THE BYAPINI

ଲେପଚାରେ ଦେଶର ଯବାନମାନଙ୍କ ସହ ଦୀପାବଳି ପାଳିଲେ ପ୍ରଧାନମନ୍ତ୍ରୀ

Get real time updates directly on you device, subscribe now.

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଦେଶର ଯବାନମାନଙ୍କ ସହ ଦୀପାବଳି ପର୍ବ ପାଳନ କରିଛନ୍ତି। ସୁରକ୍ଷା ବାହିନୀ ସହିତ ଦୀପାବଳି ପାଳନ କରିବାକୁ ହିମାଚଳ ପ୍ରଦେଶର ଲେପଚାରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଯବାନମାନଙ୍କୁ ଦୀପାଳବିର ଶୁଭେଚ୍ଛା ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ‘ସୁରକ୍ଷା ବାହିନୀ ସହିତ ଦୀପାବଳି ପାଳନ କରିବା ମୋ ପାଇଁ ସୌଭାଗ୍ୟର କଥା । ମୁଁ ଆଶା କରୁଛି ଏହି ଦୀପାବଳି ମୋ ପାଇଁ, ଆପଣମାନଙ୍କ ପାଇଁ ଏବଂ ଦେଶବାସୀଙ୍କ ପାଇଁ ମଧ୍ୟ ନୂଆ ଆଲୋକ ଆଣିବ।’ ଆପଣଙ୍କ ସେବା ହେତୁ ଭାରତ ସୁରକ୍ଷିତ ଅଛି ଏବଂ ବିକାଶ ପଥରେ ଆଗେଇ ଚାଲିଛି । ଅମୃତକାଳର ଏକ ବର୍ଷ ମଧ୍ୟରେ ଭାରତର ଚନ୍ଦ୍ରଯାନ ମିଶନ ସଫଳ ହେଲା, ଆମେ ଆଦିତ୍ୟ ଏଲ୧ ଲଞ୍ଚ କଲୁ, କ୍ରୀଡା କ୍ଷେତ୍ରରେ ମଧ୍ୟ ଭାରତ ବହୁତ ଆଗରେ ରହିଛି । ମୋ ପାଇଁ ଯେଉଁଠାରେ ମୋର ଭାରତୀୟ ସେନା ଅଛନ୍ତି, ଯେଉଁଠାରେ ମୋ ଦେଶର ସୁରକ୍ଷା ବାହିନୀ ନିୟୋଜିତ ହୋଇଛନ୍ତି, ତାହା ଏକ ମନ୍ଦିରଠାରୁ କମ୍ ନୁହେଁ। ଆପଣମାନେ ଯେଉଁଠି, ମୁୁଁ ସବୁ ପର୍ବ ସେଇଠି ପାଳନ କରିବି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ।

Get real time updates directly on you device, subscribe now.

Leave A Reply

Your email address will not be published.