THE BYAPINI

୧୧ ଲକ୍ଷ ଟଙ୍କା ଜରିମାନା ଦେବ ବିଶାଳ ମେଗା ମାର୍ଟ

Get real time updates directly on you device, subscribe now.

କଟକ: ରିଟେଲ ଚେନ୍‌ ‘ବିଶାଳ’ ମେଗା ମାର୍ଟକୁ ୧୧ ଲକ୍ଷ ଟଙ୍କା ଜରିମାନା। ‘ବିଶାଳ’ର ଭୁବନେଶ୍ୱର ସ୍ଥିତ ରସୁଲଗଡ଼ ଓ କଟକ ବିଡାନାସୀ ଷ୍ଟୋର ଉପରେ ଏହି ଜରିମାନା ହୋଇଛି। କଟକ ଜିଲ୍ଲା ଖାଉଟି ଅଦାଲତ ଏହି ନିର୍ଦ୍ଦେଶ ଦେଇଛନ୍ତି। ଉଭୟ ମାମଲାରେ ଏକ୍ସପାଇରୀ ଖାଦ୍ୟ ପଦାର୍ଥ ବିକ୍ରି ଅଭିଯୋଗରେ ଏହି ଜରିମାନା ହୋଇଛି। ଦୁଇଟିଯାକ ମାମଲାର ଆବେଦନକାରୀ ସୁନୀଲ ରଥଙ୍କ ଆବେଦନକୁ ଗ୍ରହଣ କରି ଖାଉଟି ଅଦାଲତ ଏହି ନିର୍ଦ୍ଦେଶ ଦେଇଛନ୍ତି।

ଉଭୟ ଷ୍ଟୋର ଉପରେ ୫ ଲକ୍ଷ ୫୦ ହଜାର ଟଙ୍କା ଲେଖାଏଁ ଜରିମାନା କରିଛନ୍ତି ଅଦାଲତ। ସେଥିମଧ୍ୟରୁ ଆବେଦନକାରୀଙ୍କୁ ୨୦ ହଜାର ଟଙ୍କା କ୍ଷତିପୂରଣ ବାବଦରେ, ୩୦ ହଜାର ଟଙ୍କା ମକଦ୍ଦମା ଖର୍ଚ୍ଚ ବାବଦରେ ଓ ୫ ଲକ୍ଷ ଟଙ୍କା ରାଜ୍ୟ ଖାଉଟି କଲ୍ୟାଣ ପାଣ୍ଠିକୁ ଦେବାକୁ ଅଦାଲତ ରାୟରେ ସ୍ପଷ୍ଟ କରିଛନ୍ତି। ୩୦ ଦିନ ମଧ୍ୟରେ ଏହି ଜରିମାନା ଦାଖଲ କରିବାକୁ ଅଦାଲତ ‘ବିଶାଳ’କୁ ନିର୍ଦ୍ଦେଶ ଦେଇଛନ୍ତି।

Get real time updates directly on you device, subscribe now.

Leave A Reply

Your email address will not be published.