THE BYAPINI

ଷ୍ଟାଣ୍ଡ୍‌ଅପ୍‌ କମେଡିରେ ବୀର ଦାସ ଓ ସ୍ବତନ୍ତ୍ର ନିର୍ଦେଶନା ପାଇଁ ଏମି ପୁରସ୍କାର ଜିତିଲେ ଏକତା କପୁର

Get real time updates directly on you device, subscribe now.

ନ୍ୟୁୟର୍କ: ନ୍ୟୁୟର୍କରେ ଆୟୋଜିତ ଏ ବର୍ଷର ୫୧ତମ ଆନ୍ତର୍ଜାତିକ ଏମି ପୁରସ୍କାର ଉତ୍ସବରେ ଭାରତର ଷ୍ଟାଣ୍ଡ୍‌ଅପ୍‌ କମେଡିଆନ୍ ତଥା ବଲିଉଡ୍‌ ଅଭିନେତା ବୀର ଦାସ ‘ଶ୍ରେଷ୍ଠ ବ୍ୟଙ୍ଗ’ ବିଭାଗ ପୁରସ୍କାର ଜିଣି ଇତିହାସ ରଚିଛନ୍ତି। ନେଟ୍‌ଫ୍ଲିକ୍‌ସରେ ମୁକ୍ତିଲାଭ କରିଥିବା ‘ବୀର ଦାସ: ଲ୍ୟାଣ୍ଡିଙ୍ଗ୍‌’ ନାମକ ଷ୍ଟାଣ୍ଡ୍‌ଅପ୍‌ କାର୍ଯ୍ୟକ୍ରମ ପାଇଁ ତାଙ୍କୁ ଏହି ପୁରସ୍କାର ମିଳିଛି। ‘ଡେରି ଗାର୍ଲସ୍‌- ସିଜନ ୩’ ଧାରାବାହିକ ସହିତ ସେ ଏହି ପୁରସ୍କାର ଯୁଗ୍ମ ଭାବେ ଜିଣିଛନ୍ତି। ଏଥି ସହିତ ବୀର ଭାରତର ପ୍ରଥମ କମେଡିଆନ୍‌ ଭାବେ ଏମି ପୁରସ୍କାର ଜିଣିବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ସେହିଭସି ଭାରତୀୟ ଟିଭି ପ୍ରଯୋଜିକା ଏକତା କପୁରଙ୍କୁ ପ୍ରଥମ ଥର ସ୍ବତନ୍ତ୍ର ନିର୍ଦେଶନା ପାଇଁ ଏମି ପୁରସ୍କାର ପ୍ରଦାନ କରାଯାଇଛି। ପୂର୍ବରୁ ୨୦୨୧ ମସିହାର ଆନ୍ତର୍ଜାତିକ ଏମି ପୁରସ୍କାରର ‘ଶ୍ରେଷ୍ଠ ବ୍ୟଙ୍ଗ’ ବିଭାଗ ଦୌଡ଼ରେ ବୀରଙ୍କ ‘ବୀର ଦାସ: ଫର୍ ଇଣ୍ଡିଆ’ କାର୍ଯ୍ୟକ୍ରମ ପ୍ରଥମ ଥର ସାମିଲ ହୋଇଥିଲା କିନ୍ତୁ ସେ ପୁରସ୍କାର ଜିଣି ନ ଥିଲେ। ବିଶ୍ବ ସ୍ତରରେ ଟେଲିଭିଜନ୍‌ ମନୋରଂଜନ ଶିଳ୍ପର ସର୍ବୋତ୍ତମ କଳାକାରଙ୍କୁ ଏମି ପୁରସ୍କାର ଉତ୍ସବରେ ସମ୍ମାନିତ କରାଯାଇଥାଏ। ଏ ବର୍ଷ ୧୪ଟି ବିଭାଗରେ ୨୦ ଦେଶର ୫୬ ଜଣଙ୍କୁ ଏମି ପୁରସ୍କାର ଦୌଡ଼ରେ ସାମିଲ କରାଯାଇଥିଲା।

Get real time updates directly on you device, subscribe now.

Leave A Reply

Your email address will not be published.