THE BYAPINI

ହରଭଙ୍ଗାରେ ଆମ ଓଡିଶା ନବୀନ ଓଡିଶାର ଶୁଭାରମ୍ଭ

Get real time updates directly on you device, subscribe now.

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଚାରିଛକ ସ୍ଥିତ ପ୍ୟାରେଡ଼ ପଡିଆରେ ବୁଧବାର ଆମ ଓଡିଶା ନବୀନ ଓଡିଶା ପ୍ରକଳ୍ପର ଶୁଭାରମ୍ଭ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ହୋଇଯାଇଛି। ହରଭଙ୍ଗା ବିଡ଼ିଓ ସ୍ୱପ୍ନିତା ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଯୋଗ ଦେଇଥିଲେ। ସମ୍ମାନିତ ଅତିଥିଭାବେ ୭ନଂ ଜୋନ ଜିଲ୍ଲା ପରିଷଦ ସଭ୍ୟ ବିଶ୍ୱଜିତ ମିଶ୍ର, ୮ନଂ ଜୋନ ଜିଲ୍ଲା ପରିଷଦ ସଭ୍ୟା ତାରାମଣି ପ୍ରଧାନ ଯୋଗ ଦେଇଥିଲେ। ହରଭଙ୍ଗା ବ୍ଲକର ୩୪୦ଟି ଆମ ଓଡିଶା ନବୀନ ଓଡିଶା ପ୍ରକଳ୍ପର ଶୁଭାରମ୍ଭ ହୋଇଛି। ଏହି ପ୍ରକଳ୍ପ ଦ୍ୱାରା ମଠ, ମନ୍ଦିର, ମସଜିଦ, ଖେଳ ପଡିଆର ଉନ୍ନତି କରଣ କାର୍ଯ୍ୟ ତ୍ବରାନ୍ବିତ  ହେବ। ମୁଖ୍ୟମନ୍ତ୍ରୀ ଏଥିପାଇଁ ଜନସାଧାରଣଙ୍କୁ ଶୁଭେଚ୍ଛା ଜଣାଇବା ସହିତ ଏହାର ସୁରକ୍ଷା ଆପଣ ମାନଙ୍କର ବୋଲି ପ୍ରକାଶ କରିଥିଲେ। ଏହି କାର୍ଯ୍ୟକ୍ରମରେ ହରଭଙ୍ଗା ତହସିଲଦାର ଶିବାନୀ ଦାଶ, ଜିଲ୍ଲା ସୂଚନା ଲୋକ ସମ୍ପର୍କ ଅଧିକାରୀ ରିତିକାନ୍ତି ବଳିଆରସିଂ, ବିଭିନ୍ନ ପଂଚାୟତର ସରପଞ୍ଚ,ସମିତି ସଭ୍ୟ ସଭ୍ୟାଙ୍କ ସହ ବ୍ଲକ କର୍ମଚାରୀ ଉପସ୍ଥିତ ରହି ସହଯୋଗ କରିଥିଲେ।

Get real time updates directly on you device, subscribe now.

Leave A Reply

Your email address will not be published.