THE BYAPINI

ସୂର୍ୟ୍ୟ ଟି-୨୦, ରାହୁଲ ଦିନିକିଆ ଅଧିନାୟକ

Get real time updates directly on you device, subscribe now.

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ ଦଳ ଡିସେମ୍ବର-ଜାନୁଆରୀରେ ଦକ୍ଷିଣ ଆଫ୍ରିକା ଗସ୍ତ କରିବ । ଏହି ଗସ୍ତରେ ଭାରତ ଘରୋଇ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ ମ୍ୟାଚ ବିଶିଷ୍ଟ ଟି-୨୦, ଦିନିକିଆ ଓ ଦୁଇଟି ଟେଷ୍ଟ ମ୍ୟାଚ ଖେଳିବ। ୩ ମ୍ୟାଚ ବିଶିଷ୍ଟ ଟି-୨୦ ଶୃଙ୍ଖଳା ଡିସେମ୍ବର ୧୦ରୁ ୧୪ ପର୍ୟ୍ୟନ୍ତ ଖେଳାଯିବ। ଏହା ପରେ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ଡିସେମ୍ବର ୧୭ରୁ ୨୧ ପର୍ୟ୍ୟନ୍ତ ଖେଳାଯିବ। ସେହିପରି ଦୁଇଟି ଟେଷ୍ଟ ମ୍ୟାଚ ଡିସେମ୍ବର ୨୬ରୁ ଜାନୁଆରୀ ୭ ପର୍ୟ୍ୟନ୍ତ ଖେଳାଯିବ।

ବିସିସିଆଇ ପକ୍ଷରୁ  ୩ଟି ଯାକ ଫର୍ମାଟ ଲାଗି ଭିନ୍ନ ଭିନ୍ନ ଦଳ ମନୋନୟନ କରାଯାଇଛି। ମନୋନୟନକାରୀ ମୁଖ୍ୟ ଅଜିତ ଅଗରକର ଓ ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡ଼ଙ୍କ ନେତୃତ୍ବରେ ଦଳ ମନୋନୟନ କରାଯାଇଛି।ଦିନିକିଆ ଓ ଟି-୨୦ରୁ ବିରାଟ କୋହଲି, ରୋହିତ ଶର୍ମା, ଯଶପ୍ରୀତ ବୁମରା ଓ ମହମ୍ମଦ ସାମିଙ୍କୁ ବିଶ୍ରାମ ଦିଆଯାଇଛି। ସୂର୍ୟ୍ୟ କୁମାର ଯାଦବ ଟି-୨୦ ଓ ଲୋକେଶ ରାହୁଲ ଦିନିକିଆ ଦଳର ନେତୃତ୍ବ ନେବେ। ଦୀପକ ଚହର ଦିନିକିଆ ଓ ଟି-୨୦ ଦଳକୁ ଫେରିଛନ୍ତି । ଦିନିକିଆରେ ପ୍ରଥମ ଥର ଲାଗି ରିଙ୍କୁ ସିଂହ ଓ ବି. ସାଇ ସୁଦର୍ଶନଙ୍କୁ ସାମିଲ କରାଯାଇଛି । ଟେଷ୍ଟରେ ଲୋକେଶ ରାହୁଲଙ୍କୁ ୱିକେଟ ରକ୍ଷକ ଭାବେ ନିଆଯାଇଛି। ଟେଷ୍ଟ ଦଳରେ ଯଶସ୍ବୀ ଜୟସୱାଲଙ୍କୁ ସ୍ଥାନ ମିଳିଛି। ସେହିପରି ଦୁଇ ଟେ​‌ଷ୍ଟ ସ୍ପେଶାଲିଷ୍ଟ ଚେତେଶ୍ବର ପୂଜାରା ଓ ଆଜିଙ୍କ୍ୟ ରାହାଣେ ଟେ​‌ଷ୍ଟ ଦଳରୁ ବାଦ୍‌ ପଡିଛନ୍ତି।

ଭାରତୀୟ ଟେ​‌ଷ୍ଟ ଦଳ
ରୋହିତ ଶର୍ମା, ଶୁବମାନ ଗିଲ୍‌, ଯଶସ୍ବୀ ଜୟସୱାଲ, ବିରାଟ କୋହଲି, ଶ୍ରେୟୋସ ଆୟର, ଋତୁରାଜ ଗାଏକ୍ବାର୍ଡ, ଈଶାନ କିଷନ, ଲୋକେଶ ରାହୁଲ, ରବିଚନ୍ଦ୍ରନ ଅଶ୍ବିନ, ରବୀନ୍ଦ୍ର ଜାଡେଜା, ସୁର୍ଦୁୁଳ ଠାକୁର, ମହମ୍ମଦ ସିରାଜ, ମୁକେଶ କୁମାର, ମହମ୍ମଦ ସାମି, ଯଶପ୍ରୀତ ବୁମ୍‌ରା, ପ୍ରସିଦ୍ଧ କ୍ରିଷ୍ଣା।

ଦିନିକିଆ ଦଳ
ଋତୁରାଜ ଗାଏକ୍ବାର୍ଡ, ସାଇ ସୁଦର୍ଶନ, ତିଲକ ବର୍ମା, ରଜତ ପଟ୍ଟିଦାର, ରିଙ୍କୁ ସିଂହ, ଶ୍ରେୟାସ ଆୟର, ଲୋକେଶ ରାହୁଲ (ଅଧିନାୟକ), ସଞ୍ଜୁ ସାମସନ (ୱିକେଟରକ୍ଷକ), ଅକ୍ଷର ପଟେଲ, ୱାଶିଂଟନ ସୁନ୍ଦର, କୁଳଦୀପ୍‌ ଯାଦବ, ଯୁଜୁବେନ୍ଦ୍ର ଚହଲ, ମୁକେଶ କୁମାର, ଆଭେଶ ଖାନ, ଅର୍ଶଦୀପ୍‌ ସିଂହ, ଦୀପକ ଚହର।

ଟି-୨୦ ଦଳ
ଯଶସ୍ବୀ ଜୟସୱାଲ, ଶୁବମାନ ଗିଲ୍‌, ଋତୁରାଜ ଗାଏକ୍ବାର୍ଡ, ତିଲକ ବର୍ମା, ସୂର୍ୟ୍ୟକୁମାର ଯାଦବ (ଅଧିନାୟକ), ରିଙ୍କୁ ସିଂହ, ଶ୍ରେୟାଶ ଆୟର ଈଶାନ କିଷନ ଓ ଜିତେଶ ଶର୍ମା (ୱିକେଟରକ୍ଷକ), ରବୀନ୍ଦ୍ର ଜାଡେଜା (ଉପଅଧିନାୟକ), ୱାଶିଂଶନ ସୁନ୍ଦର, ରବି ବିଷ୍ଣୋୟୀ, କୁଳଦୀପ୍‌ ଯାଦବ, ଅର୍ଶଦୀପ୍‌ ସିଂହ, ମହମ୍ମଦ ସିରାଜ, ମୁକେଶ କୁମାର, ଦୀପକ ଚହର।

Get real time updates directly on you device, subscribe now.

Leave A Reply

Your email address will not be published.