THE BYAPINI

ପାରାଦୀପ ଜାହାଜରେ ଥିଲା କୋକେନ

Get real time updates directly on you device, subscribe now.

ଭୁବନେଶ୍ୱର: ପାରାଦୀପରେ ଲାଗିଥିବା ଜାହାଜରେ ୨୨ଟି ପ୍ୟାକେଟ ମିଳିବା ଘଟଣାରେ ଏକ ବଡ଼ ଖବର ସାମନାକୁ ଆସିଛି । ତାହା ହେଲା ଉକ୍ତ ପ୍ୟାକେଟକୁ ଯାଞ୍ଚ କରିବା ପରେ ସେଥିରେ ନିଷିଦ୍ଧ ଡ୍ରଗ୍ସ କୋକେନ ଥିବା ସ୍ପଷ୍ଟ ହୋଇଛି ।  ସମସ୍ତ ୨୨ଟି ପ୍ୟାକେଟରେ କୋକେନ ଥିବା କଷ୍ଟମ୍ସ ଯାଞ୍ଚରୁ ସ୍ପଷ୍ଟ ହୋଇଛି । ଷ୍ଟିଲ ପ୍ୟାକେଟ ଆଣି ଆସିଥିବା ‘ଏମଭି ଦେବୀ’ଜାହାକରୁ ଉକ୍ତ ପ୍ୟାକେଟ ମିଳିଛି ।  ଇଣ୍ଡୋନେସିଆ ଗ୍ରେସିକ ବନ୍ଦରରୁ ଉକ୍ତ ଜାହାଜ ‘ଏମଭି ଦେବୀ’ ଆସିଥିଲା । ଜାହାଜଟି ଇଜିପ୍ଟରୁ ଇଣ୍ଡୋନେସିଆ ଓ ସେଠାରୁ ପାରାଦୀପ ଆସିଥିଲା । ତେବେ ଜାହାଜରୁ ମିଳିଥିବା ୨୨ଟି ପ୍ୟାକେଟରେ କେତେ କୋକେନ ଥିଲା ତାହା ଖବର ଲେଖା ସୁଦ୍ଧା ସ୍ପଷ୍ଟ ହୋଇନାହିଁ । 

Get real time updates directly on you device, subscribe now.

Leave A Reply

Your email address will not be published.