THE BYAPINI

ଓଡ଼ିଶା ଗସ୍ତରେ ସମୟରେ ରାଇରଙ୍ଗପୁର ଠାରେ ୩ଟି ନୂଆ ଟ୍ରେନର ଶୁଭାରମ୍ଭ ରାଷ୍ଟ୍ରପତି

Get real time updates directly on you device, subscribe now.

ଭୁବନେଶ୍ବର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୨୧ତାରିଖରେ ନିଜ ଜନ୍ମମାଟି ରାଇରଙ୍ଗପୁର ଠାରେ ୩ଟି ନୂଆ ଟ୍ରେନର ଶୁଭାରମ୍ଭ କରିବେ । ଟ୍ରେନକୁ ପତାକା ଦେଖାଇ ଉଦଘାଟନ କରିବା ପରେ ସେ ଟ୍ରେନରେ ଯାତ୍ରା କରିବେ । ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ଆସନ୍ତା ୨୦ତାରିଖରେ ୩ଦିନିଆ ଓଡ଼ିଶା ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି । ଏହି ଗସ୍ତବେଳେ ରାଷ୍ଟ୍ରପତି ଉକ୍ତ ୩ଟି ଟ୍ରେନର ଉଦଘାଟନ କରିବେ । ପ୍ରଥମ ଟ୍ରେନଟି ଶାଲିମାର(କୋଲକାତା)-ବାଦାମପାହାଡ଼ା-ଶାଲିମାର ସାପ୍ତାହିକ ଏକ୍ସପ୍ରେସ ଯାହାକି ଶାଲିମାରରୁ ପ୍ରତ୍ୟେକ ଶନିବାର ରାତି ୧୧ଟା ୫ମିନିଟରେ ଛାଡ଼ିବ ଓ ବାଦାମପାହାଡ଼ଠାରେ ତା’ ପରଦିନ ସକାଳ ୫ଟା ୪୦ମିନିଟରେ ପହଂଚିବ । ସେହିପରି ରିଟର୍ଣ୍ଣ ଟ୍ରେନ ବାଦାମପାହାଡ଼ରୁ ପ୍ରତ୍ୟେକ ରବିବାର ରାତି ସାଢ଼େ ୯ଟାରେ ଛାଡ଼ିବ ଓ ପରଦିନ ସକାଳ ୫ଟାରେ ଶାଲିମାରରେ ପହଂଚିବ । ଏହି ଟ୍ରେନ ବହଳଦା ରୋଡ, ଅଁଳାଜୋରି ଓ ରାଇରାଙ୍ଗପୁରଠାରେ ରହଣୀ କରିବ ବୋଲି ରେଳ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଦ୍ୱିତୀୟ ଟ୍ରେନଟି ବାଦାମପାହାଡ଼-ରାଉରକେଲା-ବାଦାମପାହାଡ ସାପ୍ତାହିକ ଏକ୍ସପ୍ରେସ୍ ଚଳପ୍ରଚଳ କରିବ । ଯାହାକି ବାଦାମପାହାଡ଼ରୁ ପ୍ରତି ରବିବାର ସକାଳ ୬ଟା ୧୦ମିନିଟରେ ଛାଡ଼ିବ ଓ ରାଉରକେଲାରେ ସେହି ଦିନ ପୂର୍ବାହ୍ନ ୧୧ଟା ୪୦ ମିନିଟରେ ପହଂଚିବ । ସେହିପରି ତୃତୀୟ ଟ୍ରେନଟି ଟାଟାନଗର-ବାଦାମପାହାଡ଼-ଟାଟାନଗର ମଧ୍ୟରେ ସପ୍ତାହକୁ ୬ଦିନ ଚଳପ୍ରଚଳ କରିବ । କେବଳ ରବିବାର ବ୍ୟତୀତ ଏହି ଟ୍ରେନ ପ୍ରତ୍ୟେକ ଦିନ ସକାଳ ୯ଟା ୫୫ମିନିଟରେ ଟାଟାନଗରରୁ ବାହାରି ବାଦାମପାହାଡ଼ଠାରେ ସେହିଦିନ ପୂର୍ବାହ୍ନ ୧୨ଟା ୧୫ମିନିଟରେ ପହଂଚିବ ।

Get real time updates directly on you device, subscribe now.

Leave A Reply

Your email address will not be published.