THE BYAPINI

ବାତ୍ୟା:ଓଡ଼ିଶା ଆସିବନି କିନ୍ତୁ ପଡିବ ପ୍ରଭାବ

Get real time updates directly on you device, subscribe now.

ଭୁବନେଶ୍ବର: ଓଡ଼ିଶା ଆସିବନି କିନ୍ତୁ ପଡିବ ପ୍ରଭାବ। ଦକ୍ଷିଣ ଓଡ଼ିଶାରେ ବାତ୍ୟା ମିଚାଉଁର ବଡ ପ୍ରଭାବ ପଡିବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ବାତ୍ୟା  ଉତ୍ତର ତାମିଲନାଡୁ ଏବଂ ଚେନ୍ନାଇର ମଛଲିପଟ୍ଟନମ ମଝିରେ ଉପକୂଳ ଅତିକ୍ରମ କରିବ। ବାତ୍ୟାର ପ୍ରଭାବ ଦକ୍ଷିଣ ଉପକୂଳ ଓଡ଼ିଶାରେ ପଡିବ। ପ୍ରବଳରୁ ଅତିପ୍ରବଳ ବର୍ଷା ନେଇ ୫ତାରିଖରେ ଦକ୍ଷିଣ ଓଡ଼ିଶାର ୫ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି।

ଦକ୍ଷିଣ ଓଡ଼ିଶାରେ ପଡିବ ବାତ୍ୟାର ବଡ ପ୍ରଭାବ। ପ୍ରବଳରୁ ଅତିପ୍ରବଳ ବର୍ଷା ନେଇ ୫ଜିଲ୍ଲାକୁ ଅରେଞ୍ଜ ଆଲର୍ଟ। ଘଣ୍ଟାପ୍ରତି ବହିବ ୪୦ରୁ ୫୦ କିଲୋମିଟର ବେଗରେ ପବନ। ସବୁ ବନ୍ଦରକୁ ଜାରି ହେଲା ୧ନମ୍ବର ବିପଦ ସଙ୍କେତ। ୫ରୁ ୭ତାରିଖ ପର୍ୟ୍ୟନ୍ତ ମତ୍ସଜୀବୀଙ୍କୁ ସମୁଦ୍ର ମନା। ୪ ତାରିଖ ସନ୍ଧ୍ୟାରେ ଉତ୍ତର ତାମିଲନାଡୁ ଏବଂ ମଛଲିପଟ୍ଟନମ ମଝିରେ ସ୍ଥଳଭାଗ ଛୁଇଁବ ବାତ୍ୟା ମିଚାଉଁ । ବ୍ୟାପକ ଧାନ ଫସଲ ନଷ୍ଟ ହେବା ଆଶଙ୍କା। ଧୋଇଯିବ କଚ୍ଚା ଘର ଏବଂ ରାସ୍ତା । ୩ତାରିଖରୁ ଓଡ଼ିଶାରେ ବଦଳିବ ପାଗ। ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଆଜି ଅବପାତରେ ପରିଣତ ହୋଇଛି। ଆସନ୍ତାକାଲି ସକାଳ ସୁଦ୍ଧା ଏହା ଘନୀଭୂତ ହୋଇ ଗଭୀର ଅବପାତର ରୂପ ନେବ। ୩ତାରିଖ ସୁଦ୍ଧା ବାତ୍ୟା ମିଚାଉଁର ରୂପ ନେଇ ସ୍ଥଳଭାଗମୁହାଁ ହେବ । ପରେ ରିକର୍ଭ କରି ଉତ୍ତର-ଉତ୍ତର-ପୂର୍ବ ଦିଗରେ ଗତି କରିବ। ଲ୍ୟାଣ୍ଡଫଲ ସମୟରେ ପ୍ରବଳ ବର୍ଷା ସହ ସର୍ବାଧିକ ଘଣ୍ଟାପ୍ରତି ୭୦ ରୁ ୮୦ କିଲୋମିଟର ବେଗରେ ପବନ ବହିବ ବୋଲି ଆକଳନ କରାଯାଇଛି ।

ବାତ୍ୟା ପ୍ରଭାବରେ ୩ତାରିଖରୁ ଓଡ଼ିଶାରେ ଆରମ୍ଭ ହେବ ବର୍ଷା। ୪ରୁ ବଢିବ ବର୍ଷାର ବିସ୍ତୃତି ଓ ପରିମାଣ। ଦକ୍ଷିଣ ଓଡ଼ିଶାର ୫ଜିଲ୍ଲାକୁ ପ୍ରବଳ ବର୍ଷା ନେଇ ୟଲୋ ଆଲର୍ଟ ଜାରି କରିଛି ପାଣିପାଗ କେନ୍ଦ୍ର। ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଞ୍ଜାମ ଓ ଗଜପତିରେ ୭୦ ରୁ ୧୧୦ ମିଲିମିଟର ପର୍ୟ୍ୟନ୍ତ ବର୍ଷା ନେଇ ଚେତାବନୀ ଜାରି ହୋଇଛି। ସେହିଭଳି ୫ତାରିଖରେ ପ୍ରବଳରୁ ଅତିପ୍ରବଳ ବର୍ଷା ନେଇ ୫ଜିଲ୍ଲାକୁ ଅରେଞ୍ଜ ଏବଂ ୬ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି। ଆରେଞ୍ଜ ଆଲର୍ଟ ଥିବା ଜିଲ୍ଲା ଗୁଡ଼ିକ ହେଉଛି ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଞ୍ଜାମ ଓ ଗଜପତି। ଏସବୁ ଜିଲ୍ଲାରେ ୭୦ରୁ ୨୦୦ ମିମି ଯାଏଁ ବର୍ଷା  ସମ୍ଭାବନା ରହିଛି। ସେହିଭଳି ଉପକୂଳ ଓଡ଼ିଶାର ପୁରୀ, ଖୋର୍ଦ୍ଧା, ନୟାଗଡ଼ ସମେତ ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଛି। ବର୍ଷା ସମୟରେ ଘଣ୍ଟା ପ୍ରତି ୩୫ରୁ ୪୫କିମି ଓ ଝଟକା ପବନର ବେଗ ୫୫ କିମି ପର୍ୟ୍ୟନ୍ତ ରହିବ।୫ରୁ ୭ତାରିଖ ଯାଏଁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ନଯିବାକୁ ପରାମର୍ଶ ଦିଆଯାଇଛି। ପୁରୀ ସିଗ୍ନାଲ ବନ୍ଦର ସହିତ ଗୋପାଳପୁର, ପାରାଦୀପ, ଧାମରା ବନ୍ଦର କୁ ୧ ନମ୍ୱର୍ ବିପଦ ସଂକେତ ଜାରି କରାଯାଇଛି।

Get real time updates directly on you device, subscribe now.

Leave A Reply

Your email address will not be published.