THE BYAPINI

ଘଟଗାଁ ଦୁର୍ଘଟଣା: ମୁଖ୍ୟମନ୍ତ୍ରୀଙ୍କ ଶୋକ

Get real time updates directly on you device, subscribe now.

ଭୁବନେଶ୍ୱର:  ଆଜି  ଘଟଗାଁ  ନିକଟରେ ଏକ ସଡକ  ଦୁର୍ଘଟଣାରେ ୮ ଜଣ  ବ୍ୟକ୍ତିଙ୍କ ମୃତ୍ୟୁରେ  ମୁଖ୍ୟମନ୍ତ୍ରୀ  ନବୀନ  ପଟ୍ଟନାୟକ  ଗଭୀର  ଶୋକ  ପ୍ରକାଶ  କରିବା  ସହ  ମୃତକଙ୍କ  ନିକଟ ତମ  ଆତ୍ମୀୟଙ୍କ  ପାଇଁ   ମୁଖ୍ୟମନ୍ତ୍ରୀଙ୍କ  ରିଲିଫ  ପାଣ୍ଠି ରୁ ତିନି ଲକ୍ଷ  ଟଙ୍କା  ଅନୁକମ୍ପା  ମୂଳକ  ସହାୟତା  ଘୋଷଣା  କରିଛନ୍ତି ଏବଂ  ଶୋକ ସନ୍ତପ୍ତ  ପରିବାର ବର୍ଗଙ୍କୁ  ଗଭୀର  ସମବେଦନା  ଜଣାଇଛନ୍ତି । 

ଏହି  ଦୁର୍ଘଟଣାରେ  ଆହତ ୧୨ ଜଣଙ୍କୁ  ମାଗଣା ରେ ଉପଯୁକ୍ତ  ଚିକିତ୍ସା  ଯୋଗାଇ  ଦେବାକୁ  ମୁଖ୍ୟମନ୍ତ୍ରୀ  ନିର୍ଦ୍ଦେଶ  ଦେବା  ସହିତ  ସେମାନଙ୍କର  ଆଶୁ  ଆରୋଗ୍ୟ  କାମନା  କରିଛନ୍ତି  । 

ମୃତାହତ  ସମସ୍ତ  ବ୍ୟକ୍ତି  ଗଞ୍ଜାମ  ଜିଲ୍ଲା ଦିଗପହଣ୍ଡି  ଅଂଚଳର  ବୋଲି  ଜଣାପଡିଛି । 

ପ୍ରକାଶ ଯେ ରାସ୍ତାକଡ଼ରେ ଠିଆ ହୋଇଥିବା ଟ୍ରକକୁ ଭ୍ୟାନ୍ ଧକ୍କା ଦେବାରୁ ୮ ଜଣଙ୍କ ମୃତ୍ୟୁ ଘଟିଛି। ଦୁର୍ଘଟଣାରେ ୧୩ ଜଣ ଗୁରୁତର ଆହତ ହୋଇଛନ୍ତି।  କେନ୍ଦୁଝର ଜିଲ୍ଲା  NH ୨୦ ବାଲିଯୋଡ଼ି ନିକଟରେ ଆଜି ଭୋରରୁ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୃତାହତଙ୍କ ଘର ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ପୋଡ଼ାମାରି ଗାଁର ବୋଲି ଜଣାଯାଇଛି। ମୃତକଙ୍କ ମଧ୍ୟରେ ମହିଳା, ପୁରୁଷ ଓ ଛୋଟ ଛୁଆ ଥିବା ଜଣାଯାଇଛି। 

ଏକ ଭ୍ୟାନ୍‌ରେ ଦିଗପହଣ୍ଡିରୁ ଦୁଇ ପରିବାରରର ୨୧ ଜଣ ତାରିଣୀ ଦର୍ଶନ ପାଇଁ ଆସୁଥିଲେ। ଆଜି ଭୋର ପ୍ରାୟ ୫ଟା ସମୟରେ   NH  ୨୦ ବାଲିଯୋଡ଼ି ନିକଟରେ ରାସ୍ତାକଡ଼ରେ ଠିଆ ହୋଇଥିବା ଟ୍ରକକୁ ଭ୍ୟାନ୍‌ଟି ପଛରୁ ଧକ୍କା ଦେବାରୁ ଘଟଣାସ୍ଥଳରେ ୮ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୨୧ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ଗୁରୁତର ରହିଛି।  ଆହତମାନଙ୍କୁ ପ୍ରଥମେ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ୩ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ କଟକ ସ୍ଥା଼ନାନ୍ତର କରାଯାଇଛି।  ଦୁର୍ଘଟଣାରେ ଭ୍ୟାନ୍‌ଟି ଭାଙ୍ଗିରୁଜି ନଷ୍ଟ ହୋଇଯାଇଛି। କୁହୁଡି ଯୋଗୁ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଥିବା କୁହାଯାଉଥିବା ବେଳେ ପ୍ରକୃତ କାରଣ ସ୍ପଷ୍ଟ ହୋଇନାହିଁ। ପୁଲିସ ଘଟଣାର ତଦନ୍ତ କରୁଛି।

Get real time updates directly on you device, subscribe now.

Leave A Reply

Your email address will not be published.