ନୂଆଦିଲ୍ଲୀ : ଲୋକପ୍ରିୟ ମେସେଜିଂ ଆପ୍ ହ୍ବାଟସ୍ଆପ୍ ବ୍ୟବହାରକାରୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ନୂଆ ନୂଆ ଫିଚର୍ ମାନ ଆଣୁଛି। ଏବେ ହ୍ବାଟ୍ସଆପ୍ ବ୍ୟବହାରକାରୀଙ୍କ ପାଇଁ ଆଉ ଏକ ନୂଆ ଫିଚର୍ ଆଣିଛି। ଏଥିରେ ଏବେ ୩୧ ଜଣଙ୍କ ସହ ଲୋକେ ଭିଡିଓ ଗ୍ରୁପ୍ କଲ୍ କରିପାରିବେ। ଏହା ଦ୍ବାରା ବହୁ ସଂଖ୍ୟକ ବ୍ୟବହାରକାରୀ ଉପକୃତ ହେବା ଆଶା କରାଯାଉଛି। ମଙ୍ଗଳବାର ଦିନ କମ୍ପାନୀ ନିଜ ବ୍ଲଗରେ ଏହି ପରିବର୍ତ୍ତନ ଘୋଷଣା କରିଛି। WABetaInfo ଅନୁଯାୟୀ, ହ୍ବାଟସ୍ଆପ୍ iOS 23.21.72 ଅପଡେଟକୁ ଆପ୍ ଷ୍ଟୋର୍କୁ ଆଣିଛି, ଯେଉଁଠାରେ ଉପଭୋକ୍ତାମାନେଲ କଲ୍ ପାଇଁ ଅପଡେଟ୍ ଫିଚର ପାଇପାରିବେ। ଏହାପୂର୍ବରୁ, ଗତ ଅଗଷ୍ଟ ମାସରେ ହ୍ବାଟସ୍ଆପ୍ ୧୫ ଜଣଙ୍କ ସହ ଭିଡିଓ କଲରେ କଥା ହେବାର ସୁବିଧା ଆଣିଥିଲା।