କାହିଁକି ଏତେ ଦିନ ଚୁପ୍ଥିଲେ କେନ୍ଦ୍ର ମନ୍ତ୍ରୀ?
କରୋନା ପରେ ପରେ ଶୀଥିଳ ପଡିଯାଇିବା କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବେ ପୁଣି ଆକ୍ଟିଭ ହୋଇଯାଇଛନ୍ତି । ଦୀର୍ଘ ଦିନର ନିରବତା ପରେ ଏବେ ପୁଣି ମୁହଁଖୋଲିଛନ୍ତି କେନ୍ଦ୍ର ମନ୍ତ୍ରୀ । ଜଗତସିଂହପୁର ଏରସମାରେ ବାଜପେୟୀଙ୍କ ପ୍ରତିମୂର୍ତି ଉନ୍ମୋଚନ ଅବସରରେ କେନ୍ଦ୍ର ମନ୍ତ୍ରୀ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି । ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ରାଜ୍ୟ ସରକାର ଏଯାଏ କେନ୍ଦ୍ରକୁ ଓଡିଶା ଚାଷୀଙ୍କ ତାଲିକା ଦେଇପାରିନାହାନ୍ତି । କିନ୍ତୁ ମୋଦି ଚାଷୀଙ୍କ ଆକାଉଂଟକୁ ଟଙ୍କା ପଠାଇବା ଆରମ୍ଭ କରିଛନ୍ତି । ରାଜ୍ୟ ସରକାର ପ୍ରଥମେ ୪୩ ଲକ୍ଷ ଚାଷୀଙ୍କ ତାଲିକା କେନ୍ଦ୍ର ନିକଟକୁ ପଠାଇଥିଲେ । ଏବେ କିନ୍ତୁ ସରକାର ଚାଷୀଙ୍କ ସଂଖ୍ୟା କମେଇ ଦେଉଛନ୍ତି କାହିଁକି ବୋଲି ପ୍ରଶ୍ନ କରିଥିଲେ ଧର୍ମେନ୍ଦ୍ର ପ୍ରଧାନ ।
ସେହିପରି ଓଡିଶାର ବେରୋଜଗାର ପ୍ରସଙ୍ଗ ଉଠେଇ ନବୀନ ସରକାରଙ୍କୁ ଘେରିଥିଲେ କେନ୍ଦ୍ର ମନ୍ତ୍ରୀ । ଓଡିଶାର ଲୋକ କାହିଁକି ବାହାରକୁ କାମ କରିବାକୁ ଯାଉଛନ୍ତି ବୋଲି କହି ସେ ଟାର୍ଗେଟ କରିଛନ୍ତି । । ଏଥିସହ ଆଇଏଫଏସ ଅଭୟକାନ୍ତଙ୍କ ଠକେଇ କଥା ଉଠାଇ ଏହା ରାଜ୍ୟ ସରକାରଙ୍କ ସୁଶାସନ କି ବୋଲି ପ୍ରଶ୍ନ କରିଛନ୍ତି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ । ଆଇଏଫଏସ ଅଭୟକାନ୍ତ ପାଠକଙ୍କ ନାଁ ନନେଇ କିଭଳି ତାଙ୍କ ଘରୁ କୋଟି କୋଟି ଟଙ୍କାର ସଂପତି ବାହାରିଲା ବୋଲି ପ୍ରଶ୍ନ କରିଛନ୍ତି । ଧର୍ମେନ୍ଦ୍ର କହିଛନ୍ତି, ଗୁଜୁରାଟ କଚ୍ଚରେ ୨୦୦୧ ଭୂମିକମ୍ପ ବେଳେ ଓଡିଶାରେ ହୋଇଥିଲା ମହାବାତ୍ୟା । ଏବେ କଚ୍ଚ ଉନ୍ନତିର ଶିଖରରେ ଥିବା ବେଳେ ଓଡିଶାର ସ୍ଥାନ କେଉଁଠିବୋଲି ସେ ପ୍ରଶ୍ନ କରିଥିଲେ ।
ସେପଟେ କେନ୍ଦ୍ରେମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ବିଜେଡି ଜବାବ ଦେଇଛି । ସଂଜୟ ଦାସ ବର୍ମା କହିଛନ୍ତି ରାଜରାସ୍ତାକୁ ଚାଷୀକୂଳ ଓହ୍ଲାଇଛନ୍ତି, ପ୍ରଥମେ ବିଜେପି ତାହାର ଜବାବ ଦେବା ଉଚିତ । ଏହାଛଡା ଏମଏସପିକୁ ନେଇ କେନ୍ଦ୍ର ସରକାରଙ୍କ ଆଭିମୁଖ୍ୟ କଣ ତାହା ଆଗ ସ୍ପଷ୍ଟ କରନ୍ତୁ ବୋଲି କହିଛନ୍ତି ବରିଷ୍ଠ ବିଜେଡି ନେତା ସଂଜୟ ଦାସବର୍ମା ।
ସେପଟେ ଆଗକୁ ପଶ୍ଚିମବଙ୍ଗ ନିର୍ବାଚନ ରହିଛି । କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ମଧ୍ୟ ଧରଣର ଅଦଳବଦଳ ହେବା ନେଇ ଚର୍ଚ୍ଚା ହେଉଛି । ତେବେ ବିଜେପିର ଚାଣକ୍ୟ କୁହାଯାଉଥିବା ଗୃହମନ୍ତ୍ରୀ ଅମିତ ଶାହାଙ୍କ କିଛି ନିଷ୍ପତି ନେବା ପୂର୍ବରୁ
ଓଡିଶା ଆସି ରାଜ୍ୟସରକାରଙ୍କୁ ଟାର୍ଗେଟ କରି ନିଜର ଉପସ୍ଥିତି ଜାହିର କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।