ପାଉନି ।  ଅନୁଭବ ଆହୁରି କହିଥିଲେ, ଜିତୁ ମଙ୍ଗରାଜ ଭାଇ ଓ ଆପଣଙ୍କ ଭିତରେ ଯାହା ସବୁ ଚାଲିଛି, ମୁଁ ସେ ବିଷୟରେ କିଛି କିଛି ଜାଣିଛି । ଜିତୁଙ୍କ କଥାକୁ ଜାଣିଶୁଣି ବାଟବଣା ନକରିଥିଲେ, ତା’ର ଭୁଲ ଅର୍ଥ ନ ବାହାର କରିଥିଲେ ବୋଧହୁଏ ଭଲ ହୋଇଥାଆନ୍ତା।  ଭିଡିଓର ଜବାବ ଦେଇ ମନୋଜ ଅନୁଭବଙ୍କୁ କହିଛନ୍ତି, ଚାଲ ମିଶିକି ଚଳଚ୍ଚିତ୍ର କରିବା। ଓଡ଼ିଆ ଚଳଚ୍ଚିତ୍ରକୁ ସାରା ପୃଥିବୀରେ ପଞ୍ଚାଇବା। ଏହି  ଛୋଟ କଥାକୁ ନେଇ ତୁମର ଓ ମୋର ଭିତରେ ଏମିତି କଥା ହେବା ଅନୁଚିତ।

Get real time updates directly on you device, subscribe now.

Leave A Reply

Your email address will not be published.