THE BYAPINI

ବିରାଟଙ୍କବିଶ୍ବ ରେକର୍ଡ, ସାମିଙ୍କ ଘାତକ ବୋଲିଂ ବିଶ୍ବକପ ଫାଇନାଲରେ ଅପରାଜେୟ ଭାରତ

Get real time updates directly on you device, subscribe now.

ମୁମ୍ବଇ : ନ୍ୟୁଜିଲାଣ୍ଡ ବିପକ୍ଷରେ ୨୦୧୯ ବିଶ୍ବକପ ସେମିଫାଇନାଲ ପରାଜୟର ପ୍ରତିଶୋଧ ନେଇଛି ଭାରତ। ମାଞ୍ଚେଷ୍ଟର ପ୍ରତିଶୋଧ ୱାଙ୍ଖଡେରେ ପୁରା କରିଛି ଭାରତୀୟ ଟିମ୍। ବୁଧବାର ଚଳିତ ବିଶ୍ବକପର ପ୍ରଥମ ସେମିଫାଇନାଲରେ ଭାରତ ୭୦ ରନରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରି ଚତୁର୍ଥ ଥର ଲାଗି ଫାଇନାଲରେ ପ୍ରବେଶ କରିଛି। ୱାଙ୍ଖଡେ ଷ୍ଟାଡ଼ିୟମରେ ବିରାଟ କୋହଲି ଓ ଶ୍ରେୟାସ ଆୟରଙ୍କ ଶତକ ପରେ ମହମ୍ମଦ ସାମିଙ୍କ ୭ଟି ୱି‌କେଟ ବଳରେ ଭାରତ କ୍ରମାଗତ ଦଶମ ବିଜୟ ସହ ପ୍ରଥମ ଦଳ ଭାବେ ଫାଇନାଲରେ ସ୍ଥାନ ପକ୍କା କରିଛି। ବୁଧବାର ୱାଙ୍ଖ୍‌ଡେ ଷ୍ଟାଡିୟମ୍‌ରେ ରନ୍‌ ଝଡ଼ ଭିତରେ ନ୍ୟୁଜିଲାଣ୍ଡ୍‌କୁ ବୁଡ଼ାଇ ଦେଇଛି ଭାରତ। ଏଥିସହିତ ଭାରତ ବିଶ୍ବକପ୍ ଗୌରବଠାରୁ ଗୋଟିଏ ବିଜୟ ଦୂରରେ ପହଞ୍ଚିଯାଇଛି। କେନ୍‌ ୱିଲିୟମସନ୍‌ଙ୍କ ଆହ୍ବାନକୁ ପ୍ରତିହତ କରି ଭାରତ ଚତୁର୍ଥ ଥର ଫାଇନାଲ୍‌ରେ ପ୍ରବେଶ କରିଛି।

ବିରାଟ କୋହଲିଙ୍କ ୧୧୭, ଶ୍ରେୟାସ ଆୟରଙ୍କ ୧୦୫ ଓ ଶୁବମାନ ଗିଲଙ୍କ ୮୦ ରନ ବଳରେ ଭାରତ ୩୯୭ ରନ କରିଥିଲା। ଜବାବରେ ଡ୍ୟାରେଲ ମିଚେଲଙ୍କ ୧୩୪ରନର ଇନିଂସ ସତ୍ତ୍ବେ ନ୍ୟୁଜିଲାଣ୍ଡ ୩୨୭ ରନ​‌ରେ ଅଲ୍‌ଆଉଟ୍‌ ହୋଇଯାଇଥିଲା। ମହମ୍ମଦ ସାମି ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ବିବେଚିତ ହୋଇଥିଲେ। ୩୯୮ରନର ବିଜୟ ଲକ୍ଷ୍ୟକୁ ପିଛା କରିବାକୁ ଯାଇ ନ୍ୟୁଜିଲାଣ୍ଡ ୩୯ ରନରେ ଦୁଇ ଓପନର ରାଚିନ ରବୀନ୍ଦ୍ର (୧୩) ଓ ଡିଭନ୍‌ କନ୍‌ୱେ(୧୩)ଙ୍କ ୱିକେଟ ହରାଇଥିଲା। ୩ୟ ୱିକେଟରେ କେନ୍‌ ୱିଲିୟମସନ ଓ ଡ୍ୟାରେଲ ମିଚେଲ ୧୭୯ରନ ସଂଗ୍ରହ କରି ସ୍କୋରକୁ ୨୨୦ରନରେ ପହଞ୍ଚାଇଥିଲେ। ୩୩ତମ ଓଭରରେ ସାମି ଉକ୍ତ ଯୋଡ଼ିକୁ ଭାଙ୍ଗିବା ସହିତ ଦୁଇଟି ୱିକେଟ ନେଇ ଭାରତକୁ ପ୍ରତ୍ୟାବର୍ତ୍ତନ ସୁଯୋଗ ଦେଇଥିଲେ। ୱିଲିୟମସନ ୬୯ ଓ ଟମ୍‌ ଲଥାମ ବିନା ରନରେ ଆଉଟ୍‌ ହୋଇଥିଲେ। ପଞ୍ଚମ ୱିକେଟରେ ଗ୍ଲେନ ଫିଲିପ୍ସ ଓ ମିଚେଲ ୭୫ରନ ସଂଗ୍ରହ କରିଥିଲେ। ସ୍କୋର ୨୯୫ରନ ଥିବାବେଳେ ଫିଲିପ୍ସ ୪୧ରନ କରି ଆଉଟ୍‌ ହୋଇଥିଲେ। ମିଚେଲ ୧୩୪ରନ କରି ଆଉଟ୍‌ ହେବା ପରେ ନ୍ୟୁଜିଲାଣ୍ଡର ଆଶା ​‌େ​‌ଶଷ ହୋଇଯାଇଥିଲା। ଦଳ ଶେଷରେ ୪୮.୫ ଓଭରରେ ୩୨୭ରନ କରି ଅଲ୍‌ଆଉଟ୍‌ ହୋଇଯାଇଥିଲା। ଭାରତ ପକ୍ଷରୁ ମହମ୍ମଦ ସାମି ୭ ଟି, ଯଶପ୍ରୀତ ବୁମ୍‌ରା , କୁଳଦୀପ୍‌ ଯାଦବ ଓ ମହମ୍ମଦ ସିରାଜ ପ୍ରତ୍ୟେକ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ।

ରବିବାର ଭାରତ ଅନୁଷ୍ଠିତ ହେବାକୁ ଥିବା ଫାଇନାଲରେ ଦକ୍ଷିଣ ଆଫ୍ରିକା-ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବାକୁ ଥିବା ଦ୍ବିତୀୟ ସେମିଫାଇନାଲର ବିଜେତାକୁ ଭେଟିବ।

Get real time updates directly on you device, subscribe now.

Leave A Reply

Your email address will not be published.