THE BYAPINI

‘ଆନିମଲ’ ଟ୍ରେଲର ରିଲିଜ୍ ପରେ ନିଜକୁ ରଣବୀର କପୁରଙ୍କ ବଡ ପ୍ରଶଂସକ କହିଲେ ମହେଶ ବାବୁ

Get real time updates directly on you device, subscribe now.

ମୁମ୍ବାଇ: ଟ୍ରେଲର ରିଲିଜ୍ ପରେ ଚଳଚ୍ଚିତ୍ର ‘ଆନିମଲ’କୁ ନେଇ ଜବରଦସ୍ତ ଆଲୋଚନା ହେଉଛି। ନିକଟରେ ବଲିଉଡ ଅଭିନେତା ରଣବୀର କପୁରଙ୍କ ଫିଲ୍ମ ‘ଆନିମଲ’ର ଟ୍ରେଲର ସାମ୍ନାକୁ ଆସିଥିଲା। ଏହି ଟ୍ରେଲରରେ ରଣବୀର କପୁରଙ୍କ ଭିନ୍ନ ଲୁକ୍ ନଜର ଆସିଥିଲା। ଟ୍ରେଲରରେ ରଣବୀର ସିଗାରେଟ ଟାଣୁଥିବା ସହ ତାଙ୍କର ଆକ୍ସନ ଅବତାର ଦେଖିବାକୁ ପାଇଥିଲେ ଦର୍ଶକ। ଡିସେମ୍ବର ୧ରେ ଫିଲ୍ମ ରିଲିଜ୍ ହେବାକୁ ଥିବା ବେ‌ଳେ ଏବେ ଏହାର ପ୍ରମୋସନରେ ବ୍ୟସ୍ତ ରହିଛି ପୂରା ଟିମ୍।ନିକଟରେ ରଣବୀର ପୂରା ଟିମ୍ ସହ ଫିଲ୍ମର ପ୍ରମୋସନ ପାଇଁ ହାଇଦ୍ରାବାଦରେ ପହଞ୍ଚିଥିଲେ। ସେଠାରେ ତାଙ୍କ ଚଳଚ୍ଚିତ୍ର ପାଇଁ ଏକ ବଡ଼ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସାଉଥ ସୁପରଷ୍ଟାର ମହେଶ ବାବୁଙ୍କୁ ଦେଖିବାକୁ ମିଳିଥିଲା ​। ପ୍ରଚାର କାର୍ଯ୍ୟକ୍ରମରେ ମହେଶ ବାବୁ, ରଣବୀର କପୁରଙ୍କୁ ବହୁତ ପ୍ରଶଂସା କରିଥିଲେ। ଏହା ସହ ମୁଁ ରଣବୀରଙ୍କ ବଡ଼ ପ୍ରଶଂସକ ବୋଲି ମଧ୍ୟ କହିଥିଲେ। ଏହାର ଏକ ଭିଡିଓ ଏବେ ସାମ୍ନାକୁ ଆସିଛି, ଯାହା ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭିଡିଓରେ ମହେଶ ବାବୁ କହୁଛନ୍ତି ଯେ, ରଣବୀରଙ୍କୁ ଭେଟିବା ପୂର୍ବରୁ ମୁଁ ତାଙ୍କୁ ଏହା କହିଥିଲି। କିନ୍ତୁ ବୋଧହୁଏ ସେ ଏହାକୁ ଗମ୍ଭୀରତାର ସହ ନେଇ ନଥିଲେ। ତେଣୁ ମୁଁ ଆଜି ପୁଣି କହିବାକୁ ଚାହେଁ ଯେ ମୁଁ ରଣବୀର କପୁରଙ୍କ ଜଣେ ବଡ଼ ପ୍ରଶଂସକ ଏବଂ ମୋ ହିସାବରେ ରଣବୀର ହେଉଛନ୍ତି ଭାରତର ସର୍ବୋତ୍ତମ ଅଭିନେତା।” ମହେଶଙ୍କଠାରୁ ଏହା ଶୁଣି ରଣବୀର କପୁର ଖୁସିରେ ହସୁଥିବା ଦେଖିବାକୁ ମିଳିଛି।

Get real time updates directly on you device, subscribe now.

Leave A Reply

Your email address will not be published.